ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ଆୟେ।ଜନ କ୍ରମେ ବୁଧବାର ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩ ଟି ବ୍ଳକ ର ବିଭିନ୍ନ ବିଦ୍ୟାଳୟର ବାଳକ ବାଳିକା ବିଭାଗ ରୁ ଆସିଥିବା ଥିବା ୧୪ ବର୍ଷ ଓ ୧୭ ବର୍ଷ ର ଛାତ୍ର ଛାତ୍ରୀ ଭାଗନେଇଥିଲେ। ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଷଷ୍ଠି ଝାଙ୍କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଯୋଗୀତା ର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ସମ୍ମାନିତ ଅତିଥି ଭାବରେ ବୋର୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନିଶଙ୍କ ତିଲଯୋଡି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ ନନ୍ଦ ହୋତା,ଟାଉନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋରେଖ ସାହୁ , ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ ,ଆଇ.ପି.ଇ ମହେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିବାବେଳେ ସନ୍ତୋଷ କୁମାର ପାଣିଗ୍ରାହୀ ମଂଚ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ନମିତା ରଣା ,ଅଶ୍ଵିନ ପ୍ରଧାନ,ରୁପସିଂ ରାଉତ, କୃପାସିନ୍ଧୁ ପଟେଲ,ସଂଜୟ ମିଶ୍ର,ମୁରଲି ଦିପ,ସୁନିତା ସିଂ, ଧରିତ୍ରୀ ବିଷୋୟୀ ଓ ତୁମେଶ୍ବର ଶବର ସହୋଯୋଗ କରିଥିଲେ। ପ୍ରତି ଯୋଗୀତ ରେ ଉତିର୍ଣ୍ଣ ହୋଇଥିବା ୧୬ ଜଣ ଛାତ୍ର ଛାତ୍ରୀ ଆଗାମୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗନେବେ ବୋଲି ଆଇ.ପି.ଇ ଶ୍ରୀ ପଣ୍ଡା ଙ୍କ ଠାରୁ ସୁଚନା ମିଳିଛି।

ମସିହା ନିଉଜ ସର୍ଭିସ୍ 

Related posts

ଅବସର ପ୍ରାପ୍ତ ପୋଲିସ ବାବୁ ଙ୍କ ପୁଅ, ଠକି ନେଲେ ସାମ୍ବାଦିକ ଟଙ୍କା

Sunil Chandra Nayak

ପୁଣି ଆଉ ଜଣେ ଯୁବକଙ୍କର ଦାଦନରେ ମୃତ୍ୟୁ ,ଜନ ଶୁନ୍ୟ ହେଲା ପରିବାର 

Sunil Chandra Nayak

ଢେଙ୍କାନାଳ ସହରରେ ଜବର ଦଖଲକାରିଙ୍କୁ ତାଗିଦ କଲା ପୋଲିସ

masiha

Leave a Comment

error: Content is protected !!