ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିମ୍ନ ମାନର କାର୍ଯ୍ୟକୁ ନେଇ ତାତିଲେ ସ୍ଥାନୀୟ ଲୋକେ

ଢେଙ୍କାନାଳ (ମ ସୀ ହା)୨୧/୦୧_କଙ୍କଡ଼ାହାଡ଼ ବ୍ଲକ ଡୋଲିଆ ଠାରୁ ବାମ ପଞ୍ଚାୟତ କୁ ଯାଇଥିବା ଆରଡି ରାସ୍ତା ଟି ବିନା ସୂଚନା ଫଳକ ରେ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳୁଛି। କଙ୍କଡ଼ାହାଡ଼ ବ୍ଲକ ସଦର ମହକୁମା କୁ ବାମ ପଞ୍ଚାୟତର ଲୋକମାନେ ଏବଂ କଙ୍କଡ଼ାହାଡ଼ ପଶ୍ଚିମାଞ୍ଚଳ ର ଲୋକ ମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ବାମ ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଡୋଲିଆ ଠାରୁ ବାମ ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତାଟି ଏବେ କୌଣସି ଠିକାଦାର ରାତି ଅଧିଆ ତରବରିଆ ଭାବେ କାର୍ଯ୍ୟ କରିଥିବା ସୂଚନା ରହିଛି। ଲୋକ ମାନେ ଜାଣିବା ପାଇଁ କାର୍ଯ୍ୟ ନ ହେଉଣୁୁ ପ୍ରଥମେ ସୂଚନା ଫଳକ ର ଆବଶ୍ୟକ ରହିଛି। କିନ୍ତୁ ଏଠି ତାର ଉଲଟା ଦେଖିବାକୁ ମିଳୁଛି। ବିନା ସୂଚନା ଫଳକ ରେ କେଉଁ ଠିକାଦାର ଏଠି କାର୍ଯ୍ୟ କରିଛି ତାହା ଏବେ ଲୋକଙ୍କ ମନରେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ବିନା ସୂଚନା ଫଳକ ରେ କାର୍ଯ୍ୟ ସାଙ୍ଗକୁ ନିମ୍ନମାନର କାର୍ଯ୍ୟ ଏବେ ଦେଖିବାକୁ ମିଳୁଛି। କାର୍ଯ୍ୟର ୩ ଦିନ ପରେ ପିଚୁ ଉଠିବା ସହିତ ଖାଲ ହେବାକୁ ଲାଗୁଛି ଏହି ରାସ୍ତା। କାର୍ଯ୍ୟ ହେଲାବେଳେ ବିଭାଗୀୟ ଅଧିକାରୀ ଏଠି ଉପସ୍ଥିତ ରହିଥିଲେ ନା ନିଘୁଡ଼ ନିଦ୍ରାରେ ସୁଇରହିଥିଲେ ତାହା ଲୋକଙ୍କ ମନରେ ବଡ଼ ପ୍ରଶ୍ନ। ଯଦି ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ହୋଇଥିଲା,ତେବେ ଏତେ ନିମ୍ନ ମାନର କାର୍ଯ୍ୟ ହେଲା କେମିତି। ୩ ଦିନ ପରେ ପୂଳା ପୂଳା ପିଚୁ ଉଠିବା ସହିତ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେଉଛି। ତେବେ ଏତେ ସବୁ ଘଟଣା ଘଟିବା ପରେ ବିଭାଗୀୟ ଅଧିକାରୀ ଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରିନଥିଲା। ଏଭଳି ବିନା ସୂଚନା ଫଳକ ରେ କାର୍ଯ୍ୟ ସହିତ ନିମ୍ନ ମାନର କାର୍ଯ୍ୟ କୁ ନେଇ ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ଗାନ୍ଧୀ ମଣିଷ ମହାନ୍ ଜନନାୟକ ଦୋଳ ଗୋବିନ୍ଦ ପ୍ରଧାନଙ୍କ ଜନ୍ମ ଶତ ବାର୍ଷିକ ଉତ୍ସବ ପାଳିତ 

Sunil Chandra Nayak

ଟ୍ରକ ଓ କାର ମୁହାଁ ମୁହିଁ,୧ମୃତ ୧ ଗୁରୁତର

masiha

ସରକାର ପ୍ରତିଶ୍ରୁତି ପାଣିରେ ଗାର ! ରାଇରଙ୍ଗପୁର ରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ରାଜସ୍ଵ ଅମଲା ସଂଘର ୧୦ ଦଫା ଦାବି ନେଇ ସମୂହ ଛୁଟି; ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

Leave a Comment

error: Content is protected !!