ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାହିତ୍ୟିକ ସୁରେଶ ଚନ୍ଦ୍ର ନେଗୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ

ସାହିତ୍ୟ ସଂସଦ ପରି ପାଠକ ସଂସଦ ଗଠନ ହେଉ 

ଧର୍ମଗଡ:୩୦/୧/୨୩:  କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟ ଅନୁରାଗୀ ସୁରେଶ ଚନ୍ଦ୍ର ନେଗୀଙ୍କର ପ୍ରଥମ ସାମ୍ବତ୍ସରିକ ଶ୍ରାଦ୍ଧ ପାଳନ ଅବସରରେ ଏକ ସ୍କୃତି ସଭା ଆୟୋଜିତ ହୋଇଯାଇଛି। ସ୍ବର୍ଗତ ସୁରେଶ ଚନ୍ଦ୍ର ନେଗି ଙ୍କ ନିଜ ଗ୍ରାମ ଶୋଶିଆ ସ୍ଥିତ ଜଗନ୍ନାଥ ମନ୍ଦିର ପରିସର ରେ କ୍ଷୀତିଶ ଚନ୍ଦ୍ର ଯୋଶୀ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ରାସ ବିହାରୀ ବେହେରା ଯୋଗ ଦେଇ ପାଠକ ସଂସଦ ଗଠନ ହେଲେ ସାହିତ୍ୟ ଲୋକାଭିମୁଖୀ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଇଂ.ବିଷ୍ଣୁ ସାହୁ ଓ ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ବେହେରା,ଚିନ୍ତାମଣି ପାତ୍ର, ପ୍ର.ସତ୍ୟ ପଟ୍ଟନାୟକ, ଜଗଦୀଶ୍ବର ମୁଣ୍ଡ, କୃପାସିନ୍ଧୁ ପଣ୍ଡା,ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ସ୍ବର୍ଗତ ସୁରେଶ ଚନ୍ଦ୍ର ନେଗୀଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ। ଏହି ଅବସର ରେ ସ୍ମୃତି ସୌରଭ ପୁସ୍ତିକା କୁ ଅଥିତି ମାନେ ଉନ୍ମୋଚନ କରିଥିଲେ । ଡ଼ାକ୍ତର ଅଜିତ କୁମାର ନେଗୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ଅଧ୍ୟାପକ ଲିଙ୍ଗରାଜ ପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଏହି ଅବସରରେ ଶତାଧିକ ସାହିତ୍ୟ ଅନୁରାଗୀ ଯୋଗଦେଇ ସ୍ବର୍ଗତ ସୁରେଶ ଚନ୍ଦ୍ର ନେଗୀ ଙ୍କର ସ୍ମୃତିଚାରଣ ସହ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରମଜ୍ୟୋତି ନେଗୀ, ରାଜେଶ କୁମାର ମୁଣ୍ଡ,ଗୋବିନ୍ଦ ସାହୁ,ଶାନ୍ତନୁ କୁମାର ପରିଡା, ରାଜେନ୍ଦ୍ର ପଟ୍ଟଯୋଶୀ,ତୁଷାର ପଟ୍ଟଯୋଶୀ, ତପନ ରଥ,ବିରଞ୍ଚି ମୁଣ୍ଡ,ସୁଧିର ମେହେର, ମୋହନ ଚରଣ ବିଷି,ବିମ୍ବାଧର ପଣ୍ଡା,ପ୍ରଣବ ବେହେରା,ବଙ୍କିମ ମୁଣ୍ଡ,ସଂଜିବ ମୁଣ୍ଡ ତଥା ଧର୍ମଗଡ ସାହିତ୍ୟ ସଂସଦର କର୍ମକର୍ତ୍ତା ଏଵଂ ନେଗୀ ଓ ଯୋଶୀ ପରିବାର ବର୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଜୀବନ ଜ୍ୟୋତି ନେଗୀ ଧନ୍ୟବାଦ ଅର୍ପଣ କରିଥିଲା ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ନୂତନ ରାସନ୍ କାର୍ଡ ବଣ୍ଟନ ମୁଖ୍ୟ ଅତିଥି ରୂପେ ଯୋଗଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ 

masiha

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି

Sunil Chandra Nayak

ମାନବ ସେବା ପ୍ରତିଷ୍ଠାନର ଶ୍ରଦ୍ଧା ଦାସ ଙ୍କ କୃତିତ୍ୱ 

masiha

Leave a Comment

error: Content is protected !!