ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ରୁପ୍ରା ପିଏଚସି ପରିଦର୍ଶନ 

ରୁପ୍ରା, ୧୯/୧ (ମନିସ ) : ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ପ୍ରାଥମିକ  ସ୍ୱାସ୍ଥ୍ୟ କେନ୍ଦ୍ର ରୁପ୍ରାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ସ୍ୱାସ୍ଥ୍ୟ ଅଧିକାରୀ ଦଳ ଆଜି ପରିଦର୍ଶନ କରି ମୂଲ୍ୟାୟନ କରିଥିଲେ | ଏଥିରେ ଜିଲ୍ଲା ସହାୟକ ପରିଚାଳକ ଟିବି ପ୍ରବୀଣ ସେନାପତି, ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳକ ସୁଭଦ୍ରା ସାହୁ, ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଅକ୍ଷୟ କୁମାର ଗୋଛାୟତ ଓ ବି ପି ଏମ୍ ନର୍ଲା ସବୀର କୁମାର ପଧାନ ପ୍ରମୁଖଙ୍କ ଉପସ୍ଥିତିରେ ମୂଲ୍ୟାୟନ କାର୍ଯ୍ୟ ହୋଇଥିଲା | ଏହି ଅବସରରେ ରୁପ୍ରା ପିଏଚସିର ସ୍ୱାସ୍ଥ୍ୟ ଅଧିକାରୀ ଆୟୁଷ ଡା. ଦୁର୍ଯ୍ୟୋଧନ ପ୍ରଧାନଙ୍କ ନେତୃତ୍ୱରେ ଓ ସମସ୍ତ କର୍ମଚାରୀଙ୍କ ସହଯୋଗ ରେ ଜିଲ୍ଲା ଦଳଙ୍କୁ ମୂଲ୍ୟାୟନରେ ପ୍ରଶ୍ନର ଉତ୍ତର ରଖିଥିଲେ । ଉକ୍ତ ଅଧିକାରୀ ମାନେ ସ୍ୱାସ୍ଥ୍ୟ କେନ୍ଦ୍ରର ଔଷଧୀୟ ବଗିଚା ଓ BMW ପରିସର ବୁଲି ଦେଖିଥିଲେ । ରୁପ୍ରା ପିଏଚସିର ଫାର୍ମାସିଷ୍ଟ ସୁବ୍ରତ କୁମାର ବେହେରା, ନର୍ସିଙ୍ଗ ଅଧିକାରୀ ତ୍ରିନାଥ ରଣା, LHV ହେରାବତୀ ତେତେ, ମହିଳା ସ୍ୱାସ୍ଥ୍ୟକର୍ମୀ କୁସୁମ ବାରିକ, attendant ତେଷରୀ ବାଗ, ଜଗୁଆଳି ଗଣେଶ ସାହୁ, କର୍ମଚାରୀ ହେମନ୍ତ ସେନାପତି, ଆଶାକର୍ମୀ ସୂର୍ଯ୍ୟାକାନ୍ତି ବିହାରୀ, ମୈଥିଳି ମଲ୍ଲିକ , ଜାଇମତି ଓ ଦୁଖୀ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ସ୍ୱାସ୍ଥ୍ୟ ଦଳକୁ ସହଯୋଗ କରିଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ତେନ୍ତୁଳିଖୁଣ୍ଟି ତହସିଲଦାର ଙ୍କୁ ସୁରକ୍ଷା ଦେଉଛି କିଏ ? ଜିଲ୍ଲାପାଳଙ୍କ ନିର୍ଦେଶନାମା ଉଲଂଘନ ଓ ଉପଜିଲ୍ଲାପାଳ ନିଜେ ଅନୁଧ୍ୟାନ କରି ଚୁପ !

Sunil Chandra Nayak

ଶଙ୍କରାଖୋଲା ଆଞ୍ଚଳିକ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରେ ଛାତ୍ରୀ ଙ୍କର ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!