ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିୟୋଗରେ ଡାବୁଗାଁ ବିଜେଡିର ଶୋକ ସଭା

ଡାବୁଗାଁ, ୩୦/୧ (ମ.ନି.ସ)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ସଭାପତିତ୍ଵରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଥମେ ସମସ୍ତ କର୍ମୀ ମାନେସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ | ପରେ ନବ ଦାସ ଅମର ରହେ ସ୍ଲୋଗାନ ରେ ସ୍ଥାନଟି କମ୍ପି ଉଠିଥିଲା | ଏହି ସଭାରେ ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ରାଜ୍ୟସଭା ସାଂସଦ ପ୍ରତିନିଧି ରାମା ରାଓ ଚୌଧୁରୀ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ବ୍ଲକ ଅଧ୍ୟକ୍ଷ ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ରାମକୁମାର ଗଣ୍ଡ, ବିଜୟ କୁମାର ବେହେରା, ପି. ନାଗା, ଜି. ମୁରଲୀ, ଗେଦୁ ପଟ୍ଟନାୟକ, ଏମ୍. ଭାସ୍କର ରାଓ, ବବଲୁ ତ୍ରିପାଠୀ, ହୀରା ହରିଜନ, କୁନି ମାଝି, ପାପନ୍ନା ରେଲି , ଜି. ପ୍ରକାଶ ରାଓ, ଆର. ପ୍ରକାଶ ରାଓ, ଟି. ମୁରଲୀ, ରମେଶ ପଟ୍ଟନାୟକ, ଶିବ ପ୍ରସାଦ ମିଶ୍ର ଙ୍କ ସମେତ ବହୁ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅଂଶୁମାନଙ୍କ ପରେ ରାଜନଗର ବ୍ଲକର ୨୯ଟି ପଞ୍ଚାୟତର କଂଗ୍ରେସ ସଭାପତି, ସମ୍ପାଦକ ,ସଭ୍ୟ ,ବ୍ଲକ କଙ୍ଗ୍ରେସ କମିଟି ଆଜି ଇସ୍ତଫା ଦେଲେ

masiha

ବହଳଦା ଏବଂ ତିରିଂ ରେ କଂଗ୍ରେସ ଦଳର ସାଂଗଠନିକ ବୈଠକ

Sunil Chandra Nayak

ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ ଏହି ଐତିହାସିକ ବିଜୟ ଜନସେବା ପ୍ରତି ଆମର ପ୍ରତିବଦ୍ଧତାର ପ୍ରତିଫଳନ: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

Leave a Comment

error: Content is protected !!