ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ସ୍ଥିତ ଜେକେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି l ଅଧ୍ୟକ୍ଷ ଦିଲୀପ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୂଖ୍ଯ ଅତିଥି ଭାବରେ ଭୂପିନ୍ଦର ସିଂହ, ମାନ୍ଯବର ବିଧାୟକ ତଥା ଶିକ୍ଷା ବିକାଶ କମିଟିର ଅଧ୍ୟକ୍ଷ, ସମ୍ମାନିତ ଅତିଥି ଭାବରେ କର୍ଲାମୁଣ୍ଡା ପଞ୍ଚାୟତ ର ଅଧ୍ୟକ୍ଷା କୁନି ସାହୁ, ଜିଲାପରିଷଦ କର୍ଲାମୁଣ୍ଡା ଜୋନ କ ର ସଭ୍ଯ ମହେନ୍ଦ୍ର ରଣା, ରିଷିଡା ସମିତି ସଭ୍ଯ ନିମାଇଁ ଚରଣ ବେହେରା, ରିଷିଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସେବତୀ ରଣା, ଅନୁଷ୍ଠାନ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବାକୁ ହେଲେ ତାକୁ ଏକ ଆହ୍ବାନ ରୁପେ ଗ୍ରହଣ କରିବାକୁ ପଡିବ ତଥା ଶିକ୍ଷା ଓ କ୍ରୀଡା କ୍ଷେତ୍ର ରେ ଉତ୍କର୍ଷ ପ୍ରଦର୍ଶନ କରି କଳାହାଣ୍ଡି ତଥା ଓଡିଶାର ଗୌରବ ବଢାଇବା ପାଇଁ ଆହ୍ବାନ ଦେଇଥିଲେ l ଅନୁଷ୍ଠାନର ଓଡିଆ ବିଭାଗ ଅଧ୍ୟାପକ ହେମନ୍ତ କୁମାର ଚୌଧୁରୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ବାର୍ଷିକ ବିବରଣୀ ପାଠ କରିଥିଲେ l ଭୂଗୋଳ ଅଧ୍ୟାପକ ଗିରିରାଜ ଗହୀର ଧନ୍ୟବାଦ ଅର୍ପଣ କରିଥିଲେ ବେଳେ ସଭାକୁ ଅନୁଷ୍ଠାନ ର ପୂରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା ସଂଯୋଜନା କରିଥିଲେ l ମୁଖ୍ଯ ଅତିଥି ତଥା ସମ୍ମାନିତ ଅତିଥିଗଣ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ବଣ୍ଟନ କରିଥିଲେ l ଏଥିରେ ଖେଳ ଶିକ୍ଷକ ଲଳିତ ଦାସ, ଗିରିରାଜ ଗହୀର, ଅଧ୍ୟାପକ ହେମନ୍ତ କୁମାର ଚୌଧୁରୀ ସହାୟତା କରିଥିଲେ l ମଧ୍ୟାହ୍ନ ଭୋଜନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଛାତ୍ରଛାତ୍ରୀ ଗଣ ଚିତ୍ତାକର୍ଷକ ନୃତ୍ଯ ଗୀତ ପରିବେଷଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମରେ ଚନ୍ଦନ ରଣା, ଚିନ୍ମୟ କୁମାର ରଣା, ସୌମ୍ୟରଞ୍ଜନ ତ୍ରିପାଠୀ, ଜଗଦୀଶ ଭୋଇ, ନାରାୟଣ ଗହୀର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ, କଳ୍ପନା ରଣା ସହଯୋଗ ଓ ପରିଚାଳନା କରି ଉତ୍ସବ ଟିକୁ ସଫଳ କରିଥିଲେ l ଏହା ବ୍ୟତୀତ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପ୍ରେରଣା ଓ ସହଯୋଗ ଫଳରେ କାର୍ଯ୍ୟକ୍ରମ ଗୁଡିକ ସୁଚାରୁ ରୁପେ ସଂପାଦିତ ହୋଇଥିଲା l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଅଚିନ୍ତା ନିଦରେ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଲୋକେ ହେଉଛନ୍ତି ହନ୍ତସନ୍ତ

Sunil Chandra Nayak

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

୩ମାସର ଚାଉଳ ପାଇଁ ବିଡ଼ିଓଙ୍କ ଦ୍ୱାରସ୍ତ ସରପଞ୍ଚ ଓ ହିତାଧିକାରୀ

masiha

Leave a Comment

error: Content is protected !!