ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁମଖୁଣ୍ଟି ଠାରେ ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ

କୋକସରା,୦୫/୦୧ // ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉପର ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଭିଜନ ଆନୁକୂଲ୍ୟରେ ଶନିବାର ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମେ ପାଣି ପଂଚାୟତ ପକ୍ଷ ପାଳନ ରଥକୁ ଉପସ୍ଥିତ ଅତିଥି ଓ ଅଧିକାରୀ ମାନେ ସ୍ୱାଗତ କରିଥିଲେ । କୁସୁମଖୁଣ୍ଟି ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ପାଣି ପଂଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମରେ ମୁଖୀଗୁଡା ଇନ୍ଦ୍ରାବତୀ ନିର୍ମାଣ ଯନ୍ତ୍ରୀ ଅନିଲ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ କୁସୁମଖୁଣ୍ଟି ବାମ କେନାଲ ଡିଭିଜନ ଅଧୀନରେ ଥିବା ପାଣି ପଞ୍ଚାୟତ କମିଟିର କର୍ମକର୍ତ୍ତା ଓ ଚାଷିଙ୍କୁ ନେଇ ପାଣି ପଞ୍ଚାୟତ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଦୀପ ପ୍ରଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ ଯୋଗଦେଇ ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ଧର୍ମଗଡ ଉପଖଣ୍ଡ ଅଞ୍ଚଳ ଶସ୍ୟ ଶ୍ୟାମଲା ହୋଇଛି । ଆମ ଚାଷୀଭାଇ ମାନେ ସ୍ୱାବଳମ୍ବୀ ହେବାସହ ଅର୍ଥନୈତିକ ସ୍ଥିତି ସଦୃଢ଼ ହୋଇଛି ବୋଳି ମତ ଦେଇଥିଲେ।ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ କୁସୁମଖୁଣ୍ଟି ତୃପ୍ତ କୁମାର ପାତ୍ର, ମେଗାଲିଫ୍ଟ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ, ଜୟପାଟଣା ବ୍ଲକ କୃଷି ଅଧିକାରୀ ଅନନ୍ତ ଚରଣ ଦାସ ଯୋଗଦେଇ କୁସୁମଖୁଣ୍ଟି ଡିଭିଜନ ଅଧୀନରେ ଥିବା ପାଣି ପଞ୍ଚାୟତର କର୍ମକର୍ତ୍ତାଙ୍କ ସହ ଜଳସେଚନର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ପାଣିର ସୁବିନିଯୋଗ ଓ ପରିଚାଳନାରେ ସହଯୋଗ କରିବାକୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ କରିଥିବା ଇନ୍ଦ୍ରାବତୀ ହାଇସ୍କୁଲ ଡଙ୍ଗରିଗୁଡା ଓ କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ୪ ଜଣ ସଫଳ ଚାଷି ଜୟପାଟଣା ବ୍ଲକର ସୌମ୍ୟ ରଞ୍ଜନ ପଣ୍ଡା, କୋକସରା ବ୍ଲକର ପ୍ରଭାକର ବେହେରା, କଲମପୁର ବ୍ଲକ ର ଟଙ୍କଧର ନାଏକ, ଜୁନାଗଡ ବ୍ଲକର ସୁମନ୍ତ ରଞ୍ଜନ ପଣ୍ଡାଙ୍କୁ ମାଛ, ଛତୁ ଓ ପନିପରିବା ସହ ଧାନ ଚାଷରେ ଉଲ୍ଲେଖଯୋଗ୍ୟ ସଫଳତା ପାଇଁ ମାନପତ୍ର ସହ ପୁରସ୍କୃତ କରାଯାଇଛି। ଇନ୍ଦ୍ରାବତୀ ମୁଖୀଗୁଡାର କର୍ମଚାରୀ ଚିତ୍ତରଞ୍ଜନ ଦଳପତି ମଞ୍ଚ ପରିଚାଳନା କରିଥିବା ବେଳେ କୁସୁମଖୁଣ୍ଟି ବାମ କେନାଲ ଡିଭିଜନର ସହକାରୀ ଯନ୍ତ୍ରୀ ଶୁଭେନ୍ଦ୍ର କୁମାର ସାହୁ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ 

Related posts

ଯାଦବ ମହାସଭା ପକ୍ଷରୁ ଜଳଛତ୍ର ଉଦ୍ଘାଟନ

Sunil Chandra Nayak

ଡିସେମ୍ବର ୨୨ରୁ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ସମ୍ବର୍ଦ୍ଧିତ ହେବେ ବସନ୍ତ, ମନୋଜ, କାହ୍ନୁଚରଣ ଏବଂ ଆଶୁତୋଷ….

masiha

ଜଳକା ନଦୀରୁ ମିଳିଥିବା ଡଲଫିନର ମୃତ୍ୟୁ ବନ ବିଭାଗ ହତାଶ

masiha

Leave a Comment

error: Content is protected !!