ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସନ ଟିକେ ଦୃଷ୍ଟି ଦେବେ କି ? ସମ୍ପୂର୍ଣ୍ଣ ପରିବାର ରୋଗଗ୍ରସ୍ତ !

ତିର୍ତ୍ତୋଲ :- ସତେକି କାହାର ଖରାପ ନଜର ପଡିଯାଇଛି ଏହି ପରିବାର ଉପରେ ! ଗୋଟିଏ ପରିବାରରେ ବାପ, ଦୁଇ ପୁଅ, ଗୋଟିଏ ବୋହୁ ଏକ ସମୟରେ ରୋଗାକ୍ରାନ୍ତ ! ବାପାଙ୍କର ଦୁଇଟି କିଡ଼ନୀ ଖରାପ ତ ବଡପୁଅ ହରାଇଛନ୍ତି ଦୁଇଟି ଆଖି, ସାନପୁଅ ଅପସ୍ମାର ରୋଗୀତ ବଡ ବୋହୂର ଜରାୟୁ ଟ୍ୟୁମର ! କେମିତି ଚାଲିଛି ସଂସାର , ବୁଝିବାକୁ କେହି ନାହିଁ ! ପାଠକ ବନ୍ଧୁ ଆମେ ଆପଣଙ୍କୁ କହୁଛୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ପିପଳମାଧବ ପଞ୍ଚାୟତ ତଥା ଗ୍ରାମର ବଳରାମ ମଲ୍ଲିକ ଙ୍କର ଅଭାବୀ ସଂସାର ବିଷୟରେ ! ବଳରାମଙ୍କ ବୟସ 61 ବର୍ଷ ପେସାରେ ଜଣେ ସାଇକଲ ରିପ୍ୟାରିଙ୍ଗ ଦୋକାନୀ ! ତାଙ୍କର ଦୁଇଟି କିଡ଼ନୀ ଖରାପ ! ଭଲ ଭାବେ ଔଷଧ ଖାଇବାକୁ ପାଖରେ ଟଙ୍କାର ଅଭାବ ! ବଡପୁଅ ତପନ, ବୟସ 38 ବର୍ଷ ଦୁର୍ଯୋଗରୁ ଆଖି ଦୁଇଟିର ଜ୍ୟୋତି ଚାଲିଯାଇଛି ! ସଂସାରକୁ ଦେଖିପାରୁନାହାନ୍ତି ! ଦୁଇଟି ସନ୍ତାନ ଥିଲେ ବି ତାଙ୍କର ହସ ଖୁସିରେ ନିଜକୁ ସାମିଲ କରିପାରୁ ନାହାନ୍ତି ! ତପନର ସ୍ତ୍ରୀ ମମତା ବୟସ 32 ବର୍ଷ, କିନ୍ତୁ ତାଙ୍କ ଜରାୟୁରେ ଟ୍ୟୁମର ଥିବାରୁ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ! ବଳାରାମଙ୍କ ସାନପୁଅ ଜଗବନ୍ଧୁ ବୟସ 26 ବର୍ଷ,ସେ ମଧ୍ୟ ଅପସ୍ମାର ରୋଗରେ ଆକ୍ରାନ୍ତ ! ଅର୍ଥ ଅଭାବରୁ ସମସ୍ତେ ଦୁଃଖ ଯନ୍ତ୍ରଣା ଭୋଗୀ ଚାଲିଛନ୍ତି ! କେବେ ଆଉ କିଏ ବା ସାହାଯ୍ୟର ହାତ ବଢ଼େଇ ତାଙ୍କୁ ଏ ଦୁଃଦ୍ଦିନରେ ସହାୟକ ହେବେ, ମନରୁ ଭୁଲି ଯାଇଛନ୍ତି ସାରା ପରିବାର ! ବଳରାମ ଙ୍କର ବାର୍ଦ୍ଧକ୍ୟ ଭତ୍ତା ହୋଇନି କିମ୍ବା ଆବାସ ଘର ଖଣ୍ଡେ ନାହିଁ ! ପଡୋଶୀଙ୍କ ଘରେ ଆଶ୍ରୟ ନେଇ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ! ଅର୍ଥ ଅଭାବରୁ ପିଲାଙ୍କ ପାଠ ପଢା ବନ୍ଦ ! ଏପରି ଦୁଃଖଦ ଖବର ପାଇ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଓ ତାଙ୍କ ଟିମରୁ ଉପସଭାପତି ରଶ୍ମିତା ନାୟକ, କୋଷାଧ୍ୟକ୍ଷ ବିପିନ ମାଝୀ, କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ପ୍ରଧାନ, ସମାଜସେବୀ ଗଣେଷ ଚନ୍ଦ୍ର ସ୍ୱାଇଁ ଉକ୍ତ ପରିବାରକୁ ଭେଟି ଯଥା ସମ୍ଭବ ଆର୍ଥିକ ସହାୟତା କରିଥିଲେ ! ଏବଂ ନିବେଦନ କରିଥିଲେ କି ଏହି ପରିସ୍ଥିତିରେ ମହାମାନ୍ୟା କଲେକ୍ଟର, ସ୍ଵେଛାସେଵୀ ଅନୁଷ୍ଠାନ, ସାମାଜିକ ସହାୟକ ପ୍ରତିଷ୍ଠାନ ମାନେ ସହାୟତାର ହାତ ବଢ଼େଇ ପରିବାରକୁ ରୋଗ ଯନ୍ତ୍ରଣାରୁ ଉଦ୍ଧାର କରିବାକୁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ ! ସହାୟତା ନିମନ୍ତେ ପରିବାରର ତପନ ମଲ୍ଲିକର ମୋବାଇଲ ନମ୍ବର 7847953396 ଦିଆଗଲା ! ଦୟାପୂର୍ବକ ବଦାନ୍ୟ ବ୍ୟକ୍ତି ଏହି ନମ୍ବରରେ ଯୋଗାଯୋଗ କରି ପାରବେ !ବଳରାମଙ୍କ ପରିବାରର ଅଭାବ ନିକଟରେ ସମୁଦ୍ରକୁ ଶଙ୍ଖେ ହୋଇଥିଲେ ବି ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କ ଅନୁକମ୍ପା ମୂଳକ ସାହାଯ୍ୟ ପରିବାରର ବଞ୍ଚିବାର ଆଶାକୁ ଜାଗ୍ରତ କରିଥିବା ବିଷୟ ସାଧାରଣରେ ଚର୍ଚ୍ଚା ଚାଲିଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା 

Related posts

ଯୁବରାଜପୁର ଲ୍ୟାମ୍ପ ତରଫରୁ ମହୁଲ ପାଟଣା ଠାରେ ଋଣ ମେଳା ଅନୁଷ୍ଠିତ

Sunil Chandra Nayak

ଜୁନାଗଡ଼ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ପାଇଁ ଆନ୍ଦୋଳନ ଉପରେ ଗୁରୁତ୍ୱାରୋପ ଭବାନୀପାଟଣାରେ ମୂଳନିବାସୀ ବହୁଜନ ମିଳିତ ମହାସଂଘର ବୁଦ୍ଧିଜୀବୀ ସମାବେଶ

masiha

Leave a Comment

error: Content is protected !!