ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗଣତନ୍ତ୍ର ବଞ୍ଚାଅ ଦେଶ ବଞ୍ଚlଅ , ଫାସିବାଦ ହଟାଅ ଦେଶ ବଞ୍ଚାଅ , ଶହିଦ ମାନକଂ ସ୍ୱପ୍ନର ଭାରତ       

ଚଳିତ ମାସ 02 02 2023 ଓ 03 02 2023 ଦୁଇ ଦିନ ସି ପି ଆଇ (ଏମ ଏଲ ) ଲିବେରେସନ ତରଫରୁ 2023 ଫେବୃଆରୀ 15 ଠାରୁ 20 ତାରିଖ ପର୍ଯ୍ୟନ୍ତ ସର୍ବ୍ ଭାରତୀୟ ସମ୍ମିଳନୀ ବିହାର ର ରାଜଧାନୀ ପାଟନା ଠାରେ ଅନୁଷ୍ଠିତ ହେବ । ଏହାକୁ ସଫଳ କରିବା ପାଇଁ ରାୟଗଡ଼ା ସହର ରେ ଦୋକାନ – ବଜାର – ସର୍ବ ସାଧାରଣ ଲୋକଙ୍କୁ ସହାୟତା ପ୍ରଦାନ କରିବା ନିବେଦନ କରାଯାଇଛି।

    ଭାରତର ଅଗଣିତ ସ୍ଵାଧୀନତା ସଂଗ୍ରାମୀ ଶ୍ରମିକ କୃଷକ ଦଳିତ ଆଦିବାସୀ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ମାନେ ଯେଉଁ ଭାରତ ର ଗଠନ ପାଇଁ ପ୍ରାଣବଳି ଦେଇଛନ୍ତି ଓ ଆଜି ବି ଲଡେଇ ଜାରି ରଖିଛନ୍ତି ସେଇ ସବୁ ସ୍ଵପ୍ନ ସଂଘର୍ଷ ଓ ବଳିଦାନ ଦ୍ଵାରା ଗଠିତ ଦେଶ ଓ ସମ୍ବିଧାନିକ ବ୍ୟବସ୍ଥା କୁ ବଦଳାଇବା ପାଇଁ ଚେଷ୍ଟା ଚାଲିଛି। ଗତ 75 ବର୍ଷ ଶାସନରେ ଆଜି ବି ଲୋକମାନକଂର କୌଣସି ମୌଳିକ ସମସ୍ୟାର ସମାଧାନ ହୋଇ ପାରିନାହିଁ। ଲୋକଙ୍କ ମଧ୍ୟରେ ଆର୍ଥିକ କ୍ଷମତା ସୋଦୃଡ଼ କରିବା ପରିବର୍ତ୍ତେ ଧନି ଗରିବ ତାରତମ୍ୟ ବଡି ବଡି ଚାଲିଛି। କେତେକ ମୁଷ୍ଟିମେୟ କଂ ପାଖରେ ଧନ ସମ୍ପତ୍ତି ଠୁଳ ହେଲା ବେଳେ ଗରିବ ଆହୁରି ଗରିବ ଅବସ୍ଥାକୁ ଯାଉଛି। ସରକାରଙ୍କ ଆର୍ଥିକନିତି ପୁଞ୍ଜିପତି ମାନକଂ ଦ୍ଵାରା ସ୍ଥିର କରାଯାଉଛି। ଦେଶର ପ୍ରାକୃତିକ ସମ୍ପଦ ଗମନାଗମନ ଭିତ୍ତିଭୂମି ,  ବିତ୍ତିୟ ପୁଞ୍ଜି ଇତ୍ୟାଦି ଘରୋଇ କମ୍ପାନୀ ମାନଙ୍କୁ ହାତକୁ ଟେକି ଦିଆଯାଉଛି। ସାମାଜିକ କ୍ଷେତ୍ରରେ ସମାଜ ର ଅଳ୍ପସଂଖ୍ୟକ ସଂଖ୍ୟାଲଘୁ ମହିଳା ଦଲିତ ଆଦିବାସୀ ମାନଙ୍କ ବିରୁଦ୍ଧରେ ସଂଗଠିତ ହିଂସା ବଡିଛି। ରାଷ୍ଟ୍ର ହିଂସା ରେ ଶିକାର ହେଉଥିବା ଜନ ଗୋଷ୍ଠୀକୁ ସୁରକ୍ଷା ଦେବା ପରିବର୍ତ୍ତେ ଏହି ହିଂସା ଓ ନିର୍ଯ୍ୟାତନା ରେ ପକ୍ଷଭୁକ୍ତ ହୋଇ ସମ୍ପ୍ରଦାୟ ଓ ଜାତିବାଦୀ ହିଂସାକାରୀ ଗୋଷ୍ଟୀ ମାନଙ୍କ ସୁରକ୍ଷା ପ୍ରଦାନ କରୁଛନ୍ତି।

      ଏ ପରିପ୍ରେକ୍ଷୀରେ 2023 ଫେବୃଆରୀ 15 ଠାରୁ 20 ତାରିଖ ପର୍ଯ୍ୟନ୍ତ ସର୍ବ୍ ଭାରତୀୟ ସମ୍ମିଳନୀ ବିହାର ର ରାଜଧାନୀ ପାଟନା ଠାରେ ଅନୁଷ୍ଠିତ ହେବ ଏଥିପାଇଁ ରାୟଗଡା ସହର ରେ ପାଣ୍ଠି ସଂଗ୍ରହ ପାଇଁ ଆଛାନା ମଣ୍ଡାଙ୍ଗି – ଲିଂଗରାଜ ପେଦେଣ୍ଠି – ବୃନ୍ଦାବନ ବିଡିକା – ଛlନ୍ତି ମଣ୍ଡାଙ୍ଗି – କେ ନାଗରାଜ – ବୃନ୍ଦାବନ ଗୁନା – ଛବିଲାଲ ହିହାଲ – ସୁଦଂରମଣି ମିଣିଆକା ଓ ଅନାନ୍ୟ ସାଥୀ ମାନେ ଯୋଗଦାନ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

୨୮ ତମ ପ୍ରତିଷ୍ଠା ଦିବସ ପାଳିତ

masiha

ଶାସକ ଦଳର ନେତାଙ୍କ ପ୍ରତିରୋଧ ପାଇଁ ମେଳି ବାନ୍ଧିଲେ କଂଗ୍ରେସ କର୍ମୀ 

masiha

ନକଲି ମଦ କରବାର ରେ ଗିରଫ ହୋଇଥିବା ବିଜେଡି ନେତା ଙ୍କୁ ବିରୋଧ କରି ବିଜେପି ପକ୍ଷ ରୁ କୁଶ ପୁତ୍ତଳିକା ଦାହ 

Sunil Chandra Nayak

Leave a Comment

error: Content is protected !!