ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ ପାଇଲେ ଗାଳ୍ପିକ ସୁଧୀର ଧଙ୍ଗଡ଼ାମାଝୀ

ନର୍ଲା (ମନିସ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ପ୍ରଦାନ କରାଯାଇଛି ‘ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ-୨୦୨୨’। ସାହିତ୍ୟ ପତ୍ରିକା ‘ଗଦ୍ୟାଂଶ’ ପକ୍ଷରୁ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଅଟାସପୁର ବେଳାଭୂମିରେ ଆୟୋଜିତ ଯୁବ ଗାଳ୍ପିକ ସାମାବେଶ ‘ଗଦ୍ୟାଂଶ ଉତ୍ସବ’ ଅବସରରେ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଉକ୍ତ ସାହିତ୍ୟ ଉତ୍ସବରେ ସାରା ଓଡ଼ିଶାରୁ ୫୦ରୁ ଉର୍ଦ୍ଧ୍ୱ ଯୁବ ଗାଳ୍ପିକ ଗାଳ୍ପିକା ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଗାଳ୍ପିକ ଡ. ଅଜୟ ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଗାଳ୍ପିକ ଅମରେଶ ବିଶ୍ବାଳ, ବରେଣ୍ୟ ଅତିଥି ଭାବେ କବି ପ୍ରଶାନ୍ତ ଦାଶ, ସମ୍ମାନିତ ଅତିଥି ଭାବେ ସମ୍ପାଦକ ବିକାଶ କୁମାର ଶତପଥୀ, ପ୍ରକାଶକ ତଥା କବି ବାଦଲ ମହାନ୍ତି, ନାଟ୍ୟ ନିର୍ଦ୍ଦେଶକ ମୁକୁନ୍ଦ ଶତପଥୀ, ଗାଳ୍ପିକ ତପନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ‘ଗଦ୍ୟାଂଶ’ର ସମ୍ପାଦକ କ୍ଷୀରୋଦ ବିହାରୀ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକକୁ ବେତାର ଉଦଘୋଷିକା ମିତା ପଟ୍ଟନାୟକ ପରିଚାଳନା କରିଥିଲେ।

ନର୍ଲାରୁ ଦୀପକ ଠାକୁରଙ୍କ ରିପୋର୍ଟ

Related posts

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପ୍ରଚେଷ୍ଟା , କଳାହାଣ୍ଡି ଜିଲ୍ଲାର ୧୧ଜଣ କଳାକାର ଆଜି ଯିବେ ଜାପାନ

ଡିସେମ୍ବର ୨୨ ରୁ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୩

masiha

ସୁରଙ୍ଗନା କଳା ନିକେତନର ପ୍ରତିଭାର ବର୍ଷା,ଶ୍ରାବଣ ସୃଜନୀ, ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ତୃତୀୟ ବାର୍ଷିକ ସାଂସ୍କୃତିକ ମହୋତ୍ସବ -୨୦୨୬ ଉଦ୍ ଘାଟିତ 

Sunil Chandra Nayak

Leave a Comment

error: Content is protected !!