ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକୃତିକ ପାଚନ ରସ ଗ୍ରନ୍ଥିକୁ ସହାୟତା ପାଇଁ ପ୍ରସ୍ତୁତ ହେଉଛି କୃତ୍ରିମ ପାଚନ ରସ ଗ୍ରନ୍ଥି  , ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳନ

ପ୍ରାକୃତିକ ପାଚନ ରସ ଗ୍ରନ୍ଥିକୁ ସହାୟତା ପାଇଁ ପ୍ରସ୍ତୁତ ହେଉଛି କୃତ୍ରିମ ପାଚନ ରସ ଗ୍ରନ୍ଥି 

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳନ

ରାଉରକେଲା:ସମ୍ପ୍ରତି ଭାରତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସହଯୋଗରେ ମଣିଶ ଶରୀରରେ ଥିବା ପ୍ରାକୃତିକ ପାଚନ ରସ ଗ୍ରନ୍ଥି ସହିତ ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା କୃତ୍ରିମ ପାଚନ ରସ ଗ୍ରନ୍ଥିର ବ୍ୟବହାର କରି ରକ୍ତସର୍କରାର ମାତ୍ରା ସହଜରେ ନିର୍ଣ୍ଣୟ କରାଯାଇପାରିବ ଏବଂ ଆବଶ୍ୟକ ଉପାଚର ମଧ୍ୟ କରାଯାଇପାରିବ। ଏହାଦ୍ୱାରା ମଣିଷର ଅନେକ ହିତ ସାଧନ ହେବ ବୋଲି କହିଛନ୍ତି ଏନ୍‌ଆଇଟି ରାଉରକେଲାର ବାୟୋ ଟେକ୍ନୋଲୋଜି ଏବଂ ମେଡିକାଲ ଇଞ୍ଜିନିୟରିଙ୍ଗ ବିଭାଗର ପ୍ରଫେସର ଡ ମିର୍ଜା ଖାଲିଦ ବେଗ୍‌। ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ସ୍ୱତନ୍ତ୍ର ବକ୍ତାଭାବେ ଯୋଗଦେଇ ଡ ବେଗ୍‌ ଭାରତର ମହାନ ବୈଜ୍ଞାନିକ ଡ. ସି ଭି ରମଣଙ୍କ ସ୍ମୃତିଚାରଣ କରିଥିଲେ। ସାରା ଦେଶରେ ଫେବୃଆରୀ ୨୮ ତାରିଖକୁ ‘ଜାତୀୟ ବିଜ୍ଞାନ ଦିବସ’ ଭାବେ ପାଳନ କରାଯାଇଆସୁଅଛି। ୧୯୨୮ ମସିହାର ଏହି ଦିନରେ ହିଁ ଦେଶର ମହାନ୍ ବୈଜ୍ଞାନିକ ସିଭି ରମଣ ‘ରମଣ ପ୍ରଭାବ’ ଅବା ‘ରମଣ ରଶ୍ମି’ର ଆବିଷ୍କାର କରିଥିଲେ। ଏହି ଆବିଷ୍କାର ପାଇଁ ତାଙ୍କୁ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ଗ୍ରହଣ କରିବାରେ ସେ ଏସିଆ ମହାଦେଶରେ ପ୍ରଥମ ଥିଲେ। ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରା ଦିବସ ପାଳନ ଅବସରରେ ବିଜ୍ଞାନର ଜୟଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ରସାୟନ ବିଭାଗର ମୁଖ୍ୟ ଡ. ସସ୍ମିତା ସାମଲ ଦିବସ ପାଳନର ଆବଶ୍ୟକତା ଏବଂ ଗୁରୁତ୍ୱ ସହିତ କହିଥିଲେ। ଏହା ସହିତ ଚଳିତ ବର୍ଷ ବିଜ୍ଞାନ ଦିବସ ପାଳନର ପ୍ରସଙ୍ଗ – ‘ବିକଶିତ ଭାରତ ପାଇଁ ଦେଶୀୟ ଜ୍ଞାନ କୌଶଳ’ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷ କରି ଦେଶର ବିଭିନ୍ନ କ୍ଷେତ୍ରରେ ବିକାଶ ଏବଂ ଶିକ୍ଷାର ବିକାଶ କ୍ଷେତ୍ରରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ବହୁଳ ଉପଯୋଗ ସମ୍ପର୍କରେ ଡ ସାମଲ ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ। ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଅନ୍ନପୂର୍ଣ୍ଣା ମହନ୍ତ ଅତିଥି ପରିଚୟ ପ୍ରଦାନ ସହିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଉପସ୍ଥିତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ଡ. ବେଗ୍‌ ଦେଇଥିଲେ। ଅଧ୍ୟାପିକା ଡ ସ୍ମୃତିସ୍ନିଗ୍ଧା ମିଶ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମ ଶେଷରେ ରସାୟନ ବିଭାଗର ଅଧ୍ୟାପିକା ଡ. ସୋନିଆ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ରସାୟନ ବିଜ୍ଞାନ ବିଭାଗର ଡ. ପ୍ରତାପ କୁମାର ସ୍ୱାଇଁ, ମୁରଲି ମୋହନ ବାରିକ ଏବଂ ବିନିତା ତିର୍କୀ ଏବଂ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଡ ବିଶ୍ୱନାଥ ପରିଜା, ଡ. ନିରଞ୍ଜନ ସାହୁ, ଡ. ସୁଭଜ୍ୟୋତି ମହାପାତ୍ର, ଡ. ରଞ୍ଜନା ରାଣି ଦାସ, ଡ. ସତ୍ୟବ୍ରତ ଶତପଥି, ଅଶୋକ କୁମାର ମିଞ୍ଜ ଏବଂ ସନ୍ତୋଷିନୀ ପାତ୍ର ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

ସଦେଇବରେଣୀ କଳାକୃତି ଗ୍ରାମରେ ନୌକାବିହାର ଉଦଘାଟିତ

Sunil Chandra Nayak

ଡ଼ଙ୍ଗରିଗୁଡା ଓ ମାଝୀଗୁଡା ହାଇସ୍କୁଲରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

masiha

Leave a Comment

error: Content is protected !!