ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶାର ଵିଶିଷ୍ଠ ସାରସ୍ୱତ ସାଧକ,ଦକ୍ଷ ସଙ୍ଗଠକ,ସମାଜସେବୀ ସ୍ବର୍ଗତ ଅଭୟ ଚରଣ ଚଳାନ ଙ୍କ ୮୪ ତମ ଜୟନ୍ତୀ ସମାରୋହ ପାଳିତ

 ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କାଶିପଲା ଗ୍ରାମଠାରେ ଓଡିଶାର ବିଶିଷ୍ଟ ସାରସ୍ଵତ ସାଧକ, ଦକ୍ଷ ସଙ୍ଗଠକ, ସମାଜସେବୀ ସ୍ୱର୍ଗତ ଅଭୟ ଚରଣ ଚଲାନଙ୍କ ୮୪ ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାଳକାନଗିରୀ ଜିଲ୍ଲା କୋଷାଗାର ଅଧିକାରୀ ସାର୍ଥକ କୁମାର ନାୟକ, ବିଶିଷ୍ଟ ଅତିଷ୍ଠ ଭାବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ବାରିକ, ଖଡିଆଳ ଏନଏସି ପ୍ରାକ୍ତନ ଅଧ୍ୟକ୍ଷ ନିମାଇଁ ଚରଣ ତାଣ୍ଡି , ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ପଲାଗାୟକ ଅର୍ଜୁନ ଛାତ୍ରୀୟ ଯୋଗଦାନ କରି ସୂର୍ଗୀୟ ଅଭୟ ଚରଣ ଚଳାନଙ୍କ ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟକ୍ରମରେ ଖଡିଆଳ ରାଜ ପରିବାର ପଟ୍ଟାୟତ ନୀଳ ଲୋହିତ ସିଂ ଦେଓ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ତଥା ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ. ସୁଶାନ୍ତ କୁମାର ବିଶି ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । କାର୍ଯ୍ୟକ୍ରମରେ ଯୁବ ସାହିତ୍ୟିକ ତଥା ରାଜାଏଟି ହାଇ ସ୍କୁଲର ସହକାରୀ ଶିକ୍ଷକ ଗୌରାଙ୍ଗ କୁମାର ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସହ ସମ୍ପାଦକ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇଜିବୀ ବିଭୁଦତ୍ତ ଚଲାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ନନ୍ଦଲାଲ ବାରିକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସ୍ୱର୍ଗତ ଅଭୟ ଚରଣ ଚଲାନଙ୍କ ବଡପୁଅ ଅଧ୍ୟାପକ ଡ. ଶରତ ଚନ୍ଦ୍ର ଚଲାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର କୁଳପତିଶମ୍ଭୁକିଶୋର ଦଣ୍ଡସେନା, ବରିଷ୍ଠ ପରମର୍ଶଚନ୍ଦା ଜିତେନ୍ଦ୍ର ସିଂ ବାରିକ, ମହେଶ୍ବର ପ୍ରସାଦ ବାରିକ, କବି ଲବଣେଶ୍ବର ବାରିକ, ମିନିକେତନ ବାରିକ, ଉପେନ୍ଦ୍ର ମହାଉତି, ଦୟାନିଧି ବାରିକ, ବିଶିଷ୍ଟ ପାଲାଗାୟକ କୁନାଲ ଚରଣ ବେହେରା ସମେତ ଶତାଧିକ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୋରାପୁଟ ଜିଲ୍ଲା ଶିଶୁମଙ୍ଗଳ କମିଟିକୁ ରାୟଗଡ଼ ଦାୟିତ୍ୱ ଦେଲେ ସରକାର l “ଦାୟିତ୍ୱ ହସ୍ତାନ୍ତର ନକରିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲା ଭlଙ୍ଗି ଦାୟିତ୍ୱ ଗ୍ରହଣ କରାଗଲା” 

masiha

ଜନଗଣନା ରଥର ଶୁଭାରମ୍ଭ

Sunil Chandra Nayak

ଆମ ସଂଘ ଆମର, ଆମେ ସବୁ ସଂଘର : ବରିଷ୍ଠ କଳାକାର ମହାସଂଘ

masiha

Leave a Comment

error: Content is protected !!