ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବାସ ଯୋଜନା ନେଇ ନାଗଭଣ ଗ୍ରାମ ସଂଖ୍ୟା ଲଘୁ ହିତାଧିକାରୀଙ୍କ ଅସନ୍ତୋଷ, ରାଇରଙ୍ଗପୁର ବ୍ଳକ ଘେରିଲେ ଗ୍ରାମବାସୀ

ମୟୂରଭଞ୍ଜ ୨୦/୧/୨୩(ମସିହା) : ଆବାସ ଯୋଜନା ନେଇ ଲୋକଙ୍କ ଅସନ୍ତୋଷ । ଧନୀକୁ ମିଳୁଛି ଘର ହେଲେ ଗରିବକୁ ନାହିଁ । ଭଙ୍ଗା ରୁଜା ଘରେ ଜରିଟଣା ଘରେ ରହି ଦହଗଞ୍ଜ ହେଉଛି ଗରିବଟିଏ । ସରକାରଙ୍କ ପକ୍ଷରୁ ଆବାସ ଯୋଜନା ଥାଇ ବି ଲୋକେ ବାସହରା । ଏନେଇ ରାଇରଙ୍ଗପୁର ବ୍ଳକ ଭାଲୁବସା ପଞ୍ଚାୟତର ନାଗଭଣ ଗ୍ରାମର ବହୁ ହିତାଧିକାରୀ ଚାହିଁ ଘର ଖଣ୍ଡିଏ ପାଇବା ପାଇଁ ଚାହିଁ ବସିଥିଲେ । ହେଲେ ତାଲିକାରେ ସେମାନଙ୍କ ନାଁ ନାହିଁ । ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଅଛି ଆଉ ବାଦ୍ ପଡିଛନ୍ତି ଯୋଗ୍ୟ । ଗାଁର ବହୁ ଅସହାୟ ରହିଛନ୍ତି । ସେମାନଙ୍କ ନାଁ ଅଛି ଘର ନା ପରିବାର । କିଛି ଲୋକ ମଜୁରୀ ଲାଗିଲେ ଘରେ ତାଙ୍କର ଚୂଲି ଜଳୁଛି । ଗାଁର ଆଉ କିଛି ଲୋକ ବି ରହିଛନ୍ତି ଫନି ବାତ୍ୟାରେ ଘରଦ୍ୱାର ସବୁ ହରାଇଛନ୍ତି । ସମସ୍ତଙ୍କ ମନରେ ସେହି ଗୋଟିଏ ଆଶା । ଘର ତାଲିକାରେ ତାଙ୍କ ନାଁ ଆସିବ । ହେଲେ ତାଲିକା ବାହାରିଲା ସତ କିନ୍ତୁ ସେଥିରେ ରହିଛି ଅଯୋଗ୍ୟ ହିତାଧିକାରୀଙ୍କ ନାଁ । ଯାହା ନିରାଶ କରିଛି ଏହି ବାସହାରା ମାନଙ୍କୁ ! କହିବାକୁ ଗଲେ ଅଭିଶପ୍ତ ଜୀଵନ ବିତାଉଛନ୍ତି ନାଗଭଣ ବାସିନ୍ଧା ! ଦୀର୍ଘ ଆଠ ବର୍ଷ ହେବ ଟିପି ଅଞ୍ଚଳ ଯୋଗୁଁ ଏସଇସିସି ତାଲିକାରୁ ବାଦ ପଡି ସରକାରୀ ସୁବିଧାରୁ ବଂଚିତ ଥିଲେ ଏଠାକାର ଲୋକେ! ଆଉ ଯେତେବେଳ ବହୁ ସଂଘର୍ଷ ପରେ ଟାଉନ ପ୍ଲାନିଂରୁ ହଟି ପଞ୍ଚାୟତରେ ଯୋଡି ହେଲା ନାଗଭଣ ବାସୀଙ୍କ ନାମ ଦୀର୍ଘ ଆଠ ବର୍ଷ ପରେ ମଧ୍ୟ ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ ପଡିଛି ! କାଗଜପତ୍ର ନିରୀକ୍ଷଣ ସରିବା ପରେ ତାଲିକାରେ ସଂଯୋଗ ହୋଇଥିବା 91ଜଣ ଯୋଗ୍ୟ ବ୍ୟକ୍ତିଙ୍କ ନାମ ମଧ୍ୟ ବାଦ ପଡିଥିବା ବେଳେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ! ପଂଚାୟତର VLW ଓ ବ୍ଳକ କର୍ମଚାରୀ ଉଦ୍ଦେଶ୍ୟ ମୂଳକ ଭାବେ ମୁସଲିମ ସାମ୍ପ୍ରଦାୟର ଲୋକଙ୍କ ନାମ ବାଦ କରିଥିବା ଅଭିଯୋଗ ଆଣି ତଦନ୍ତ ସହ ସେମାନଙ୍କ ବଦଳି ଦାବୀ ନେଇ ଶୁକ୍ରବାର ବ୍ଳକ ଘେରାଓ କରିଥିଲେ ! ଅତିଶୀଘ୍ର ବାଦ ପଡ଼ିଥିବା ଓ ବାସହରା ଲୋକଙ୍କ ନାମ ତାଲିକାରେ ପ୍ରକାଶ ନ ପାଇଲେ ପଞ୍ଚାୟତ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ରାଜରାସ୍ତାକୁ ଓଲ୍ହେଇବା ନେଇ ଚେତାବନୀ ଦେଇଛନ୍ତି ! ଏନେଇ ଅସନ୍ତୋଷ ହିତାଧିକାରୀ ମାନେ ରାଇରଙ୍ଗପୁର ବ୍ଳକ ବିଡ଼ିଓ, ବାମନଘାଟି ଉପଜିଲ୍ଲାପାଳ ଓ ରାଇରଙ୍ଗପୁର ଟାଉନ ଥାନା ଆଇଆଇଆସିଙ୍କୁ ଏକ ଲିଖିତ ଦାବୀ ପତ୍ର ଦେଇଥିବା ସୂଚନା ରହିଛି ! ନାଗଭଣ ୱାର୍ଡ ମେମ୍ବର ସେକ ସଫି, କୁମୁରୁଦ୍ଦିନ, ସେକ ଈବ୍ରାହିମ, ଆବୁଲକାଲାମ,ସେକ ମବାରକ,ସେକ ଇସ୍ରାଇଲ ପ୍ରମୁଖ ଦାବୀ ଜଣାଇଛନ୍ତି !

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଦ୍ୟୁତ ସଂସ୍ପଶରେ ଆସି ଯୁବକ ମୃତ୍ୟୁ 

Sunil Chandra Nayak

ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆନ୍ତର୍ଜାତୀୟ ହକର ଦିବସ ପାଳିତ.

ମା ମଙ୍ଗଳା ମନ୍ଦିର ପ୍ରତିଷ୍ଟା 

masiha

Leave a Comment

error: Content is protected !!