ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା   _ _ ଧର୍ମ _ _

  _ _ ଧର୍ମ _ _

ଧର୍ମ ଦାଣ୍ଡେ ଛିଡ଼ା ହୋଇ  
          ପଚାରୁଛି ତୋତେ
ଅଧର୍ମ ଘୋଟିଲା କାହିଁ 
            ସଂସାରରେ ଏତେ
କଳି କାଳ ଶେଷ ବେଳ
             ଆସିଲାକି ସତେ
ଧର୍ମ ଦାଣ୍ଡେ ଛିଡ଼ା ହୋଇ……………..୧ 
ପାଦରେ ପଡ଼ିଛି ବେଡ଼ି 
              କି ଦୋଷ କରିଛି
ଧର୍ମ କୁ ମୁଁ ଛାଡ଼ିଦେଇ
                ଅଧର୍ମ କରୁଛି
ନାହିଁ ମୋର ଅନୁତାପ
                 ତିଳେ ହେଲେ ସତେ
ଧର୍ମ ଦାଣ୍ଡେ ଛିଡ଼ା ହୋଇ……………..୨ 
କଳିଯୁଗେ କାଳରୂପ 
              ଶରୀରେ ପ୍ରବେଶ
ଧର୍ମର ବେକକୁ ଧରି 
              ଦେଉଛି ଆଦେଶ
କିଏ ହେବ ସାହା ତୋର 
               କହରେ ତୁ ମୋତେ
ଧର୍ମ ଦାଣ୍ଡେ ଛିଡ଼ା ହୋଇ……………..୩ 
ଧର୍ମ ଯଦି ହାରିଯିବ 
                ସଂସାର ବୁଡିବ
ପତିତପାବନ ବାନା 
                 ଆଉ ନ ଉଡ଼ିବ
ରକ୍ଷା କଲେ ଧର୍ମ ବାନା
                 ଉଡୁଥିବ କେତେ
ଧର୍ମ ଦାଣ୍ଡେ ଛିଡ଼ା ହୋଇ  
         ପଚାରୁଛି ତୋତେ …………୪

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ବାସନ୍ତି ସାହୁ ଙ୍କ କବିତା = ବାବା ସାହେବ୍ ଆମ୍ବେଦକର

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ମଧୁ ଛନ୍ଦା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ ରମ୍ୟ ରଚନା // ଇଏ କି ପ୍ରକାର ସ୍ଵାଧୀନତା??

Sunil Chandra Nayak

Leave a Comment

error: Content is protected !!