ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆମପାଣି ଠାରେ ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠାନିକ ବୈଠକ

କୋକସରା,୨୫/୦୧// କୋକସରା ବ୍ଲକ ଆମପାଣି ଠାରେ ମଣ୍ଡଳ ସ୍ତରୀୟ ଭାରତୀୟ ଜନତା ଦଳ ପକ୍ଷରୁ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଭାରୀ, କାର୍ଯ୍ୟକାରିଣୀ ସଦସ୍ୟ, ପୁର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ସମ୍ମାନିତ ଅତିଥି ଭାବେ ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ଯୁବମୋର୍ଚା ସଭାପତି ବିଜୟଦେଵ ସାହୁ, ଆମପାଣି ମଣ୍ଡଳ ପ୍ରଭାରୀ ଗୋଦାବରୀଶ ପାତ୍ର ଯୋଗଦେଇ ପ୍ରଥମେ ମା ଭାରତୀଙ୍କ ଫୋଟୋଚିତ୍ରରେ ପୂଜାର୍ଚ୍ଚନା କରିବା ପରେ ବୈଠକ ଆରମ୍ଭ ହୋଇଥିଲା। ଏହି ବୈଠକରେ ମଣ୍ଡଳ ସ୍ତରରେ ଦଲୀୟ ସଙ୍ଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ଓ ମୋଦି ସରକାରଙ୍କ ଜନ ହିତକର ଯୋଜନାକୁ ଲୋକଙ୍କ ନିକଟକୁ ପହଞ୍ଚାଇବାକୁ ଉପସ୍ଥିତ ଦଲୀୟ ନେତାମାନେ କର୍ମୀଙ୍କୁ କହିଛନ୍ତି। ବୈଠକରେ କୋକସରା ବ୍ଲକ ସାଂସଦ ପ୍ରତିନିଧି ସୁଧୀର କୁମାର ପାତ୍ର, ନୀଳକଣ୍ଠ ମାଝୀ, କୋକସରା ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ୱଜ ମାଝୀ, ମଣ୍ଡଳ ସାଧାରଣ ସମ୍ପାଦକ ମଧୁବନ ପାତ୍ର ଜିଲ୍ଲା ସଦସ୍ୟ ଭଜମନ ନାଏକ ଓ ମଣ୍ଡଳ ସ୍ତରୀୟ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହିଥିବା ବେଳେ ଏହି ବୈଠକରେ ଆମପାଣି ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମାନେ ବିଜେପି ଦଳର ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ବେଳେ ଉପସ୍ଥିତ ନେତୃବୃନ୍ଦ ମାନେ ତାଙ୍କୁ ଦଳରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନର ଧମକ ଦେଲା କଂଗ୍ରେସ

Sunil Chandra Nayak

ବିଜେପି ଛାଡି ବିଜେଡିରେ ସାମିଲ ହେଲେ କଳିଙ୍ଗ ପାଇକ ସେନାର ରାଜ୍ୟ ସଭାପତି

masiha

କଂଗ୍ରେସ ଦଳ ଏମ ପି ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ପଞ୍ଚାୟତରେ ମିଳିତ ପ୍ରଚାର କର୍ମୀ ସମ୍ମଳନୀ ଓ ମିଶ୍ରଣ ପର୍ବ

masiha

Leave a Comment

error: Content is protected !!