ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲ୍ୟବିବାହ ରୋକିଲା ପ୍ରଶାସନ

ଚନ୍ଦାହାଣ୍ଡି ତା,୧୮/୦୧(ମ ନି ସ ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜମାଦାରପଡା ଗ୍ରାମ ପଞ୍ଚାୟତର କନ୍ଦିଓଡା ଗ୍ରାମରେ ଚାଲିଥିବା ବାଲ୍ୟବିବାହକୁ ରୋକିଛି ପ୍ରଶାସନ | ସୂଚନା ଅନୁଯାୟୀ, ଆଜି ସକାଳେ ଏହି ଗ୍ରାମରେ ବାଲ୍ୟବିବାହ ଚାଲିଥିବା ନେଇ ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା। ପରେ ଚନ୍ଦାହାଣ୍ଡି ପୁଲିସ ଏବଂ ଚନ୍ଦାହାଣ୍ଡି ଆଇସିଡିଏସ ବିଭାଗର କର୍ମଚାରୀ ମିଳିତ ଭାବେ ସେହି ଗ୍ରାମରେ ଚଢ଼ଉ କରି ବାଲ୍ୟବିବାହକୁ ବନ୍ଦ କରାଇଥିଲେ । ସିଡିପିଓ ସୈରେନ୍ଦ୍ରି ମହାନନ୍ଦ, ମଣ୍ଡଳ ପରିଦର୍ଶିକା ପୁଲସରା ଭତ୍ରା,ନନ୍ଦିନୀ ଶତପଥି ,ଡଲି ଖୋସଲା ଏବଂ ଅଙ୍ଗନୱାଡି କର୍ମୀ ଜୟନ୍ତୀ ନାୟକଙ୍କ ସହ ଚନ୍ଦାହାଣ୍ଡି ପୋଲିସ ବିଭାଗ ରୁ ବସନ୍ତ କୁମାର ସ୍ୱାଇଁ ଉପସ୍ଥିତ ରହି ପୁଅ ,ଝିଅ ଏବଂ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଭବିଷ୍ୟତରେ ଏଭଳି ବେଆଇନ କାର୍ଯ୍ୟ ନକରିବାକୁ ପରାମର୍ଶ ଦେଇଥିଲେ । ସୂଚନା ଯୋଗ୍ୟ ଯେ ଅମଲିପଦର ବାହାଳପଡ଼ା ଗ୍ରାମର ଗୋମତୀ ହଂସ (୧୬) ବର୍ଷର ଝିଅ ଓ କନ୍ଦିଓଡା ଗ୍ରାମର ଦୁର୍ଯୋଧନ କାଣ୍ଡ(୧୭) ବର୍ଷ ବୟସର ପୁଅ ସହିତ ବିବାହ ହେବାର ଥିଲା। ଏହି ସମୟରେ ପୁଲିସ ଏବଂ ଆଇସିଡିଏସ ବିଭାଗର ସିଡିପିଓ ଏବଂ ତିନି ଜଣ ପରିଦର୍ଶିକା ପହଞ୍ଚି ଉଭୟ ପରିବାରକୁ ବୁଝାଇଥିଲେ । ଝିଅର ବୟସ ୧୮ ନହେବା ପର୍ଯ୍ୟନ୍ତ ଝିଅକୁ ବିବାହ କରାଗଲେ ଏହା ଆଇନତଃ ଅପରାଧ ବୋଲି କହିବା ସହିତ ଏଥିରେ ଖିଲାପ ହେଲେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟ ପରିବାରକୁ ବୁଝଯାଇଥିଲା । ପରେ ଉଭୟ ପରିବାରଙ୍କ ସହମତିରେ ବାହାଘରକୁ ସ୍ଥଗିତ ରଖାଯାଇଥିଲା। ଝିଅର ବୟସ ୧୮ବର୍ଷ ହେବା ପରେ ବିବାହ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଚନ୍ଦାହାଣ୍ଡି ଆଇସିଡିଏସର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

ଚନ୍ଦାହାଣ୍ଡି  ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଦୁର୍ଘଟଣାରେ ମାମୁ ଭଣଜା ମୃତ

Sunil Chandra Nayak

ପୁଣି ଲାଗିଲା ମାଓବାଦୀ ବ୍ୟାନର ଓ ପୋଷ୍ଟର

ବାଲି ମାଫିଆ ଙ୍କ ପୂର୍ବ ପ୍ରସ୍ତୁତି, ବାଲି ବିକିବା ପାଇଁ ସରକାରୀ ବିଦ୍ୟାଳୟ ପରିସରରେ ଠୁଳ କରୁଛନ୍ତି ବାଲି

Leave a Comment

error: Content is protected !!