ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନନେତା ଗଦାଧର ଗିରିଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

ଲଙ୍ଗଳେଶ୍ଵର,୧୨/୧ (ମନିସ) ଅବସରପ୍ରାପ୍ତ ଶିକ୍ଷକ ଧୀରେନ୍ଦ୍ର ହାଜିରା ଙ୍କ ସଭାପତିତ୍ବରେ ବାଲିଆପାଳ ର ଜନନେତା ଜଳେଶ୍ବର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ଗଦାଧର ଗିରିଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପଞ୍ଚୁପାଲି ଠାରେ ପାଳିତ ହୋଇଯାଇଛି।ଗଦାଧର ଗିରି ସ୍ମୃତି ବିକାଶ ପରିଷଦ ଓ ପଞ୍ଚୁପାଲି ବଜାର କମିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ବାଲେଶ୍ଵରର ପୂର୍ବତନ ଏମପି ଖାରବେଳ ସ୍ବାଇଁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଗଦାଧର ଗିରିଙ୍କ ଆଦର୍ଶରେ ଆଜିର ନେତୃମଣ୍ଡଳି କାର୍ଯ୍ୟ କରିବା ଦରକାର। ନେତାପରି ନେତାଟିଏ ଥିଲେ ଗଦାଧର ବାବୁ।ସେ ଖାଲି ବାଲିଆପାଳ କାହିଁକି ସମଗ୍ର ଓଡ଼ିଶାରେ ବେଶ ଜଣା ଶୁଣା ଜନ ନେତା ଥିଲେ ବୋଲି କହିଥିଲେ।ମୁଖ୍ୟବକ୍ତା ଭାବରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡ଼ଃ ବିଜୟ କୁମାର ଦେ,ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରଭାଇଜର ରମାନାଥ କର,ଧୀରେନ୍ଦ୍ର ନାଥ ହାଜିରା, ଭାଜପା ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅରବିନ୍ଦ ବେହେରା,ପଞ୍ଚୁପାଲି ବଜାର କମିଟି ସଭାପତି ତଥା ପୂର୍ବତନ ସରପଞ୍ଚ ବଟକୃଷ୍ଣ ଗିରି,ଭାଜପା ଜିଲ୍ଲା ଉପସଭାପତି ପ୍ରଦୀପ ପଣ୍ଡା,ଅନନ୍ୟା ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଗଦାଧର ଗିରି ସ୍ମୃତି ବିକାଶ ପରିଷଦର ଆବାହକ ବିକାଶ ଗିରି ଅତିଥି ପରିଚୟ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କଲ୍ୟାଣ ସଂଘ ବୈଠକ

Sunil Chandra Nayak

ଡିଜିଟାଲ କ୍ରପ ସର୍ଭେ ଉପରେ ବୈଠକ 

masiha

ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ଅଜିତ କୁମାର, ଆଇ.ଏ.ଏସଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!