ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଇ ଜଣ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ। ଗୋଇଠା ମାଡ଼ରେ ଜଣେ ମୃତ୍ୟୁ । ଅଭିଯୁକ୍ତ ଗିରଫ 

କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଗାର୍ଡେଙ୍ଗିଆ ଗ୍ରାମ ପଞ୍ଚାୟତ ର ଗିରୁଟି ଗ୍ରାମରେ ନୂତନ ବର୍ଷ ଦିନ ଦୁଇ ବ୍ୟକ୍ତି ମଦପିଇ ଗଣ୍ଡଗୋଳ ଲାଗି ଜଣେ ବ୍ୟକ୍ତି ର ସାମାନ୍ୟ ମାଡ଼ରେ ଅନ୍ୟ ଜଣେ ବ୍ୟକ୍ତି ର ମୃତ୍ୟୁ ହୋଇଥିବା ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ସେହି ଗିରୁଟି ଗ୍ରାମବାସୀ ସମସ୍ତେ ମିଶି ନୂଆଁ ବର୍ଷ ପାଳନ କରି ଖୁସି ମନାଇବ ନିମନ୍ତେ ଗ୍ରାମରେ ଭୋଜି ଭାତର ଆୟୋଜନ କରିଥିଲେ। ଭୋଜି ଖାଇ ସମସ୍ତେ ଆନନ୍ଦରେ ନିଜ ନିଜ ଘରକୁ ସନ୍ଧ୍ୟା ସମୟରେ ଫେରୁଥିବା ବେଳେ ସେହି ଗ୍ରାମର ସୁଶାନ୍ତ ପ୍ରଧାନ ଓ ଗୋପାଳ ପ୍ରଧାନ ଦୁଇ ଜଣ ମଦ୍ୟପାନ କରି କିଛି କଥା କୁ ନେଇ ବାକ ବିତଣ୍ଡା ହେବା ସହ ମାଡ଼ପିଟ ଗଣ୍ଡଗୋଳ ହୋଇଥିଲେ । ସୁଶାନ୍ତ ପ୍ରଧାନ ନାମକ ବ୍ୟକ୍ତି ଗୋପାଳ ପ୍ରଧାନ ଙ୍କ ଛାତି କୁ କୁଆଡେ ଗୋଟିଏ ଶକ୍ତ ଗୋଇଠା ମାରିଥିଲା। ସୁଶାନ୍ତ ପ୍ରଧାନ ର ଗୋଇଠା ମାଡରେ ଗୋପାଳ ପ୍ରଧାନ ଘଟଣା ସ୍ଥଳରେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଗୋପାଳ ର ସ୍ତ୍ରୀ ଅଞ୍ଜଳୀ ପ୍ରଧାନ ଏବଂ ଭାଇ ମିଶ୍ରାମ ପ୍ରଧାନ ପହଞ୍ଚି ଗୋପାଳ ର ଅବସ୍ଥା କୁ ଦେଖି ଚିକିତ୍ସା ନିମନ୍ତେ ପ୍ରଥମେ ଗୋପାଳ କୁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିର୍ତି କରାଯାଇଥିଲା। ଏହା ପରେ ଗୋପାଳ ଅସୁସ୍ଥ ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସା କୁ ସ୍ଥାନାନ୍ତର କରାଯାଇଥିଲା।ଫୁଲବାଣୀ ମେଡ଼ିକାଲ ରେ ଚିକିତ୍ସିତ ହୋଇ ଗୋପାଳ ଗୋଟିଏ ଦିନ ରହିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତା ୩/୧/୨୦୨୩ ରିଖ ଦିନ ବ୍ରହ୍ମପୁର ବଡ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ମେଡ଼ିକାଲ ରେ ଚିକିତ୍ସିତ ଅବସ୍ଥାରେ ଗୋପାଳ ପ୍ରଧାନ ର ତା ୧୧/୧/୨୦୨୩ ରିଖ ଦିନ ମୃତ୍ୟୁ ହୋଇଥିଲା। ଗୋପାଳ ର ମୃତ ଦେହକୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ ବ୍ୟବଛେଦ କରି ନିଜ ଗାଁ କୁ ଆଣି ଶବ ସତ୍କାର କରି ସାରିବା ପରେ ତା ୧୨/୧/୨୦୨୩ ରିଖ ଦିନ ମୁତ ଗୋପାଳ ର ସ୍ତ୍ରୀ ଅଞ୍ଜଳୀ ପ୍ରଧାନ ଟିକାବାଲି ଥାନାରେ ସ୍ୱାମୀର ମୃତ୍ୟୁ ସମ୍ପର୍କରେ ଏକ ଲିଖିତ ଦେଇଥିଲେ। ଅଭିଯୋଗ କୁ ଭିତ୍ତିକରି ଟିକାବାଲି ଥାନା ପୋଲିସ କେସ ନଂ ୩/୨୦୨୩ ଦଫା ୩୦୨,୪୫୪ ଏକ ମାମଲା ରୁଜୁ କରି ତା ୧୩/୧/୨୦୨୩ ରିଖ ଦିନ ଅଭିଯୁକ୍ତ ସୁଶାନ୍ତ ପ୍ରଧାନ କୁ ଗିରଫ କରି ଜି. ଉଦୟଗିରି କୋର୍ଟ ଚାଲାଣ କରିଥିବା ଟିକାବାଲି ଥାନା ଅଧିକାରୀ କଲ୍ୟାଣମୟୀ ଷେଣ୍ଢ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଭବାନୀପାଟଣା ବିଇଓ ଅଫିସ ରୁ ଅର୍ଥ ହଡ଼ପ ଘଟଣା ସୁଚିସ୍ମିତା କୁ ରିମାଣ୍ଡ ରେ ନେଲା ପୋଲିସ…ମୁହଁ ଖୋଲିଲା ସୁଚିସ୍ମିତା

Sunil Chandra Nayak

ଡିଜେଲ ଚୋରୀ ମାମଲାରେ ଜଣେ ନାବାଳିକା ସମେତ ୩ କୋର୍ଟ ଚାଲାଣ , ଦୁଇ ଫେରାର

Sunil Chandra Nayak

ଖରିଆର ରୋଡ୍‌ରେ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ୪ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ

Sunil Chandra Nayak

Leave a Comment

error: Content is protected !!