ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁସୁମଖୁଣ୍ଟି ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା

କୋକସରା,୩/୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଠାରେ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଗୁରୁବାର କଳସ ଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି। କଳସ ଯାତ୍ରାରେ ଶତାଧିକ ମହିଳା ଓ କୁନି କୁନି ଝିଅ ମାନେ ସାମିଲ ହୋଇ ପୂଜାର୍ଚ୍ଚନା ପରେ ସାନବନ୍ଧରୁ କଳସ ମାନଙ୍କରେ ଶୁଦ୍ଧଜଳ ଭର୍ତ୍ତି କରି ଗାଁ ପରିକ୍ରମା କରି ସାରିବା ପରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ। ଘଣ୍ଟ ଶଙ୍ଖ ସଂକୀର୍ତ୍ତନ ଏବଂ ହୁଳହୁଳିର ନାଦେ କମ୍ପି ଉଠିଥିଲା ଗାଁ ପରିବେଶ। ଏହି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଶୁକ୍ରବାର ସକାଳୁ ଆରମ୍ଭ ହୋଇ  ରବିବାର ସମାପନ ହେବା କାର୍ଯ୍ୟସୂଚୀ ରହିଛି । ଏହି ଅଖଣ୍ଡ ନାମଯଜ୍ଞରେ କର୍ତ୍ତା ଭାବରେ ଘେନୁ ପ୍ରସାଦ ବେହେରା ଓ ତାଙ୍କ ଧର୍ମପତ୍ନୀ ନୃପତି ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂଜକ ଭାବେ ତ୍ରାହିକର ମିଶ୍ର ରହିଛନ୍ତି। ନାମଯଜ୍ଞ କମିଟିର ସଭାପତି ମହେନ୍ଦ୍ର ବେହେରା, ସମ୍ପାଦକ ସୁଶୀଲ କୁମାର ଶବର, କୋଷାଧ୍ୟକ୍ଷ ଲିଙ୍ଗରାଜ ବେହେରା, ବଂଶୀଧର ବେହେରା,ଭୂପେନ୍ଦ୍ର ବେହେରା, ପିତାମ୍ବର ପୂଝାରୀ, ରୁଦ୍ର ପ୍ରଧାନୀ, ବନମାଳୀ ଶବର, ତୀର୍ଥରାଜ ପ୍ରଧାନୀ, ମଙ୍ଗରାଜ ବେହେରା, ମିତ୍ରଭାନୁ ବେହେରା, ବିଦ୍ୟାଧର କାଣ୍ଡ, ଖଗେଶ୍ୱର ବେମାଲ ସମେତ ଗ୍ରାମବାସୀ ସହଯୋଗ କରୁଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ନିର୍ମାଣ ନିମନ୍ତେ….. ଭବାନୀପାଟଣା ଠାରେ ଶ୍ରୀ ଆଶୀର୍ବାଦ ମହାରାଜଙ୍କ  ଶ୍ରୀ ଜଗନ୍ନାଥ କଥାମୃତର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

Sunil Chandra Nayak

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ନାଗଭଣ ଗ୍ରାମ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ 

masiha

Leave a Comment

error: Content is protected !!