ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହାବିଷ୍ଣୁ ଯଜ୍ଞ ନିମନ୍ତେ ଭୂମିପୂଜନ ଅନୁଷ୍ଠିତ ଯଜ୍ଞ ଦ୍ବାରା ପରିବେଶ ସନ୍ତୁଳିତ ହୋଇଥାଏ…

ମହାବିଷ୍ଣୁ ଯଜ୍ଞ ନିମନ୍ତେ ଭୂମିପୂଜନ ଅନୁଷ୍ଠିତ

ଯଜ୍ଞ ଦ୍ବାରା ପରିବେଶ ସନ୍ତୁଳିତ ହୋଇଥାଏ…

କଳାହାଣ୍ଡି: ସଦଗୁରୁଦେ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘରର ୪୩ତମ ବାର୍ଷିକ ମହାବିଷ୍ଣୁ ଯଜ୍ଞ ନିମନ୍ତେ ଜୁନାଗଡ ବ୍ଲକ ନକଟିଗୁଡା ଠାରେ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ସଂଘର ଗୁରୁଜୀ ଜଗଦାନନ୍ଦଜୀ ମହାରାଜ ଉପସ୍ଥିତ ରହି ଭୂମି କର୍ଷଣ ଓ ଶୁଭଖମ୍ବ ସ୍ଥାପନ କରିବା ସହ ଯଜ୍ଞ ଦ୍ବାରା ପରିବେଶ ସନ୍ତୁଳିତ ହୋଇଥାଏ, ଯଜ୍ଞ ମାଧ୍ୟମରେ ପୃଥିବୀ ଶଷ୍ୟ ଶ୍ୟାମଳା ହୋଇଥାଏ ଓ ଯଜ୍ଞ ମାଧ୍ୟମରେ ସମଗ୍ର ଜୀବଜଗତରେ ଶାନ୍ତି, ମୈତ୍ରୀ ଓ ସଦଭାବ ସୃଷ୍ଟି ହୋଇଥାଏ ବୋଲି କହିଥିଲେ। ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ ବୈଦିକ ବିଧି ବିଧାନରେ ପୂଜନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରୀ ତୋଷାନନ୍ଦ , ଶ୍ରୀ ଅମୀୟ ପାଢି ଓ ଶ୍ରୀ ଶ୍ରୀକାନ୍ତ ଖମାରୀ ସହଯୋଗ କରିଥିଲେ। କାଳୀକୃଷ୍ଣ ସଂଘର ସଭାପତି ଶ୍ରୀ ସଂଜୟ କୁମାର ପଣ୍ଡା ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସରିତା ପଣ୍ଡା ଯଜମାନ ଭାବରେ କାର୍ଯ୍ୟ ସଂପାଦିତ କରିଥିଲେ। ଆଗାମୀ ମାର୍ଚ୍ଚ ମାସର ତା.୧୭,୧୮,୧୯ ଓ ୨୦ ତାରିଖରେ ମହାବିଷ୍ଣୁ ଯଜ୍ଞ ଆୟୋଜିତ ହେବା ସହ ସଂସ୍କାର କାର୍ଯ୍ୟକ୍ରମ: ମୁଣ୍ଡନ,ବ୍ରତୋପୟନ,କୁଣାବରୀ, ଅନ୍ନପ୍ରାସନ, କର୍ଣ୍ଣଭେଦ, ବିଦ୍ୟାରମ୍ଭ ତଥା ଘୃତ ଯଜ୍ଞ,ଅନ୍ନ ଛତ୍ର, ପ୍ରବଚନ, ଭଜନ ସଂଧ୍ୟା , ଦୀକ୍ଷା କାର୍ଯ୍ୟକ୍ରମ, ବିଭିନ୍ନ ସେବା ଯଜ୍ଞ ମାନ ଅନୁଷ୍ଠିତ ହେବ। ଭୂମିପୂଜନ କାର୍ଯ୍ୟକ୍ରମରେ ମୁଖ୍ୟସଂଘ କାର୍ଯ୍ୟକର୍ତ୍ତା, ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା, ଶାଖା ସଂଘ ଓ ଗ୍ରାମର ଶିଷ୍ୟଶିଷ୍ୟା ଓ ଶୁଭେଚ୍ଛୁ ଉପସ୍ଥିତ ରହିଥିଲେ। ନକଟିଗୁଡା ଗ୍ରାମର ଶିଷ୍ୟ ଶିଷ୍ୟା ଓ ଜନସାଧାରଣ ଭୂମିପୂଜନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….. 

Related posts

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଇନ୍ଦ୍ରାବତୀ ବୈଷ୍ନୋଦେବୀ ମନ୍ଦିରରେ ଶାରଦୀୟ ନବରାତ୍ର ଉତ୍ସବ… ମହା ସପ୍ତମୀ ଦିନ ମା ଙ୍କ ପ୍ରତିଷ୍ଠା ଦିବସ ଉତ୍ସବର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

Sunil Chandra Nayak

୧୬ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଆଜି ଚନ୍ଦନ ଯାତ୍ରା ୨୧ ଦିନ ବ୍ୟାପି ଆରମ୍ଭ

Sunil Chandra Nayak

Leave a Comment

error: Content is protected !!