ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୌଦ୍ଧ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେବସ୍ତିଆନ କୁଜୁର ଙ୍କ ଚାକିରୀ ରୁ ଅବସର ଗ୍ରହଣ, ସହକାରୀ ଜ଼ିଲ୍ଲାପାଳ ସସ୍ମିତା ପ୍ରଧାନ ନେଲେ ଡି. ଏସ. ଡବ୍ଲୁ. ଓ. ଦାୟିତ୍ୱ   

ବୌଦ୍ଧ -01-02 🙁 ହୃଦାନନ୍ଦ ମେହେର )- ବୌଦ୍ଧ ଜ଼ିଲ୍ଲା ରେ କାର୍ଯ୍ୟରତ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେବାସ୍ତିଆନ କୁଜୁର ଙ୍କୁ ତା.31.1.2023 ରିଖ ସନ୍ଧ୍ୟା 6 ଘଟିକା ସମୟରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ଠାରେ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା l ବୌଦ୍ଧ ରେ ଡି. ଏସ. ଡବ୍ଲୁ. ଓ ପଦବୀ ରେ ସେ ଅଗଷ୍ଟ 24 ତାରିଖ ରେ ଯୋଗ ଦେଇଥିଲେ l ଏହା ଆଗରୁ ରେ ସେ ବିଭିନ୍ନ ସ୍ଥାନ ରେ ସି. ଡି. ପି. ଓ. ଭାବେ ନିଜ ଦାୟିତ୍ୱ ଖୁବ ଭଲ ଭାବେ ସମ୍ପାଦନ କରିଥିଲେ l ସେବାସ୍ତିଆନ କୁଜୁର ଜଣେ ମିଷ୍ଟଭାଷୀ, ମେଳାପୀ, ସମୟାନୁବର୍ତ୍ତି, କର୍ତ୍ତବ୍ୟପରାୟଣ, ସରଳ, ଉଦାର, ଅମାୟିକ ବ୍ୟକ୍ତିତ୍ୱ ଭାବେ ବେଶ ଜଣାଶୁଣା ଥିଲେ l ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପ -ଜ଼ିଲ୍ଲାପାଳ ରବୀନ୍ଦ୍ରନାଥ କଁହର , ଡେପୁଟି କଲେକ୍ଟର ଝରଣା ପ୍ରଧାନ ନିଜ ନିଜ ବକ୍ତବ୍ୟ ରେ କୁଜୁର ଙ୍କ ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ l ଏହି ଅବସରରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ସର୍ବେଶ୍ୱର ଦାନୀ ଏକ ବିଦାୟ କାଳୀନ ସଂଗୀତ ପରିବେଷଣ କରିଥିଲେ l ସହକାରୀ ଜ଼ିଲ୍ଲାପାଳ ସସ୍ମିତା ପ୍ରଧାନ ନୂତନ ଡି. ଏସ. ଡବ୍ଲୁ. ଓ ଭାବେ ଦାୟିତ୍ୱ ଗ୍ରହଣ କଲେ l ଏହି ଅବସରରେ ଅନ୍ୟାନ୍ୟ ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବରିଷ୍ଠ ସହାୟକ, କନିଷ୍ଠ ସହାୟକ, ସେକ୍ସନ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ l

Related posts

ପୋଡାଗଡ଼ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଆସିଥିବା ଦୁଇ କୋଟି ପଞ୍ଚାନବେ ଲକ୍ଷ୍ୟ ଟଙ୍କା ଅନୁଦାନର ବିନିଯୋଗ ଫର୍ଦ ପ୍ରସ୍ତୁତି ବୈଠକ

Sunil Chandra Nayak

ଇଗ୍ନୋ ପକ୍ଷରୁ ପାଠ୍ୟକ୍ରମ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଶ୍ରୀ ବିବେକାନନ୍ଦ ବିଦ୍ୟାମନ୍ଦିର ବିବେକାନନ୍ଦ ଜୟନ୍ତୀ ଉତ୍ସବରେ ନରେନ୍ କବିତା ପାଠ ଓ ସମ୍ବର୍ଦ୍ଧିତ ପର୍ବ ପାଳିତ

masiha

Leave a Comment

error: Content is protected !!