ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନଦୀ କୂଳ ଉପକୂଳ ବର୍ତ୍ତୀ ଗ୍ରାମ କୁ ବିଡିଓ ଶ୍ରୀ ଯୁକ୍ତ ତ୍ରିପୁରା ମହାନନ୍ଦ ଙ୍କ ଗ୍ରସ୍ତ 

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନଦୀ କୂଳ ଉପକୂଳ ବର୍ତ୍ତୀ ଗ୍ରାମ କୁ ବିଡିଓ ଶ୍ରୀ ଯୁକ୍ତ ତ୍ରିପୁରା ମହାନନ୍ଦ ଙ୍କ ଗ୍ରସ୍ତ 

ଜୁନାଗଡ଼ (ମ ନି ସ):-ଜୁନାଗଡ଼ ଜୋନ ଅନ୍ତର୍ଗତ ବ୍ଲକ ଗୋଲାମୁଣ୍ଡାର ତେଲ ନଦୀ କୂଳ ଗ୍ରାମ ଓ ଉଦନ୍ତି ନଦୀ ତଥା ହାତୀ ନଦୀ ଉପକୂଳ ଗ୍ରାମ ଗୁଡିକ ପ୍ରବଳ ବର୍ଷା ଯୋଗୁଁ ଅନେକ ଗ୍ରାମ ଜଳ ମଗ୍ନ ହୋଇ ଥିବା ବେଳେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଡିଓ ଶ୍ରୀ ଯୁକ୍ତ ତ୍ରିପୁରା ମହାନନ୍ଦ ତଥା ଏବିଡିଓ ତଥା ଦଶପୁର ଫାଣ୍ଡି ଚନ୍ଦ୍ର ହାସ୍ୟ ସାହୁଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କର୍ମଚାରୀ ତେଲ ନଦୀ କୂଳ ଉଛଲା ,କୁମ୍ଭାରୀ, କାର୍ଲି , କର୍ମାଟ, ଫରଙ୍ଗ, ହଳଦୀ ସମେତ ଅନେକ ଗ୍ରାମ ପରିଦର୍ଶନ କରି ଥିବା ଗାଁ ଲୋକ ଙ୍କ ମତ ପ୍ରକାଶ କରିଛନ୍ତି। ଏଥିରେ ଅନେକ ଜମି ବାଡି ଜଳ ମଗ୍ନ ହୋଇ ଥିବା ବେଳେ ଚାଷ ଜମି ଗୁଡିକ ନଷ୍ଟ ହୋଇ ଯାଇଛି। ଏହି ସବୁ ଦେଖି ବିଡିଓ ମହାଶୟ ଦୁଃଖ ପ୍ରକାଶ କରି ଥିବା ବେଳେ ଆଗାମୀ ଦିନରେ ତେଲ ନଦୀ କୂଳ ସମସ୍ତ ଗ୍ରାମ ଜନ ସାଧାରଣଙ୍କୁ ତଥା ତେଲ ନଦୀ କୂଳଥିବା ଗାଁ ଚାଷୀ ଙ୍କୁ ସହଯୋଗ ରାଶି ପ୍ରଦାନ କରାଯିବ ବୋଲି ପ୍ରତି ଶ୍ରୁତି ଦେଇଛନ୍ତି। ଯେତେବେଳେ ବିଡିଓ ମହାଶୟ କୁମ୍ଭାରୀ ଗ୍ରାମ ତେଲ ନଦୀ କୂଳକୁ ଆସି ଥିଲେ ସେତେବେଳେ ବିଜେପି ଦଶପୁର ଜୋନ ସଭାପତି ପ୍ରମୋଦ ପ୍ରଧାନ ନିଜ ଅଂଚଳର ସମସ୍ୟା ଶ୍ରୀ ଯୁକ୍ତ ବିଡିଓ ତ୍ରିପୁର ମହାନନ୍ଦଙ୍କୁ ଜଣାଇ ଥିବା ଲୋକଙ୍କ ମତ ପ୍ରକାଶ ପାଇଛି।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ହାତୀ ଆତଙ୍କ, ଜଗି ରହିଛି ବନ ବିଭାଗ 

Sunil Chandra Nayak

ନର୍ଲାକୁ ଏନଏସି ମାନ୍ୟତା ମିଳିବାରୁ ଉତ୍ସବ ମୁଖର ନର୍ଲା ସହର 

masiha

ସରକାରୀ ଆଇଟିଆଇ ରେ  ଇ ୱେଷ୍ଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!