ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଲୀମସେର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୩ ସମାପ୍ତ

ଟେମରୀ(ମ ନି ସ):୧୧/୦୧ :- ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତର ଲିମସେର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଜରିଆରେ ଧର୍ମ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କର ଭଉଣୀ ଭାନୁ ଦିଦିଙ୍କ ଜନ୍ମ୍ ଦିବସ ଉପଲକ୍ଷେ ଗତ ଜନୁୟାରୀ ୧୦ ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଲିମସେର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।୧୦ ତାରିଖ ଦିନ ଲିମସେର ଗ୍ରାମର ଶରଦ ମହାପାତ୍ର ପୂଜା ପୀଠରେ ପୂଜାର୍ଚ୍ଚନା କରି ମଶାଲ ଶୋଭାଯାତ୍ରା କରାଯାଇ କ୍ରୀଡ଼ା ମହୋତ୍ସବ ଶୁଭାରମ୍ଭ କରାଯାଇଥିଲା। ଲିମସେର ଖେଳପଡିଆ ରେ ୧୦୦ ମିଟର ଓ ୫୦ ମିଟର ଦୌଡ ପ୍ରତିଯୋଗୀତା, ସ୍ଲୋ ସାଇକେଲ, ଦୌଡ଼ି ଡିଆଁ, ହାଇଜମ୍ପ, ଲଙ୍ଗଜମ୍ପ ବଲ ଥ୍ରୋ , ପୁଚି ଖେଳ, ଆଦି ଅନ୍ୟାନ୍ୟ ଖେଳ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇଥିଲେ । କୃତି ପ୍ରତିଯୋଗୀ ମାନେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଂକୁ ପ୍ରମାଣ ପତ୍ର ଓ ପୁରସ୍କାର କୃତିତ୍ଵ ହାସଲ କରିଛନ୍ତି । ଏଥିରେ ପ୍ରଧାନ ଗୁରୁଜୀ ସରୋଜ କୁମାର ଟୋଲଟିଆ, ଲକ୍ଷ୍ମଣ ସା , ଅମିତ ମେହେର, ମଣ୍ଟୁ ଛତ୍ରିଆ, ଚନ୍ଦ୍ର ଶେଖର ନାଗ, ମୁରଲୀ ମେହେର,ଜଗଜ୍ଜୀବନ ସା, କୃଷ୍ଣ ମଶ୍ରା, ରାକେଶ ଚଣ୍ଡୀ ପ୍ରମୁଖ ଗୁରୁଜୀ ଯୋଗ ଦେଇଥିଲେ ।

ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

୨୪ତମ ବାର୍ଷିକ କ୍ରୀଡା ଉଦଯାପିତ

Sunil Chandra Nayak

ପ୍ରଥମ ରାତ୍ରି କାଳୀନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ମୁଡିଙ୍ଗ୍ ଚାମ୍ପିଅନ୍

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!