ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଶିଉନି ଫୁଟବଲ ଚାମ୍ପିୟାନ କପ, ଫାଇନାଲରେ ଟେମରାକୁ ହରାଇ କୁସୁମବନ୍ଧ ଦଳ ଚାମ୍ପିୟାନ

କୋକସରା,୧୭/୦୧ // କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଶିଉନି ଗ୍ରାମରେ ଶିଉନି ଚାମ୍ପିୟାନ କପ ଫୁଟବଲ ନେତାଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ରବିବାର ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ପଡ଼ିଆର ଉନ୍ନତି କରଣ ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ବୁଢ଼ାରଜା ହାଇସ୍କୁଲ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ, ଆଦିବାସୀ ସଂଘ ଜିଲ୍ଲା ସମ୍ପାଦକ ଋତୁରାଜ ମାଝୀ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଚଞ୍ଚରାଗୁଡା ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତ୍ରା, ଆମପାଣି ପଞ୍ଚାୟତ ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ ନବରଙ୍ଗପୁର ଜିଲ୍ଲା କୁସୁମବନ୍ଧ ଓ ଟେମରା ଦଳ ମଧ୍ୟରେ ଚିତାକର୍ଷକ ହୋଇଥିବା ବେଳେ ୧/୦ ଗୋଲରେ କୁସୁମବନ୍ଧ ଦଳ ଫାଇନାଲରେ ଚାମ୍ପିୟାନ ହୋଇଛି। ଖେଳକୁ ଚିତ୍ତରଂଜନ ଠାକୁର ଓ ଜଗମୋହନ ମାଝୀ, ଶଙ୍କର ପୋଢ଼ ପରିଚାଳନା କରିଥିଲେ। ମ୍ୟାଚର ଧାରାବିବରଣୀ ଈଶ୍ବରୀ ପ୍ରସାଦ ଅଗସ୍ତି ଏବଂ ନରେନ୍ଦ୍ର ଧ.ମାଝୀ ପ୍ରଦାନ କରିଥିବା ବେଲେ ସୁଧୀର ଧ.ମାଝୀ ମଞ୍ଚ ପରିଚାଲନା କରିଥିଲେ। ବିଜୟୀ ଓ ରନର୍ସ ଅପ ଦଳକୁ ଅତିଥିମାନେ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ନେତାଜୀ ଯୁବକ ସଙ୍ଘର ସଦସ୍ୟ ସନାତନ ପଣ୍ଡା ସୁବାଷ ବେହେରା, ଅମିତ କୁମାର ପଣ୍ଡା, ମଣ୍ଟୁ ନାଏକ ଓ ଯୁବକ ସଙ୍ଘର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଖେଳକୁ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ବିରିମୁହାଣ ଗ୍ରାମର ଆଦିବାସୀ ନୃତ୍ୟ ଢେମସା ପରିବେଷଣ କରାଯାଇଥିଲା। ଫାଇନାଲ ଖେଳ ଉପଭୋଗ କରିବାକୁ ପଡ଼ିଆରେ ୨ ହଜାରରୁ ଉର୍ଦ୍ଧ ସଂଖ୍ୟକ ଦର୍ଶକ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ବରଗଡ଼ କୁ ହରାଇ ଜୟପୁର ସେମିଫାଇନାଲ କୁ ଉନ୍ନୀତ। ପରବର୍ତ୍ତୀ ଖେଳ ଜେକେପୁର ଓ ଜୁନାଗଡ଼ ମଧ୍ୟରେ

masiha

ଡୋଭା ଗ୍ରାମରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା 

Sunil Chandra Nayak

ଜଲଦା କାର୍ମେଲ ସ୍କୁଲରେ ଆଞ୍ଚଳିକ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!