ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଯୁବ ଛାତ୍ର ଜନତା ଦଳର ଡିଜିଟାଲ କର୍ମଶାଳା

ଡାବୁଗାଁ, ୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜିଲା ବିଜୁ ଯୁବ ଛାତ୍ର ଜନତା ଦଳର ଡିଜିଟାଲ କାର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ରାଜ୍ୟ ଉଠା ଜଳସେଚନ ଉପଦେଷ୍ଟା ପ୍ରମୋଦ ପାଢୀଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ରାଜ୍ୟ ସୋସିଆଲ ମିଡିଆ ସଂଯୋଜକ ସ୍ଵୟଂ ପ୍ରକାଶ ଦାସ, ଅବିଭକ୍ତ କୋରାପୁଟ ଜିଲା ର ସହ-ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, ଅବିଭକ୍ତ କୋରାପୁଟ ଜିଲାର ଯୁବ ଛାତ୍ର ବିଜେଡି ସଂଯୋଜକ ହରିଶଙ୍କର ରାଉତ, ଜିଲା ଯୁବ ବିଜେଡି ସଭାପତି ଶିବାନନ୍ଦ ବିଶୋୟୀ, ଜିଲା ଛାତ୍ର ବିଜେଡି ସଭାପତି ସୁଧାଂଶୁ ଦାସ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ଜିଲପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲା ଉପସଭାପତି ବଡ୍ରି ନାରାୟଣ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଦିଲୁ ପଣ୍ଡା, କୋରାପୁଟ ଜୋନ ସଭାପତି ତାପସ ତ୍ରିପାଠୀ, ଜିଲା ମିଡିଆ ସେଲ ପରେଶ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ | ଏହି କର୍ମଶାଳାରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ୧୦ ଗୋଟି ବ୍ଲକ ର ଯୁବ ଛାତ୍ର କର୍ମୀ ସଜାଗ ରହି ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା, ସୋସିଆଲ ମିଡିଆରେ ଜନସାଧାରଣଙ୍କୁ ବିଜେଡି ସରକାର ଙ୍କ ର ବିଭିନ୍ନ ଯୋଜନା ଗୁଡିକ ଉପରେ ଲୋକ ଙ୍କ ମଧ୍ୟରେ ବ୍ୟାପକ ସଚେତନ କରିବା, ଯୁବ ଓ ଛାତ୍ର କର୍ମୀ ମାନେ ଅଧିକରୁ ଅଧିକ ଛାତ୍ରୀଛାତ୍ର ମାନଙ୍କୁ ସାମିଲ କରିବା ଉପରେ ରାଜ୍ୟ ସୋସିଆଲ ମିଡିଆ ସଂଯୋଜକ ଗୁରୁମନ୍ତ୍ର କର୍ମୀ ମାନଙ୍କୁ ଦେଇଥିଲେ | ଏହି କର୍ମଶାଳାରେ ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବ୍ଲକ ଯୁବ ଛାତ୍ର ସଭାପତି ବବୁଲୁ ତ୍ରିପାଠୀ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ ଓ ୧୦ ଟି ବ୍ଲକରୁ ବହୁ ସଂଖ୍ୟାରେ ଯୁବ ଓ ଛାତ୍ର କର୍ମୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡ ରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ। ଓଡିଶାକୁ ସଶକ୍ତ ରାଜ୍ୟର ପରିଚୟ ଦେଇଛି ବିଜେଡି….

masiha

ନାରାୟଣ ପାଟଣାରେ ବିଜେପିର ମିଶ୍ରଣ ପର୍ବ 

Sunil Chandra Nayak

ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ନିର୍ବାଚନ ରଣନୀତିରେ ସର୍ବାଗ୍ରେ ବିଜେଡ଼ି 

masiha

Leave a Comment

error: Content is protected !!