ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମୋହନଗିରୀ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ର ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ମ.ରାମପୁର ,୧୬/୦୧(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରୀ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣlମେଣ୍ଟ ରବିବାର ଆରମ୍ଭ ହୋଇ ଯାଇଛି l ପ୍ରଥମେ ପ୍ରାଚୀନ ତଥା ଐତିହାସିକ ଶୈବପୀଠ ଧବଳେଶ୍ଵର ମନ୍ଦିର ରୁ ପୂଜାର୍ଚନା କରିବାପରେ ମଶାଲ ଯାତ୍ରା ଗ୍ରାମ ପରିକ୍ରମା କରି ଖେଳ ପଡ଼ିଆରେ ପହଞ୍ଚିଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ମଶାଲ ଯାତ୍ରାରେ ସାମିଲ ରବି ଖେଳକୁ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ମୋହନଗିରୀ ସରପଞ୍ଚ ସୁରେନ୍ଦ୍ର ଧରୁଆ, ସିଂହପୁର ସରପଞ୍ଚ ଉଛବ ପ୍ରଧାନ,ମୋହନଗିରୀ ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ଵାଳ, କ୍ରୀଡା ଅନୁଷ୍ଠାନ ର ସଭାପତି ଶୁକଦେବ ସାହୁ, ସମ୍ପାଦକ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l

ପ୍ରଥମ ମ୍ୟାଚ ରାୟଗଡ଼ା ଓ ନୟାଗଡ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ରାୟଗଡ଼ା ଦଳ ଟସ ଜିତି ପ୍ରଥମେ ନୟାଗଡ ଦଳକୁ ବ୍ୟାଟିଂ କରିବାକୁ ଦେଇଥିଲା l ନୟାଗଡ ଦଳ ନିର୍ଦ୍ଧାରିତ ୧୮ ଓଭର୍ ରେ ୮ ୱିକେଟ ହରାଇ ୨୮୧ ରନ୍ କରିଥିଲା l ଏହାର ଜବାବରେ ରାୟଗଡ଼ା ଦଳ ୧୮ ଓଭର ରେ ୭ ୱିକେଟ୍ ହରାଇ ୨୭୯ ରନ କରିବାରେ ସକ୍ଷମ ହୋଇ ପାରିଥିଲା l ଏହି ମ୍ୟାଚରେ ନୟାଗଡ ଦଳ ମାତ୍ର ୨ ରନ ରେ ବିଜୟୀ ହୋଇଥିଲା l ମ୍ୟାଚ୍ କୁ ଆମ୍ପ୍ୟାୟର ଭାବରେ ଧୀରେନ୍ଦ୍ର ବିଶ୍ୱାଳ ଓ ସତ୍ୟନାରାୟଣ ମହାପାତ୍ର ପରିଚାଳନା କରିଥିବାବେଳେ ଜଳେଶ୍ଵର ସାହୁ, ସ୍ଵପ୍ନେଶ୍ୱର୍ କର୍ମୀ, ଶଶିକାନ୍ତ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ l ସୁନିଲ କୁମାର ଭୋଇ,ଚନ୍ଦ୍ରଭାନୁ ବେହେରା ଓ ଦଇତାରୀ ମାଝୀ ସ୍କୋର ଦାୟିତ୍ୱରେ ରହିଥିଲେ l ଏହି ଟର୍ଣ୍ଣlମେଣ୍ଟ ରେ ମୋଟ ୮ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି l ଅନ୍ୟ ୬ ଗୋଟି ଦଳ ହେଲେ ;କନ୍ଧମାଳ,କଳାହାଣ୍ଡି, ବରଗଡ଼, ବଲାଙ୍ଗିର,ସମ୍ବଲପୁର ଓ ଜଗଦଲପୁର( ରାୟପୁର) l ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପାତ୍ର,ଭୀଷ୍ମ ମଲ୍ଲିକ, ଚନ୍ଦ୍ରକାନ୍ତ ମାଝୀ,କୁଞ୍ଜ ପ୍ରଧାନୀ,ମକରଧ୍ବଜ ସାହୁ ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା ୨୨- ଜାନୁଆରୀ ରେ ଏହାର ଫାଇନାଲ ମ୍ୟାଚ୍ ହେବା ବୋଲି କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

କୋକସରା ଠାରେ ଦିବା ରାତ୍ରୀ ନକଆଉଟ୍ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

Sunil Chandra Nayak

ନାରାୟଣ ଗୌଡ଼ ଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

masiha

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ବାଲିଗୁଡା ଓ ସିପାଞ୍ଜିରୀ ଦଳ ବିଜୟୀ 

Sunil Chandra Nayak

Leave a Comment

error: Content is protected !!