ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁସୁମଖୁଣ୍ଟି ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା

କୋକସରା,୩/୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଠାରେ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଗୁରୁବାର କଳସ ଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି। କଳସ ଯାତ୍ରାରେ ଶତାଧିକ ମହିଳା ଓ କୁନି କୁନି ଝିଅ ମାନେ ସାମିଲ ହୋଇ ପୂଜାର୍ଚ୍ଚନା ପରେ ସାନବନ୍ଧରୁ କଳସ ମାନଙ୍କରେ ଶୁଦ୍ଧଜଳ ଭର୍ତ୍ତି କରି ଗାଁ ପରିକ୍ରମା କରି ସାରିବା ପରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ। ଘଣ୍ଟ ଶଙ୍ଖ ସଂକୀର୍ତ୍ତନ ଏବଂ ହୁଳହୁଳିର ନାଦେ କମ୍ପି ଉଠିଥିଲା ଗାଁ ପରିବେଶ। ଏହି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଶୁକ୍ରବାର ସକାଳୁ ଆରମ୍ଭ ହୋଇ  ରବିବାର ସମାପନ ହେବା କାର୍ଯ୍ୟସୂଚୀ ରହିଛି । ଏହି ଅଖଣ୍ଡ ନାମଯଜ୍ଞରେ କର୍ତ୍ତା ଭାବରେ ଘେନୁ ପ୍ରସାଦ ବେହେରା ଓ ତାଙ୍କ ଧର୍ମପତ୍ନୀ ନୃପତି ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂଜକ ଭାବେ ତ୍ରାହିକର ମିଶ୍ର ରହିଛନ୍ତି। ନାମଯଜ୍ଞ କମିଟିର ସଭାପତି ମହେନ୍ଦ୍ର ବେହେରା, ସମ୍ପାଦକ ସୁଶୀଲ କୁମାର ଶବର, କୋଷାଧ୍ୟକ୍ଷ ଲିଙ୍ଗରାଜ ବେହେରା, ବଂଶୀଧର ବେହେରା,ଭୂପେନ୍ଦ୍ର ବେହେରା, ପିତାମ୍ବର ପୂଝାରୀ, ରୁଦ୍ର ପ୍ରଧାନୀ, ବନମାଳୀ ଶବର, ତୀର୍ଥରାଜ ପ୍ରଧାନୀ, ମଙ୍ଗରାଜ ବେହେରା, ମିତ୍ରଭାନୁ ବେହେରା, ବିଦ୍ୟାଧର କାଣ୍ଡ, ଖଗେଶ୍ୱର ବେମାଲ ସମେତ ଗ୍ରାମବାସୀ ସହଯୋଗ କରୁଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ବାଣପୁର ଗୁପ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ତେଇଶ ଦେବା ଦେବୀଙ୍କ ମେଳନ ମହୋତ୍ସବ ସମାପନ

Sunil Chandra Nayak

ଖସିଗୁଡ଼ାରେ ଅଖଣ୍ଡ ନାମ ଯଜ୍ଞ ପାଇଁ ଭୂମି ପୂଜା

Sunil Chandra Nayak

ଐତିହାସିକ ପୋଡାଗଡ଼ ପୀଠରେ ନବଦିନାତ୍ମକ କଳସି ଯାତ୍ରା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!