ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ପେଡ ମା କେ ନାମ ୩.୦ କାର୍ଯ୍ୟକ୍ରମ 

ଏକ ପେଡ ମା କେ ନାମ ୩.୦ କାର୍ଯ୍ୟକ୍ରମ 

ନବରଙ୍ଗପୁର :(୧୭|୯)(ଧୃତି ରଞ୍ଜନ ମହାନ୍ତି)ନବରଙ୍ଗପୁର ଜିଲ୍ଳା ବନଖଣ୍ଡ ଅଧୀନରେ ଥିବା ଡାବୁଗାଁ ବନାଞ୍ଚଳ ଅଧିକାରୀଙ୍କ ଅଧୀନରେ ଦୁଇଟି ସ୍ଥାନରେ” ଏକ ପେଡ ମା କେ ନାମ ୩.୦ “କାର୍ଯ୍ୟକ୍ରମ l ଝାଲିଆଗୁଡା ବିଟ ଅଧୀନରେ ଥିବା ଚେରଚେଟିଆ ବନ ସୁରକ୍ଷା କମିଟି ସଭାପତି ପଦମୁ ଭତ୍ରl, ଝାଲିଆଗୁଡା ବନ ସୁରକ୍ଷା କମିଟି ସଭାପତି ସନ୍ୟାସୀ ଭତ୍ରl ,ଚିକିଲି ବନ ସୁରକ୍ଷା ସମିତି ସଭାପତି ବଳରାମ ପୁଝାରୀ ପ୍ରମୁଖଙ୍କ ସଦସ୍ୟବୃନ୍ଦ ମେଦନା ଯିବା ରାସ୍ତା ଚେରଚେଟିଆ କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ରର ଅପରପାର୍ଶ୍ଵରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମଦିନ ହୋଇଥିବାରୁ ୭୬ ଟି ଚାରା ରୋପଣ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମରେ ଡାବୁଗାଁ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ରାମ ଚନ୍ଦ୍ର ଭତ୍ରl ଉପସ୍ଥିତ ଥିବାବେଳେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାରୁ ଆଗତ ସହକାରୀ ବନ ସଂରକ୍ଷକ ସୁବାଶ ଚନ୍ଦ୍ର ଖୁଣ୍ଟିଆ, ଡାବୁଗାଁ ବନପାଳ ପ୍ରଫୁଲ୍ଲ ମାଝୀ, ଜଟାବାଲ ବନପାଳ ଚନ୍ଦ୍ର ଦାସ ନାଗ, ବନରକ୍ଷୀ କାର୍ତ୍ତିକ ମାଝୀ, ତାପସ ରଞ୍ଜନ ପଟ୍ଟନାୟକ, ନଗେନ୍ଦ୍ର ନାଥ ପୁଜାରୀ, ରିତାରାଣୀ ବିଶ୍ଵାସରାୟ, ଅନିତା ହିଆଲ, ଆକାଶିନି କର୍ଣ୍ଣ ଓ ସୁଭଦ୍ରା ସାହୁ ପ୍ରମୁଖ ଚାରା ଲଗାଇବାରେ ସହଯୋଗ କରିଥିଲେ l ନିମ୍ବ,କରଞ୍ଜ, ଅର୍ଜୁନ ଟମାରିଣ୍ଡ ,ଆମ୍ବ, ଯାମୁନ ପ୍ରଭୃତି ଏପରି ଚାରା ରୋପଣ ହୋଇଥିଲା l ସେହିପରି ମଇଦଲପୁର ବନ ସୁରକ୍ଷା ସମିତି ତରଫରୁ ବନପାଳ ବିପିନ କୁମାର ହରିଜନଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଡାବୁଗାଁ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀ ଭତ୍ରl, ମଇଦଲପୁର ବନରକ୍ଷୀ ଉମାଶଙ୍କର ମିଶ୍ର, ବସନ୍ତ କୁମାର ନାୟକ, ସରସ୍ଵତୀ ମେହେର, କାମାକ୍ଷା ନାୟକ ପ୍ରମୁଖ ଙ୍କ ସହଯୋଗରେ ମୋଦୀ ଜୀ ଙ୍କ ୭୬ ତମ ଜନ୍ମ ଦିବସ ରେ ୭୬ ଟି ଚାରା ବୃକ୍ଷ ରୋପଣ କରାଯାଇଥିଲା l ତେବେ ସୁରୁଖୁରୁରେ ଚାରା ରୋପଣ ଦୁଇଟି ସ୍ଥାନରେ ସମ୍ପନ୍ନ ହୋଇଥିଲା l

ଡାବୁଗାଁ ବ୍ଳକରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

ଅଧପନ୍ତରିଆ ଭାବରେ ୨ ଗୋଟି ଅଙ୍ଗନବାଡି କେନ୍ଦ୍ର

Sunil Chandra Nayak

ଅଙ୍ଗନୱାଡି କେନ୍ଦ୍ରରେ କିଶୋରୀ ମେଳା 

Sunil Chandra Nayak

Leave a Comment

error: Content is protected !!