ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ… ରାଜ୍ୟରେ ଚିହ୍ନଟ ହେବେ ନକଲି ଡାକ୍ତର : ସମସ୍ତଙ୍କର ଯାଞ୍ଚ ହେବ ସାର୍ଟିଫିକେଟ୍

 ନିଆଯିବ କଡା କାର୍ଯ୍ୟାନୁଷ୍ଠାନ…..

ରାଜ୍ୟରେ ଚିହ୍ନଟ ହେବେ ନକଲି ଡାକ୍ତର । ଧରାପଡିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଡାକ୍ତରୀ ପେସାରେ ଥିବା ସମସ୍ତଙ୍କର ସାର୍ଟିଫିକେଟ୍ ଯାଞ୍ଚ କରାଯିବ । ଏପରିକି ସ୍ପେଶାଲିଷ୍ଟ ଡାକ୍ତର କହୁଥିବା ଡାକ୍ତରମାନଙ୍କ ମଧ୍ୟ ପ୍ରମାଣପତ୍ର ଯାଞ୍ଚ କରାଯିବ । ହାଇକୋର୍ଟର ମୁଖ୍ୟ ବିଚାରପତି ଏସ. ମୁରଲୀଧର ଓ ଜଷ୍ଟିସ୍ ଏମଏସ ରମଣଙ୍କଚୁ ନେଇ ଗଠିତ ଖଣ୍ଡପୀଠ ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ରାଜ୍ୟ ସରକାର ମଧ୍ୟ ତତତ୍ପରା ଦେଖାଇଛନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଗତକାଲି ଏସମ୍ପକୀତ ଏକ ମାମଲାର ଶୁଣାଣି କରି ଖଣ୍ଡପୀଠ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଯାଞ୍ଚ ପାଇଁ ସବୁ ସିଡିଏମଓଙ୍କୁ ଆବଶ୍ୟକିୟ ନିର୍ଦ୍ଦେଶନାମା ଜାରି କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

ଶୁକ୍ରବାର ଦିନ ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରୀ‌ କେତେକ ପ୍ରସ୍ତାବ ଦେଇଥିଲେ। ରାଜ୍ୟର ସବୁ ମେଡିକାଲ ପ୍ରାକ୍ଟିସନରଙ୍କ ଅନ୍‌ଲାଇନ୍‌ ଡାଟାବେସ୍ ପ୍ରସ୍ତୁତ କରାଯିବା ଉଚିତ। ଏଭଳି ଡାଟାବେସରୁ ରୋଗୀ ଚିକିତ୍ସା କରୁଥିବା ବ୍ୟକ୍ତି ପ୍ରକୃତ ପକ୍ଷେ ଡାକ୍ତର ନା ନୁହେଁ, ତାଙ୍କର ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଅଛି କି ନାହିଁ ଭଳି ପ୍ରସଙ୍ଗ ସାଧାରଣ ଲୋକ ଯାଞ୍ଚ କରି ଜାଣି ପାରିବେ। ଆମିକସ୍ କ୍ୟୁରୀଙ୍କ ଏହି ପ୍ରସ୍ତାବ କାର୍ଯ୍ୟକାରୀ ପ୍ରସଙ୍ଗରେ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଥିଲେ। କାର୍ଯ୍ୟରତ ମେଡିକାଲ ପ୍ରାକ୍ଟିସନରଙ୍କ ଅପଡେଟେଡ୍ ଲାଇସେନ୍ସ ସହିତ ବାସ୍ତବିକ ଶିକ୍ଷାଗତ ଯୋଗ୍ୟତା ରହିବା ପ୍ରସଙ୍ଗ ସୁନିଶ୍ଚିତ କରିବା ପାଇଁ ରାଜ୍ୟର ସବୁ ଚିକିତ୍ସା ସଂସ୍ଥା ଗୁଡ଼ିକର ନିୟମିତ ପରିଦର୍ଶନ ଓ ଯାଞ୍ଚ କରାଯିବ ବୋଲି ଶୁଣାଣି ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରତିଶ୍ରୁତି ଦେଇଥିଲେ ।

ଏଥିସହିତ, ଗଞ୍ଜାମ, ରାୟଗଡ଼ା, ମୟୂରଭଞ୍ଜ, ମାଲକାନଗିରିରେ ଜାଲ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରିବା ପ୍ରସଙ୍ଗକୁ ନେଇ ଆମିକସ୍ କ୍ୟୁରୀ ତଥ୍ୟ ଉପସ୍ଥାପନ କରିଥିଲେ  । ଏହାଉପରେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥାଇ ରୋଗୀ ଚିକିତ୍ସା କରୁଥିବା ଜାଲ ଡାକ୍ତରଙ୍କ ଘଟଣାରେ କି ପ୍ରକାର ପଦକ୍ଷେପ ନିଆଯାଉଛି ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ । ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଜଣେ ଜାଲ୍‌ ଡାକ୍ତର ବୋଲି ଜଣାପଡ଼ିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା । ଏଭଳି ଜାଲିଆତି ଯଦି ଧରାପଡ଼େ ତୁରନ୍ତ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଜ୍ଞାନ ଓ ବାଣିଜ୍ୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ଼ ଖବର – ମେ ୨୮ରେ +୨ ରେଜଲ୍ଟ ତାରିଖ ଘୋଷଣା, ପ୍ରଥମେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟର ଫଳ

ଓଡ଼ିଶାରେ ୫ଜି ଟେଲିକମ୍ ସେବା ଉଦଘାଟିତ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଓଡିଶାରେ ତିନୋଟି ପ୍ରକଳ୍ପର ମୂଳଦୁଆ

masiha

Leave a Comment

error: Content is protected !!