ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାପୁଆ ଠାରେ ହିନ୍ଦୋଳ ବିଜେଡ଼ି ର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

ଢେ଼ଙ୍କାନାଳ (ମ ସୀ ହା)୦୧/୦୨_ଆଜି ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଏବଂ ୨୬ ତମ ପ୍ରତିଷ୍ଠା ଦିବସ ସମାରୋହ ଅବସରରେ ହିନ୍ଦୋଳର ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କ ନେତୃତ୍ୱରେ ରାସୋଳ ସ୍ଥିତ ସାପୁଆ କଲୋନୀ ନିକଟସ୍ଥ ପଡ଼ିଆରେ ବିଶାଳ ଜନସମାଗମ ସହ ଉତ୍ସବ ଟି ପାଳିତ ହୋଇଯାଇଛି l ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜସ୍ବ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ ମାନ୍ୟବର ଖଣି ଓ ପୂର୍ତ୍ତ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ଉଦବୋଧନ ଦେଇ ବିଜୁ ବାବୁଙ୍କର ନିତି ଆଦର୍ଶର ଗୁଣ ଗାନ କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ସଂପର୍କରେ ମଧ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ମହିଳା ଓ କର୍ମୀ ମାନଙ୍କୁ ସୂଚନା ଦେଇଥିଲେ l ବିଧାୟିକାଙ୍କ ଚେଷ୍ଟାରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରିଛି ବୋଲି ମାନ୍ୟବର ମନ୍ତ୍ରୀ ବିଧାୟିକା ଙ୍କୁ ସଭାରେ ପ୍ରଶଂସା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ, ବ୍ଲକ ବିଜେଡି ସଭାପତି ବରୁଣ ସର, ନଗର ସଭାପତି ଗୋବିନ୍ଦ ବେହେରା, ଯୁବ ବିଜେଡି ସଭାପତି, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଅର୍ଚ୍ଚନା ପୁହାଣ,ସମସ୍ତ ଜିଲ୍ଲାପରିଷଦ, ବନ ନିଗମର ଉପଦେଷ୍ଟା ଦେବୀ ପ୍ରସାଦ ଭୁଟିଆ,ସମସ୍ତ ସରପଞ୍ଚ,ସମିତିସଭ୍ଯ, ସମେତ ଗଣ ମାଧ୍ୟମ ପ୍ରତିନିଧି ଏବଂ ସହସ୍ରାଧିକ ମହିଳା, ଯୁବ ବିଜେଡି,ଛାତ୍ର ବିଜେଡି କର୍ମୀ ବୈଠକରେ ଉପସ୍ଥିତ ଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

ରାଜ୍ୟ ସରକାରଙ୍କ ପାପର ହାଣ୍ଡିଫାଟିବ, ଚବିଶ ନିର୍ବାଚନରେ ଧୂଳିସାତ ହେବ ବିଜେଡ଼ି: ଗୌରୀ ଶଙ୍କର

masiha

ବିଜେପିରେ ଯୋଗଦେଲେ ବିଜେଡି ସମର୍ଥିତ ୦୪ ସମିତି ସଭ୍ୟ   

masiha

Leave a Comment

error: Content is protected !!