ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ହିରୋକପ୍ ହକି ପ୍ରତିଯୋଗିତା ସମ୍ପନ୍ନ

ଏସଏନଜି ବ୍ରଦର ଚମ୍ପିୟାନ ଓ ବିଜାଡିହି ସେଲେମ ଯୋଡି ରନର୍ସ ଅପ 

ରାଉରକେଲା/ ଲାଠିକଟା ବ୍ଲକ ଅନ୍ତର୍ଗତ କିରାଲଗା ଗ୍ରାମରେ ବିଶ୍ବକପ୍ ହକି ପ୍ରତିଯୋଗିତାକୁ ଆଖି ଆଗରେ ରଖି ଏକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାର ମୁଖ୍ୟ ଆୟୋଜକ ଦିଲେଶ୍ବର ସାହୁଙ୍କ ଆବାହକତ୍ବରେ ଆୟୋଜିତ ଏହି ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳରୁ ପ୍ରାୟ ୯୬ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରାୟ ୧୦ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଶେଷରେ ଏସଏନଜି ବ୍ରଦର ଓ ବିଜାଡିହି ସେଲେମ ଯୋଡି ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏସଏନଜି ଦଳ ବିଜାଡିହି ଦଳକୁ ପରାସ୍ତ କରି ଏହି ହିରୋକପ୍ ହକି ପ୍ରତିଯୋଗିତାରେ ଚମ୍ପିୟାନ ଦଳ ଭାବେ ଏକ ଖାସି ଓ ନଗଦ ୫୦ ହଜାର ଟଙ୍କା ଲାଭ କରିଥିଲେ । ରନର୍ସଅପ ଭାବେ ବିଜାଡିହି ଦଳ ଖାସି ସହ ନଗଦ ୩୦ ହଜାର, ତୃତୀୟ ଦଳ ଭାବେ ଦିଲଗା ଟିମ୍ ଖାସି ସହ ନଗଦ ୨୦ହଜାର, ଚତୁର୍ଥ ଦଳ ଭାବେ ଡମକୁରା ଦଳକୁ ଖାସି ସହ ନଗଦ ୧୦ହଜାର ଟଙ୍କା ଓ ପଞ୍ଚମ ତଥା ଷଷ୍ଠ ଦଳଭାବେ ଯାଥାକ୍ରମେ ଡିଏଲଟି ଦେଓଗାଁ ଓ ପିସିସି କୁମାରଟୋଲି ଦଳକୁ ଖାସି ପ୍ରଦାନ କରାଯାଇଥିଲା । ଏହା ସହ ଶ୍ରେଷ୍ଠ ଗୋଲକିପର, ଶ୍ରେଷ୍ଠ ସ୍କୋରର, ଶ୍ରେଷ୍ଠ ଖଳାଳିଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଅତିଥି ଭାବେ ଜିଲ୍ଲା ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ,ଆରଏସପି ର ମହାପ୍ରବନ୍ଧକ ଶ୍ରୀନାଥ ନାଏକ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ, ପୋଷ୍ଟମାଷ୍ଟର ତଳସୀରାମ ତନ୍ତୀ ପ୍ରମୁଖ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଖେଳ ମାଧ୍ୟମରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସହ ଶାରିରୀକ ମାନସିକ ବିକାଶରେ ସହାୟକ ହୋଇଥାଏ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କୁ ଏକ ସ୍ୱତନ୍ତ୍ର ଶୋଭାଯାତ୍ରାରେ ପ୍ରତିଯୋଗିତା ହେଉଥିବା ପଡିଆ କୁ ନୃତ୍ୟ ଗୀତ ଓ ବାଦ୍ୟର ତାଳେତାଳେ ପାଛୋଟି ନିଆଯାଇଥିଲା। କାର୍ଯ୍ୟକ୍ରମର ସଭାପତି ବେଦପ୍ରକାଶ ନାଏକ, ସଂପାଦକ ରାଜାରାମ ସାହୁ,କୋଷାଧ୍ୟକ୍ଷ ନୁଆସ ଡୁଙ୍ଗଡୁଙ୍ଗ, କ୍ରୀଡା ସଂପାଦକ ଦୁତିବାହାନ ଗରଡିଆ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜେକେ ପେପର୍ ଲିମିଟେଡ୍ ର ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ

Sunil Chandra Nayak

ବଡାମକୁରାଡ଼ି ଯୁବକ ସଂଘ ପକ୍ଷରୁ ବାର୍ଷିକ କ୍ରୀଡା ଉତ୍ସବ ରୌପ୍ୟ ଜୟନ୍ତୀ ପାଳିତ 

masiha

ମା ମାଉଲି କ୍ରିକେଟ କ୍ଳବ ତରଫ ରୁ ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ , ରୂପ୍ରା ଟିମ ଚାମ୍ପିୟାନ

Sunil Chandra Nayak

Leave a Comment

error: Content is protected !!