ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଚତୁର୍ଥ ଦିବସରେ କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ବିଜୟୀ

ନର୍ଲା-(ମନିସ) ନର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚ ରୋମାଞ୍ଚକର ସ୍ଥିତିରେ ସୋମବାର କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ଓ ବୈ।ଦ୍ଧ ସ୍ପୋର୍ଟସ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଓ ବୈ।ଦ୍ଧ ଉଭୟ ଦଳ ୨ ଗୋଳ ଲେଖାଏଁ ଦେଇ ବରାବର ହୋଇଥିଲେ। ପୁଣି ନିର୍ଧାରିତ ସମୟ ମଧ୍ୟରେ ଟ୍ରାଇବ୍ରେକର ଜରିଆରେ କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ୧ ଗୋଲରେ ବିଜୟୀ ହୋଇ ସେମି ଫାଇନାଲକୁ ପ୍ରବେଶ କରିଛି। ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ବିଶିଷ୍ଟ ଶିଳ୍ପପତି ବିମଳ କେଡିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୈାଡିଆ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଖେଳଟିକୁ ସନ୍ତୋଷାନନ୍ଦ ନାଏକ ପରିଚାଳନା କରିଥିବା ବେଳେ ଛବିଲାଲ ନାଏକ ଓ ବିଶେଶ୍ୱର ପ୍ରଧାନ, ନାରାୟଣ ପଧାନ ସହଯୋଗ ପ୍ରଦାନ କରିଥିଲେ। ଆସନ୍ତା କାଲି କୋରାପୁଟ ଓ କଣ୍ଟାବାଞ୍ଜି ମଧ୍ୟରେ ଫୁଟବଲ ଖେଳ ଅନୁଷ୍ଠିତ ହେବାର ସୂଚନା ରହିଛି।

ଦୀପକ କୁମାର ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

Meet Sumit Jain, Story of School Boy to President of India Deaf cricket Association.

masiha

ନବରଙ୍ଗପୁର ଓ ଜଗତସିଂପୁର ଜିଲ୍ଲା ଖେଳାଳିଙ୍କ ମିଳିତ ସଫଳତା

masiha

କପୁରମାଲ ପ୍ରିମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଜ୍ଜାପିତ

Sunil Chandra Nayak

Leave a Comment

error: Content is protected !!