ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସଵ ପାଇଁ ଆମପାଣି ବୁଢ଼ାରଜା ମନ୍ଦିରରୁ ବାହାରିଲା ମଶାଲ ଶୋଭାଯାତ୍ରା

କୋକସରା,୧୪/୧- ଆଜି ଠାରୁ କଳାହାଣ୍ଡିର ଲୋକ ମହୋତ୍ସବ ଘୁମୁରା ଆରମ୍ଭ ହେଉଛି। ଏହା ପୂର୍ବରୁ ଶୁକ୍ରବାର କଳାହାଣ୍ଡି ଉତ୍ସଵ ଘୁମୁରା ପାଇଁ କୋକସରା ବ୍ଲକ ଆମପାଣି ବୁଢ଼ାରଜା ମନ୍ଦିରରୁ ବାହାରିଲା ମଶାଲ ଶୋଭାଯାତ୍ରା। ମଶାଲ ଶୋଭାଯାତ୍ରା ଆରମ୍ଭ ପୂର୍ବରୁ ପ୍ରଭୁ ବୁଢ଼ାରଜା ମନ୍ଦିରରେ ମଶାଲ ପୂଜନ କରାଯାଇଛି। ଏହି ଅବସରରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ, ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ଜିତେନ୍ଦ୍ର ପଣ୍ଡା, ଋତୁରାଜ ମାଝୀ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଉପସ୍ଥିତ ରହି ମଶାଲ ଶୋଭାଯାତ୍ରାକୁ ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ସ୍ତରୀୟ ଘୁମୁରା ମହୋତ୍ସବ ପାଇଁ ବିଦାୟ ଦେଇଛନ୍ତି। ମଶାଲ ଶୋଭାଯାତ୍ରାକୁ ଆମପାଣି ବୁଢ଼ାରଜା ହାଇସ୍କୁଲ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ, ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ, ଶିଉନି ଗାଁ ଠାରେ ଯୁବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭୁବନେଶ୍ୱର ଦିଶାରୀ, କାଉଡୋଳା ହାଇସ୍କୁଲ, କାଉଡୋଳା ଛକ, କୋକସରା ଡିଗ୍ରୀ ମହାବିଦ୍ୟାଳୟର ୟୁଥ ରେଡ଼ କ୍ରସ ପକ୍ଷରୁ ଅଧ୍ୟକ୍ଷ ଗୁଣାକାର ପଣ୍ଡା ଓ ଅଧ୍ୟାପକ ସୁବ୍ରତ କୁମାର ବେହେରା ଓ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ଉତ୍ତମ କୁମାର ବାଗ, ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ ସହ କର୍ମଚାରୀ ମାନେ ଉପସ୍ଥିତ ରହି ମଶାଲ ଶୋଭାଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଜିଲ୍ଲା ସଂସ୍କୃତି ପରିଷଦ ଓ ନେହେରୁ ଯୁବାକେନ୍ଦ୍ର କଳାହାଣ୍ଡି ସ୍ବେଚ୍ଛାସେବୀ ତଥା ପ୍ରକୃତି ମିତ୍ର କୋପନେଶ୍ବର ବେମାଲ , ଦୁର୍ମାନ୍ୟ ଶବର, ଚରଣ ସିଂ ବାଗ, ଭୁପେନ୍ଦ୍ର ମାଝୀ, ମନୋରଞ୍ଜନ ଗହୀର ଓ ଠାକୁର ନାଏକ ମଶାଲକୁ ବାଇକରେ ନେଇ ଭବାନୀପାଟଣା ଅଭିମୁଖେ ଯାତ୍ରା କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ମଦ ବିରୋଧୀ ଅଭିଯାନ ପରେ ମହିଳା ଙ୍କ ଦ୍ଵାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ 

Sunil Chandra Nayak

ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ସାହୁ ଜିଲା ସ୍ୱାସ୍ଥ୍ୟସେବା ସମ୍ମାନ ରେ ସମ୍ମାନୀତ

masiha

ସଂସ୍କାର ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ଓ ଆଭାର ଅଭିଭାବକ ସଭା

Sunil Chandra Nayak

Leave a Comment

error: Content is protected !!