ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୃହସ୍ଥୀ ଉଦ୍ୟୋଗରେ ଭକ୍ତି ଓ ଶ୍ରଦ୍ଧାର ସହିତ ବିଶ୍ୱକର୍ମା ପୂଜା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳିତ

ଗୃହସ୍ଥୀ ଉଦ୍ୟୋଗରେ ଭକ୍ତି ଓ ଶ୍ରଦ୍ଧାର ସହିତ ବିଶ୍ୱକର୍ମା ପୂଜା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳିତ

ରାଉରକେଲା ୧୭/୯, ଓଡ଼ିଶାର ପ୍ରସିଦ୍ଧ ମସଲା କମ୍ପାନୀ ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ କାରଖାନା ପରିସରରେ ଆଜି ଭକ୍ତି, ଶ୍ରଦ୍ଧା, ଉତ୍ସାହ ଓ ଆନନ୍ଦର ସହିତ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଆୟୋଜିତ ହୋଇଥିଲା କରାଯାଇଥିଲା। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଇଥିଲା।

     ଗୃହସ୍ଥୀ ଉଦ୍ଯୋଗ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସୁନ୍ଦର ଓ ଆକର୍ଷଣୀୟ ଭାବେ ସଜ୍ଜିତ ଦରବାରରେ ଗୋମାତା, ଗୁରୁମାତା ଓ ପିତୃପୁରୁଷଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଗୃହସ୍ଥୀ ଉଦ୍ୟୋଗର ସିଏମଡି ଗଣେଶ ପ୍ରସାଦ ବାଗଡ଼ିଆ, ଡାଇରେକ୍ଟର ଶ୍ରୀମତୀ ମଞ୍ଜୁ ଦେବୀ ବାଗଡ଼ିଆ ଏବଂ ସିଇଓ ଅମିତ ଅଗ୍ରୱାଲ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କମ୍ପାନୀର ସମୃଦ୍ଧି, କର୍ମଚାରୀଙ୍କ ମଙ୍ଗଳ, ବ୍ୟବସାୟର ଉନ୍ନତି ଏବଂ ସମସ୍ତଙ୍କ ସୁଖ-ଶାନ୍ତି ପାଇଁ ଦେବଶିଳ୍ପୀ ବିଶ୍ବକର୍ମାଙ୍କୁ ପ୍ରାର୍ଥନା କରାଯାଇଥିଲା।

   ଏହାପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭଗବାନ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଅନ୍ୟାନ୍ୟ ଧାର୍ମିକ ବିଧି ସମ୍ପନ୍ନ ହୋଇଥିଲା। ଶିଳ୍ପ, ଯନ୍ତ୍ରପାତି ଓ କାର୍ଯ୍ୟକ୍ଷେତ୍ରର ଉନ୍ନତି ସହିତ କମ୍ପାନୀର ନିରନ୍ତର ପ୍ରଗତି ପାଇଁ ଭଗବାନ ବିଶ୍ୱକର୍ମାଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।

    ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଇଥିଲା। ଉପସ୍ଥିତ ଅତିଥି, ଶୁଭେଚ୍ଛୁ ଓ ଅନ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।କାରଖାନା ପରିସରକୁ ଏହି ଅବସରରେ ସ୍ୱତନ୍ତ୍ର ଓ ସ୍ମରଣୀୟ କରିବା ପାଇଁ ଆକର୍ଷଣୀୟ ସାଜସଜ୍ଜା ଓ ଗାର୍ଡେନ୍ ଡେକୋରେସନରେ ବିଶେଷ ବ୍ୟବସ୍ଥା କରାଯାଇଥିଲା। ଫୁଲ, ଆଲୋକ ଓ ବିଭିନ୍ନ ସୃଜନଶୀଳ ସାଜସଜ୍ଜାରେ ସମଗ୍ର ପରିସର ଉତ୍ସବମୁଖର ହୋଇଉଠିଥିଲା। ଆକର୍ଷଣୀୟ ସାଜସଜ୍ଜା ଉପସ୍ଥିତ ଅତିଥିମାନଙ୍କ ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲା।

   ଚଳିତ ବର୍ଷର ଆୟୋଜନର ଏକ ବିଶେଷ ଆକର୍ଷଣ ଥିଲା BRICS 2026 ଥିମ୍‌ ଉପରେ ଆଧାରିତ ଏକ ଅଭିନବ ଧାରଣା। ଏହି ଥିମ୍‌ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା, ଯେଉଁଥିରେ ତାଙ୍କୁ ଅତିଥିମାନଙ୍କ ସହ ହାତ ମିଳାଉଥିବା ଭଙ୍ଗୀରେ ଦର୍ଶାଯାଇଥିଲା।  ଏହି ସ୍ୱତନ୍ତ୍ର ସେଲ୍ଫି ଓ ଫଟୋ ପଏଣ୍ଟ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ମିଡିଆ ପ୍ରତିନିଧି, ସରକାରୀ ଅଧିକାରୀ, ବିଭିନ୍ନ କମ୍ପାନୀର ପ୍ରତିନିଧି, ବ୍ୟବସାୟିକ ସହଯୋଗୀ, ଶୁଭେଚ୍ଛୁ ଓ ସ୍ଥାନୀୟ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି ସହ ହାତ ମିଳାଇ ଫଟୋ ଉଠାଇବାରେ ବିଶେଷ ଉତ୍ସାହ ପ୍ରକାଶ କରିଥିଲେ। ଏହି ଅଭିନବ ପ୍ରସ୍ତୁତି କାର୍ଯ୍ୟକ୍ରମର ଏକ ସ୍ମରଣୀୟ ବିଶେଷତା ହୋଇଥିଲା।   ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଗରିମାମୟ ଉପସ୍ଥିତି ରହିଥିଲା। ଉଭୟ ବିଧାୟକ ଭଗବାନ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ ଏବଂ ଗୃହସ୍ଥୀ ଉଦ୍ୟୋଗର ଏହି ଧାର୍ମିକ ଓ ଶିଳ୍ପଭିତ୍ତିକ ଆୟୋଜନର ଶୋଭା ବଢ଼ାଇଥିଲେ। ତାଙ୍କର ଉପସ୍ଥିତି କାର୍ଯ୍ୟକ୍ରମକୁ ବିଶେଷ ଗରିମାମୟ ପ୍ରଦାନ କରିଥିଲା।

    କାର୍ଯ୍ୟକ୍ରମରେ ରାଉରକେଲାର ବିଭିନ୍ନ ମିଡିଆ ସଂସ୍ଥାର ପ୍ରତିନିଧି, ସରକାରୀ ବିଭାଗର ଅଧିକାରୀ, ବିଭିନ୍ନ କମ୍ପାନୀର ପ୍ରତିନିଧି, ବ୍ୟବସାୟିକ ସହଯୋଗୀ, ଗୃହସ୍ଥୀ ଉଦ୍ୟୋଗର ଶୁଭେଚ୍ଛୁ, ବନ୍ଧୁବର୍ଗ, ସ୍ଥାନୀୟ ନାଗରିକ ଏବଂ ସମାଜର ବିଭିନ୍ନ ବର୍ଗର ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ।

     ଗୃହସ୍ଥୀ ଉଦ୍ୟୋଗ ପକ୍ଷରୁ ସମସ୍ତ ଅତିଥି ଓ ଶୁଭେଚ୍ଛୁଙ୍କ ପାଇଁ ଆତ୍ମୀୟ ଆତିଥ୍ୟର ବ୍ୟବସ୍ଥା କରାଯାଇଥିଲା। ପୂଜା ଓ କାର୍ଯ୍ୟକ୍ରମ ପରେ ସମସ୍ତଙ୍କ ପାଇଁ ବିଶେଷ ମଧ୍ୟାହ୍ନ ମହାପ୍ରସାଦର ବ୍ୟବସ୍ଥା ହୋଇଥିଲା। ଉପସ୍ଥିତ ସମସ୍ତ ଅତିଥି ଏଥିରେ ସାମିଲ ହୋଇଥିଲେ।

   ଗୃହସ୍ଥୀ ଉଦ୍ୟୋଗର ଏହି ଆୟୋଜନ ଧାର୍ମିକ ଶ୍ରଦ୍ଧା, ଶିଳ୍ପ ପରମ୍ପରା, ଉତ୍ସବ ଓ ସାମାଜିକ ସହଭାଗିତାର ଏକ ସୁନ୍ଦର ସମନ୍ୱୟ ଥିଲା। ବିଶେଷ ସାଜସଜ୍ଜା, ଗାର୍ଡେନ୍ ଡେକୋରେସନ୍ ଏବଂ BRICS 2026 ଥିମ୍‌ରେ ପ୍ରସ୍ତୁତ ଅଭିନବ ପ୍ରତିମୂର୍ତ୍ତି ଏହି ଆୟୋଜନକୁ ଏକ ସ୍ୱତନ୍ତ୍ର ଓ ସ୍ମରଣୀୟ ରୂପ ପ୍ରଦାନ କରିଥିଲା।

    କାର୍ଯ୍ୟକ୍ରମର ସଫଳ ଆୟୋଜନରେ CEO ଅମିତ ଅଗ୍ରୱାଲ, ସୁଭାଶ୍ରୀ ରାୟ, ସଙ୍ଗୀତା କୁଣ୍ଡୁ, ଅଞ୍ଜଳି ସାହୁ, ପ୍ରଫୁଲ୍ଲ ପାତ୍ର, ମୁକେଶ ଠାକୁର, ଅବିନାଶ ମିଶ୍ର, ସୀତାରାମ ବଗଡ଼ିଆ , ରତନ କଂସାରୀ ଏବଂ ଟି. ପୁରୁଷୋତ୍ତମଙ୍କର ବିଶେଷ ସହଯୋଗ ରହିଥିଲା।

     କାର୍ଯ୍ୟକ୍ରମ ଶେଷରେ ଗୃହସ୍ଥୀ ଉଦ୍ୟୋଗ ପକ୍ଷରୁ ସମସ୍ତ ଅତିଥି, ଶୁଭେଚ୍ଛୁ, ମିଡିଆ ପ୍ରତିନିଧି, ସରକାରୀ ଅଧିକାରୀ, ବ୍ୟବସାୟିକ ସହଯୋଗୀ, ସ୍ଥାନୀୟ ନାଗରିକ ଓ କର୍ମଚାରୀମାନଙ୍କ ପ୍ରତି ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ଅଗମ୍ୟ ଦୁର୍ଗମ ଉପାନ୍ତ ଅଞ୍ଚଳ ରେ ଖଡିଆଳ ବିଧାୟକ 

Sunil Chandra Nayak

ଉର୍ଦ୍ଦୁରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା 

masiha

Leave a Comment

error: Content is protected !!