ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁକୁ ନାହିଁ ପକ୍କା ରାସ୍ତା,ଲୋକେ ହନୁସନ୍ତ

ଗାଁକୁ ନାହିଁ ପକ୍କା ରାସ୍ତା,ଲୋକେ ହନୁସନ୍ତ

କୋରାପୁଟ ଦଶମନୁପୁର ସ୍ବାଧୀନତାର ୭୮ବର୍ଷ ବିତଯାଇଥିଲେ ସୁଦ୍ଧା ଅନେକ ଗ୍ରାମ ରେ ନାହିଁ ପକା ରାସ୍ତା। ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ସରକାର ଫେଲ ମାରିଥିବା ଅନେକ ସ୍ଥାନରେ ଦେଖାଦେଇଛି । ଏହିପରି ଏକ ଗ୍ରାମ ଅଛି ଯେଉ ଗାଁରେ କି ଗାଁ କୁ ଯିବାପାଇଁ ରାସ୍ତା ଖଣ୍ଡେ ନାହିଁ । କୋରାପୁଟ ଜିଲ୍ଲା ଦଶମନ୍ଧପୁର ବ୍ଲକ ଅଧୂନସୁ ଏ ମାଲକାନଗିରି ପଞ୍ଚାୟତ ଅନ୍ତର୍ଗତ ପୁଟୁମାରି ଗ୍ରାମକୁ ଯିବାପାଇଁ ରାସ୍ତା ଖଣ୍ଡେ ନାହିଁ । ପକା ରାସ୍ତା ତ ଦୂରର କଥା ମେଟାଲ ମୁରମ୍ ରାସ୍ତା ମଧ୍ୟ ନାହିଁ ।କେତେ ବର୍ଷ ପୂର୍ବରୁ ଏକ ମାଟିରାସ୍ତା ନିର୍ମାଣ କରା ଯାଇଥିଲା କିନ୍ତୁ ତାହା ଏବେ ଗାଡ଼ି ଯିବାର ଦୂରର କଥା ଲୋକ ଚାଲିବାରେ ମଧ୍ଯ ଅସୁବିଧା ହେଉଥିବା ଦେଖା ଦେଇଛି। ଯଦି ଗାଁର କୌଣସି ଲୋକର ଦେହ ଖରାପ ହୁଏ କିମ୍ବା ପ୍ରସୂତି ନିମନ୍ତେ ମହିଳା ମାନଙ୍କୁ ହସ୍ପିଟାଲ ନେବାକୁ ହେଲେ ପ୍ରାୟ ୩ ରୁ ୪ କିମି ଦୂର ଭାରରେ ବହି ପାଇକ ପୁକି କିମ୍ବା କଡମାଝଲା ଗାଁ କୁ ନେଇ ସେଠାରୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ କିମ୍ବା ପୋଡ଼ା ଗଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେବାକୁ ପଡ଼େ ବଲି ଗ୍ରାମ ବାସୀ କହିଛନ୍ତି । ଶୀତ ଋତୁ ଓ ଗ୍ରୀଷ୍ମ ଋତୁରେ ଯେମିତି ସେମିତି ଯିବା ଆସିବା ହଇଥାଏ କିନ୍ତୁ ବର୍ଷା ଆସିଗଲେ ଅନେକ ଦୁର୍ଦ୍ଦଶା ଭଗିବାକୁ ପଡ଼େ। ଯଦି ପିଡ଼ି ଏସ ସାମଗ୍ରୀ ଆଣିବା କିମ୍ବା ବର୍ଷାକ୍ୟ ଭତା ଓ କୌଣସି କାମ ନିମନ୍ତେ ପଞ୍ଚାୟତ ଅଫିସ୍ କୁ ଯିବାକୁ ହେଲେ ନାଳ ଡେଇ ଯିବାକୁ ପଡିଥାଏ ।ଗ୍ରାମବାସୀ କହିବା ମୁତାବକ ଉକ୍ତ ଗ୍ରାମରେ ପ୍ରାୟ ୩୦ ରୁ ୪୦ ଘର କନ୍ଧ ଆଦିବାସୀ ୨୦ ରୁ ୩୦ ଘର ଗଉଡ ପାରିବାର ବାସ କରୁଥିବା ଦେଖା ଦେଇଛି। ଏହି ଗ୍ରାମରେ ବିଦ୍ୟାଳୟ ମଧ୍ୟ ରହିଛି ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ଯ ଯିବା ଆସିବା ରେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧା ନେଇ ଅନେକ ବାର ପଞ୍ଚାୟତ ରେ ଜଣାଇବା ସହ ବ୍ଲକ ରେ ମଧ୍ଯ ଜଣାଇଥିବା ଗ୍ରାମବାସୀ କହିଛନ୍ତି। ଏନେଇ ଆମେ ପଞ୍ଚାୟତ ନିର୍ଭାହି ଅଧୂକାରୀ ଓ ଗୋଷ୍ଟି ଉନ୍ନୟନ ଅଧୂକାରୀ ଙ୍କୁ ଯୋଗାଯୋଗ ନିମନ୍ତେ ଚେଷ୍ଟା କଲୁ କିନ୍ତୁ ଫୋନ ନ ଲାଗିବାରୁ ଯୋଗାଯୋଗ ହଇପାରିଲା ନାହିଁ ।

କୋରାପୁଟ ଜିଲ୍ଲାରୁ ଶ୲ମଖିଲ ଙ୍କ ରିପୋର୍ଟ  

Related posts

ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ : ସମୀକ୍ଷା କଲେ ମାନ୍ୟବର ବିଧାୟକ ନବରଙ୍ଗପୁର

Sunil Chandra Nayak

ମେଡ଼ିକାଲରେ ରୋଗୀ ଓ ପ୍ରସୂତି ମହିଳାମାନଙ୍କୁ ଫଳ ବାଣ୍ଟିଲେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ

Sunil Chandra Nayak

ବାଲୁକା କଳାରେ “ଷ୍ଟପ ଟେରୋରିଜିମ” (Stop Terrorism)

masiha

Leave a Comment

error: Content is protected !!