ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ମାଉଲି କ୍ରିକେଟ କ୍ଳବ ତରଫ ରୁ ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ , ରୂପ୍ରା ଟିମ ଚାମ୍ପିୟାନ

କେସିଙ୍ଗା: ତା ୧୩/୦୧/୨୦୨୩ ରିଖ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସ୍ଥାନୀୟ କୋକୋମୁଣ୍ଡା ମା ମାଉଲି କ୍ରୀକେଟ କ୍ଳବ ତରଫରୁ ଅନୁଷ୍ଟିତ ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଯାଇଛି। ବାହାଦୂର ପଦର ବନାମ୍ ରୂପ୍ରା  ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ବାହାଦୂର ପଦର ଟସ ଜିତି ବ୍ୟାଟିଙ୍ଗ କରି ନିଧାରିତ ୧୦ ଓଭର ୧୦ ଉଇକେଟ ହରାଇ ୧୨ ରନ ସଂଗ୍ରହ କରିଥିବା ବେଳେ ରୂପ୍ରା  ୪ ଓଭର ରେ ବିନା ଉଇକେଟ ହରାଇ ୧୦ ଉଇକେଟ ରେ ଚାମ୍ପିୟାନ ହୋଇଥିଲେ। ଏହି ମ୍ୟାଚ ରେ ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଳୀ ଓ କ୍ଳବ ର ସମସ୍ତ ସଦଶ୍ୟ ଙ୍କୁ ଉତ୍ସାହିତ କରିବା ସହ ଖେଳ ଦେହ ଓ ମନ କୁ ଶୁଦ୍ଧ ଓ ନିରୋଗୀ ରଖେ ବୋଲି ନିଜ ବ୍ୟକ୍ତବ୍ୟରେ କହିଥିଲେ। ସଂମ୍ମାନିତ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ମୋହନ କୁମାର ଭଟ୍ଟ ଉପସ୍ଥିତ ଥିବା ବେଳେ କ୍ଲବ ର ଅଭିଳାଷ ଭଟ୍ଟ, ନୀତିଶ ଭଟ୍ଟ, ଉତ୍ତମ ମାଝୀ, ମୁକେଶ ମେହେର, ଉଦ୍ଧବ ମାଝୀ, ପ୍ରମୋଦ ମେହେର, ପରଦେଶୀ ପରାଭୋଇ, ମନୋଜ ନାଗ, ବବୁଲୁ ମାଝୀ, ଗୁଡୁ ଦାଶ, ଦେବାନନ୍ଦ ମାଝୀ , ଉତ୍ତମ ନାଏକ, ସୁଶାନ୍ତ ନାଏକ, ଅନୀଲ ଗୌଡ଼, ଚନ୍ଦ୍ର ମାଝୀ, ଉମା ମାଝୀ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

କଲିକତା ଠାରେ ଅନୁଷ୍ଠିତ ଇସକା ଇଣ୍ଡିଆ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତା-୨୦୨୫ ରେ କଳାହାଣ୍ଡି ଜିଲ୍ଲାକୁ ୧ ସ୍ୱର୍ଣ୍ଣ ଓ ୪ଟି ବ୍ରୋଞ୍ଜ 

masiha

ଚନ୍ଦୁ ସାହାଣୀମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ,  ସମ୍ବଲପୁର କୁ ହରାଇ ଫାଇନାଲ ରେ ନବରଙ୍ଗପୁର 

masiha

କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣ 

masiha

Leave a Comment

error: Content is protected !!