ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଷ୍କର୍ମ ଓ ସୁନଚୋରି ଏକ ମିଥ୍ୟା ଅଭିଯୋଗ । ମୋ ପିଲାମାନେ ନିର୍ଦୋଷ ସାମ୍ବାଦିକ ସମ୍ମିଳନୀରେ କହିଲେ ମାଧବ

କନ୍ଧମାଳ ଜିଲ୍ଲା ବିଶିପଡା ସଦର ଥାନା ଅନ୍ତର୍ଗତ କେରେଡି ସାଣାଗାଡୁ ଗ୍ରାମର ଜଣେ ମହିଳା ଙ୍କୁ ସେହିଗ୍ରାମର ପ୍ରବୀଣ ଦିଗାଲ ,ବିକାଶ ଦିଗାଲ, ସୌମ୍ୟ ଦିଗାଲ ଓ ରବି ଦିଗାଲ ଏବଂ ତାଙ୍କ ସହ ଆଉ ଦୁଇ ଜଣ ବ୍ୟକ୍ତି ତା ୨୨/୧/୨୦୨୩ ରିଖ ଦିନ ରାତି ୮ ସମୟରେ କାର ଯୋଗେ କୁଆଡେ ସେହି ମହିଳା ଘରକୁ ଯାଇ ତାଙ୍କ ଗାଡି ଭଙ୍ଗା ରୁଜା ଓ ମହିଳା ଙ୍କୁ ଛୁରୀ ରେ ଆକ୍ରମଣ କରି ଦୁଷ୍କର୍ମ କରିବା ସହ ତାଙ୍କର ଓ ତାଙ୍କ ଦେଢ଼ଶାଶୁ ଙ୍କର ସୁନାଚେନ ଛଡାଇ ନେଥିବା ଘଟଣା କୁ ନେଇ ସଦର ଥାନା ରେ ଦୁଷ୍କର୍ମ ପିଡିତା ଏକ ଲିଖିତ ଅଭିଯୋଗ ଦେଇଥିଲେ। ସଦର ଥାନା ପୋଲିସ ଅଭିଯୋଗ କୁ ଭିତ୍ତିକରି ୧୨/୨୦୨୩ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଏପଟେ ଦୋଷୀ ଭାବରେ ଥାନାରେ ମାମଲା ରୁଜୁ ହୋଇଥିବା ବ୍ୟକ୍ତି ମାନଙ୍କର ଲୋକ ମାନେ ଏହା ଏକ ମନଗଡା କଳ୍ପକଳ୍ପିତ ମିଥ୍ୟା ଅଭିଯୋଗ । ସେଭଳି କୌଣସି ଘଟଣା ଘଟି ନାହିଁ । ଆମ ସାଣାଗାଡୁ ଗ୍ରାମର ବଳରାମ ଦିଗାଲ ମୋ ପୁଅ ଠାରୁ ଧାର ହିସାବରେ ୩୦ ହଜାର ଟଙ୍କା ନେଇ ଥିଲା । ଟଙ୍କା ଫେରାଇବା ପାଇଁ ବହୁ ବାର ଟଙ୍କା ମାଗିଥିଲେ ମଧ୍ୟ ଦେଇନଥିଲେ । ଆଜକୁ ୩ ବର୍ଷ ହେବ ବଳରାମ ଟଙ୍କା ନେଇ ଫେରାଇ ନଥିଲା। ଆମ ପରିବାର ଆମ ପିଲା ମାନେ ସମସ୍ତେ ବହୁତ ଦିନ ହେବ ଭୁବନେଶ୍ୱର ରେ ରହୁଛୁ। ସେହି ଦିନ ମୋ ବାପାର ବାର୍ଷିକ ଶ୍ରାଦ୍ଧ ଥିଲା । ଆମେ ସେହି କାମରେ ଗାଆଁ କୁ ଆସିଥିଲୁ। ଶ୍ରାଦ୍ଧ କାର୍ଯ୍ୟ ଶେଷ ହେବା ପରେ ଆମ ପିଲା ମାନେ ବଳରାମ ନେଇଥିବା ଟଙ୍କା ମାଗିବା ପାଇଁ ବଳରାମ ଘରକୁ ସନ୍ଧ୍ୟା ସମୟରେ ଯାଇଥିଲେ। ସେଠାକୁ ଯାଇ ତାଙ୍କ ଘର ଆଗରେ ଠିଆ ହୋଇ ବଳରାମ ଭାଇ ବୋଲି ଡାକିବା ରୁ ତାଙ୍କ ସ୍ତ୍ରୀ ଘରୁ ବାହାରକୁ ଆସି କଣ ହେଲା କାହିଁକି ମୋ ସ୍ୱାମୀ କୁ ଡାକୁଛ ବୋଲି କହିବା ସମୟରେ ବଳରାମ ଘର ଭିତରୁ ବାହାର କୁ ଆସି କିଏ ତମେ ମତେ କାହିଁକି ଡାକୁଛ ବୋଲି କହି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଆମ ପିଲା ମାନେ ଟଙ୍କା ମାଗିବାରୁ କି ଟଙ୍କା ଦେବି ବୋଲି ପୁଣି ଥରେ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରି ଘର ଭିତରକୁ ଯାଇ ଏକ ଲୁହା ରୋଡ଼ ଆଣି ମୋ ପିଲା ମାନଙ୍କୁ ବାଢ଼େଇବା ବେଳେ ପିଲା ମାନେ ଘୁଞ୍ଚି ପଡିବାରୁ ସେହି ଲୁହା ରୋଡ଼ ତାଙ୍କ ଗାଡି ରେ ବାଜିଥିଲା। ମୋ ପିଲା ମାନଙ୍କୁ ବଳରାମ ମାରିନ ପରି ତାଙ୍କ ସ୍ତ୍ରୀ ଙ୍କୁ ପ୍ରବତାଇ ମୋ ପୁଅ ବିକାଶ ଦିଗାଲ ଓ ସୌମ୍ୟ ଦିଗାଲ ,ମୋ ଭାଇ ରବି ଦିଗାଲ ଓ ତାଙ୍କ ପୁଅ ପ୍ରବୀଣ ଦିଗାଲ ଙ୍କ ନାମରେ ସଦର ଥାନା ରେ ଦୁଷ୍କର୍ମ ଓ ସୁନାଚେନ ଛଡାଇ ନେଇ ଥିବା ଅଭିଯୋଗ କରିଛନ୍ତି। ଆମ ପିଲା ମାନେ ନିର୍ଦୋଷ ସେମାନେ ସେଭଳି କୌଣସି ଘଟଣା ଘଟାଇ ନାହାନ୍ତି। ଏହା ଏକ ମନଗଡା କଳ୍ପକଳ୍ପିତ ମିଥ୍ୟା ଅଭିଯୋଗ ଥାନାରେ ଦିଆଯାଇଛି ବୋଲି ମାଧବ ଦିଗାଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ମାଧବ ଦିଗାଲ ଙ୍କର ପରିବାର ପୋଲିସ ଆଖିରେ ନିର୍ଦୋଷ ପ୍ରମାଣିତ ହେବା ପାଇଁ ଗତକାଲି ତା ୩୧/୧/୨୦୨୩ ରିଖ ମଙ୍ଗଳବାର ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ କେସ ରେ ନାମ ଥିବା ସୌମ୍ୟ ଦିଗାଲ ଓ ବିକାଶ ଦିଗାଲ ର ବାପା ମାଧବ ଦିଗାଲ ଓ ପ୍ରବୀଣ ଦିଗାଲ ମାଆ ବନିତା ଦିଗାଲ ଗଣମାଧ୍ୟମ ଆଗରେ ଘଟଣା ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ। ଅଭିଯୋଗ ରେ କେତେ ସତ୍ୟତା ରହିଛି ଘଟଣା ସମ୍ପର୍କରେ ପୋଲିସ ସହିତ ପରାମର୍ଶ କରିବାରୁ ଘଟଣା ର ସତ୍ୟତା ଜାଣିବା ନିମନ୍ତେ ପୋଲିସ ତଦନ୍ତ ଜାରି ରଖିଛି। ପ୍ରକୃତ ଦୋଷୀ ଦଣ୍ଡ ପାଇବ ବୋଲି ସଦର ଥାନା ଅଧିକାରୀ ସମୀର ରାଉତ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଭିଜିଲାନସ୍ ଜାଲରେ ରାୟଗଡ ବନଖଣ୍ଡ ଅଧିକାରୀ

masiha

ଗୁଣିଗାରିଡି ସନ୍ଦେରେ ଜଣଙ୍କୁ ହତ୍ୟା ଦୁଇ ଅଟକ

masiha

କାଜୁ ବଗିଚାକୁ ନେଇ ଗଣ୍ଡଗୋଳ, ୫ ଗିରଫ 

masiha

Leave a Comment

error: Content is protected !!