ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ, କାମାକ୍ଷାନଗର (ମସିହା )21/1/23// ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଥାନା କଲେଜ ବାଇପାସ ନିକଟରେ ପୋଲିସ ର ସ୍ୱତନ୍ତ୍ର ଚଢ଼ାଉ, ଚଢ଼ାଉରେ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ସହ ଜଣକୁ ଗିରଫ କରିଛି ପୋଲିସ |ସୂଚନା ମୁତାବକ ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି କାମାକ୍ଷାନଗର ମୁଣ୍ଡି ଦେଉଳି ଗ୍ରାମର ରଞ୍ଜନ କୁମାର ବେହର ଓରଫ (ବୁଦୁରି )ରଞ୍ଜନ କାମାକ୍ଷାନଗର ମହାବିଦ୍ୟାଳୟ ନିକଟ ବାଇପାସ ରେ ବେପାର ଉଦେଶ୍ୟରେ ଠିଆ ହୋଇଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଢେଙ୍କାନଳ ସ୍ପେସାଲ ସ୍କ୍ବାର୍ଡ ଓ କାମାକ୍ଷାନଗର ପୋଲିସ ମିସି ମାଡିବସିଲେ | ତେବେ ତାଙ୍କଠାରୁ ୨୪ଗ୍ରାମ ୩୫୦ମିଲିଗ୍ରାମ ବ୍ରାଉନ ସୁଗାର, ଗୋଟିଏ ବୁଲେଟ ଗାଡି,ଗୋଟିଏ ମୋବାଇଲ ସହ ୩ହଜାର ଟଙ୍କା ଜବତ କରିଛି | କିଛି ଦିନି ତଳେ ରଞ୍ଜନର ମା ବ୍ରାଉନସୁଗାର ବ୍ୟବସାୟରେ ଧରାପଡି ଜେଲରେ ଥିଲେ। ଦିର୍ଘ ୬ ମାସ ହେବ ରଞ୍ଜନ ବ୍ରାଉନସୁଗାର ବ୍ୟବସାୟ କରିଥିବା ପୋଲିସ ନଜରରେ ଥିଲା। ଆଜି ସକାଳେ ଜିଲ୍ଲା ଏସ୍ପିଙ୍କ ନିର୍ଦେଶ କ୍ରମେ ଢେଙ୍କାନାଳର ସ୍ୱତନ୍ତ୍ର ଟିମ ଓ କାମାକ୍ଷାନଗର ପୋଲିସର ମିଳିତରେ ଏହି ଚଢ଼ାଉ କରିଥିବା ଢେଙ୍କାନାଳ ସଦର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜମି ବିବାଦ କୁ କେନ୍ଦ୍ର କରି ହତ୍ୟାକାଣ୍ଡ,  ବଡ଼ ଭାଇ ହତ୍ୟା କଲା ସାନ ଭାଇ କୁ

Sunil Chandra Nayak

ପୁଣି ଲାଗିଲା ମାଓବାଦୀ ବ୍ୟାନର ଓ ପୋଷ୍ଟର

ବାଟାଲିଅନ୍ ହାବିଲଦାରଙ୍କ ଆତ୍ମହତ୍ୟା

Leave a Comment

error: Content is protected !!