ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏମ୍ ଏସ୍ ଶେଖରଙ୍କୁ ଜ୍ୟୋତିଷ ମହର୍ଷି ପରାଶର ସମ୍ମାନ

ଲାଞ୍ଜିଗଡ଼୨୬/୦୧(ମନିସ)-ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ରରେ ପାରଦର୍ଶିତା ପାଇଁ କଳାହାଣ୍ଡିର ଆଚାର୍ଯ୍ୟ ଏମ୍ ଏସ୍ ଶେଖରଙ୍କୁ ସ୍ୱର୍ଣ୍ଣ ପଦକ ସହ ‘ଜ୍ୟୋତିଷ ମହର୍ଷି ପରାଶର ସମ୍ମାନ’ ପ୍ରଦାନ କରାଯାଇଛି। ଭାରତୀୟ ବାସ୍ତୁ ଓ ଜ୍ୟୋତିଷ ଗବେଷଣା କେନ୍ଦ୍ର ପକ୍ଷରୁ ଭୁବନେଶ୍ୱର ସ୍ଥିତ ହଟେଲ ଏକ୍ସିଲେନ୍ସି ରିସର୍ଟ ଠାରେ ଆୟୋଜିତ ଦଶମ ଅନ୍ତର୍ଜାତୀୟ ଭାରତୀୟ ସଂସ୍କୃତି ଓ ଜ୍ୟୋତିଷ ସମ୍ମେଳନ ଅବସରରେ ତାଙ୍କୁ ସମ୍ମାନିତ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀର ଖ୍ୟାତନାମା ଜ୍ୟୋତିର୍ବିଦ ଜିଡି ବଶିଷ୍ଟ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ହରିହର ହୋତା, ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ଓ ବାସ୍ତୁବିଦ ଡ. ମନୋଜ ଲେଙ୍କା ଯୋଗଦେଇ ଶ୍ରୀ ଶେଖରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜ୍ୟୋତିଷ ଓ ବାସ୍ତୁ କ୍ଷେତ୍ରରେ ଗବେଷଣା କରିବାକୁ ଏହା ତାଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ଶ୍ରୀ ଶେଖର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

masiha

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ

masiha

ମୋହନଗିର କୃଷି ସମବାୟ ସମିତି ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!