ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ଦାବିରେ ବିଜେପିର ବ୍ଲକ ଘେରାଓ

ବାଲେଶ୍ଵର,୨୮/୦୧/୨୩ – ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ତଥା ବିଜେପି ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କ ନେତୃତ୍ୱରେ ତା ୨୭/୦୧/୨୩ ରିଖ ଶୁକ୍ରବାର ଖଇରା ବ୍ଲକ ଘେରାଉ ହୋଇଯାଇଛି । ଦାବି ଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଠିକ୍ ତାଲିକା ପ୍ରକାଶ କରିବା ଓ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଘର ଯୋଗାଇଦେବା । ଖଇରା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ବଣ୍ଟନରେ ବ୍ଯାପକ ଅନିୟମିତତା କରାଯାଇ ଆବାସ ଯୋଜନା ତାଲିକାରେ ଯୋଗ୍ୟ ହିତାଧିକାରୀଙ୍କ ନାମ କଟାଯାଇ ଦଳୀୟ ଭିତ୍ତିରେ ଶାସକ ବିଜେଡି ଦଳର କର୍ମୀଙ୍କୁ ବେଆଇନ ଭାବେ ଆବାସ ଯୋଜନା ଘର ବଣ୍ଟନ କରାଯାଇଥିବା ବିଜେପିର ଅଭିଯୋଗ ଥିଲା । ଏଥିପାଇଁ ପୂର୍ବରୁ ଚେତାବନୀ ଦେଇଥିଲା ବିଜେପି । ବିଜେପି ନେତା ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା, ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସିମୁଳିଆ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକଙ୍କ ସମେତ ବ୍ଲକର ବିଜେପି ନେତା ଏବଂ ହଜାର ହଜାର କର୍ମୀମାନେ ପ୍ରଥମେ ଖଇରା ବଜାର ପରିକ୍ରମା କରିବା ସହିତ ବ୍ଲକ ଘେରାଉ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ପର୍ଶୁରାମ ପଣ୍ଡାଙ୍କୁ ଦେଇଥିଲେ । ଯଦି ଆଗାମୀ ଦିନରେ ସଠିକ୍ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା ଘର ଦିଆନଯାଏ ତେବେ ଆନ୍ଦୋଳନ ତୀବ୍ରତର ହେବବୋଲି ବିଜେପି ନେତାମାନେ ଚେତାବନୀ ଦେଇଛନ୍ତି । ଏହି ଉପଲକ୍ଷେ ଅନୁଷ୍ଠିତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ନେତାମାନେ ବକ୍ତବ୍ୟ ରଖିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଜେପି ର ମିଶ୍ରଣ ପର୍ବ

masiha

ଚିତ୍ତରଞ୍ଜନ ମଣ୍ଡଳଙ୍କ କଂଗ୍ରେସ ଘର ବାହୁଡ଼ା ଓ କଂଗ୍ରେସର ନିର୍ବାଚନୀ ସଭା

masiha

ବସ୍ତା ବିଜେପି ପକ୍ଷରୁ ବରିଷ୍ଠ ନେତା ବାବୁ ନନାଙ୍କ ଜନ୍ମ ଦିନ ପାଳିତ 

Sunil Chandra Nayak

Leave a Comment

error: Content is protected !!