ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଡାହାଣ୍ଡି ମଞ୍ଚରେ କୋକସରା ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ

କୋକସରା:୨୭/୦୧- ଗୁରବାର ୭୪ ତମ ସାଧାରଣତନ୍ତ୍ର ଦିବସ ଗୁଡହାଣ୍ଡି ମଞ୍ଚରେ ପାଳିତ ହୋଇ ଯାଇଛି । ଏହି ଅବସରରେ କୋକସରା ବ୍ଲକର ବିଭିନ୍ନ ସ୍କୁଲ କଲେଜ, ଶିକ୍ଷାନୁଷ୍ଠାନ, ବିଭିନ୍ନ ଅନୁଷ୍ଠାନ, ବ୍ଲକ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ପରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଗୁଡାହାଣ୍ଡି ମଞ୍ଚରେ ସ୍ଥାନୀୟ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ ଉତ୍ତୋଳନ କରିବା ପରେ ଏନସିସି ଛାତ୍ରୀ ମାନେ ଜାତୀୟ ସଙ୍ଗିତ ଗାନ କରିଥିଲେ। ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ମଞ୍ଚରେ ଉପସ୍ଥିତ ରହିଥିଲେ।ଏହି ଅବସର ରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ବିଡ଼ିଓ ଉତ୍ତମ କୁମାର ବାଗ ୭୪ ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ । ପରେ ଡିଗ୍ରୀ ମହାବିଦ୍ୟାଳୟର ଏନସିସି ଜବାହାର ଉଚ୍ଚ ବିଦ୍ୟାଳୟର ଏନସିସି ସ୍କୁଲର ଛାତ୍ରଛାତ୍ରୀ ଓ ମୋଟେର ଏଲନିଶି ସ୍କୁଲ ର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ ପ୍ରଦର୍ଶିତ କରିଥିଲେ। ପରେ ଛାତ୍ରଛାତ୍ରୀ ଦେଶାତ୍ମବୋଧକ ଗୀତ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅଧ୍ୟାପକ ଇରୀ ନାସନ ଚିନ୍ଦା ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ହୋଇଥିବା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ପରେଡ଼ ଅଭିବାଦନକୁ ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି ପରିଚାଳନା କରିଥିଲେ। ବ୍ଲକ ସ୍ତରୀୟ ଗଣତନ୍ତ୍ର ଦିବସରେ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ, ସମାଜସେବୀ ବୁଦ୍ଧିଜୀବୀ ସଚେତନ ନାଗରିକ ରହି ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଉପସ୍ଥିତ ରହିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରମର ରୁପରେଖ ପ୍ରସ୍ତୁତ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ଯୋଗୁଁ କୋକସରା ପଞ୍ଚାୟତ ପକ୍ଷରୁ ସମ୍ମାନିତ କରାଯାଇଛି। କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଉଦ୍ୟମରେ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଜାତୀୟ ସ୍ତରର ଭଳିବଲ ଖେଳାଳି ଧର୍ମାନନ୍ଦ ପଟ୍ଟନାୟକ, ଜାତୀୟ ସ୍ତରରେ କ୍ରିକେଟ ଓ ଭଳିବଲ ପାଇଁ ଛାତ୍ରୀ ଶ୍ବାତିରାଣି ପ୍ରଧାନୀ, କୋକସରା ହାଇସ୍କୁଲର ମେଧାବୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ରାଉତ, ମାଛଚାଷ କରି ସ୍ୱାବଳମ୍ବୀ ହୋଇଥିବା ଗଡରାମାଲ ଗ୍ରାମର ଜୟ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀ, ପନିପରିବା ଚାଷି କୃପାସିନ୍ଧୁ ଚନ୍ଦନ, ଯୁବ ସ୍ବେଚ୍ଛାସେବୀ ଭାବେ ପରମାନନ୍ଦ ରାଉତ, ଭୂମିହୀନ ସତ୍ତ୍ୱେ ଭାଗଚାଷ କରି ସ୍ୱାବଲମ୍ବି ହୋଇଥିବା ଚାଷି ଗଣ୍ଡାଦୀପ ବାଗ ଓ ବୟସ୍କ ବ୍ୟକ୍ତି ଭାବେ ଦିନବନ୍ଧୁ ବେମାଲଙ୍କୁ ପଞ୍ଚାୟତ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ସମ୍ମାନିତ କରାଯାଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

୩ଦଫା ଦାବି ନେଇ ବିଇଓ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ମୌଳିକ ସୁବିଧାରୁ ଅପହଞ୍ଚ ଗାଁ ଗମ୍ଭାରିଗୁଡା

masiha

Leave a Comment

error: Content is protected !!