ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଯୋଗ୍ୟଙ୍କୁ ସାମିଲ ପାଇଁ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

କୋକସରା,୫/୨ – ସରକାର ପ୍ରଧାନମନ୍ତ୍ରୀ ଆଵାସ ଯୋଜନାର ତାଲିକା ପ୍ରକାଶିତ କରିଛନ୍ତି । ହେଲେ ଯୋଗ୍ୟ ବଦଳରେ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ପଞ୍ଚାୟତ ଅଧିକାରୀ ଓ କର୍ମଚାରୀ ମାନେ ଆଗ୍ରାଧିକାର ଦେଇ ଚୟନ କରିଥିବା ନେଇ ଅଭିଯୋଗ କରି ଶନିବାର ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀଙ୍କ ସଭାପତିତ୍ୱରେ ଜିଲ୍ଲା ବିଜେପି ଯୁବମୋର୍ଚା ସଭାପତି ବିଜୟ ଦେବ ସାହୁ, ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର, କୋକସରା ବ୍ଲକ ସାଂସଦ ପ୍ରତିନିଧି ସୁଧୀର ପାତ୍ର, ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, ମୋଟେର ମଣ୍ଡଳ ସଭାପତି ସ୍ଵୟମ୍ବର ବାଗ, ପୁର୍ବତନ ଜିଲ୍ଲା ପରିଷଦ ନୀଳକଣ୍ଠ ମାଝୀ, ଓବିସି ଜିଲ୍ଲା ସଭାପତି କ୍ଷେତ୍ର ମୋହନ ବାଗ, ବରିଷ୍ଠ ନେତା ଘନଶ୍ୟାମ ନାଏକ, ସାଧାରଣ ସମ୍ପାଦକ ତ୍ରିନାଥ ଶବର, ଉପ ସଭାପତି ଗୋପାଳ ଅଗ୍ରୱାଲ, ରଜନୀକାନ୍ତ ପଣ୍ଡା, ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ୱଜ ମାଝୀ, ମଧୁବନ ପାତ୍ର, ଭଜମନ ନାଏକ, ନାରିନେତ୍ରୀ କୁନ୍ତି ପାଳ, ଧରିତ୍ରୀ ବାଗ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିରୋଧରେ ଆଵାସ ଯୋଜନାରେ ଅନିୟମିତତାକୁ ନେଇ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଗକୁ ଅଯୋଗ୍ୟଙ୍କୁ ତାଲିକାରୁ ବାଦ ଦିଆନଗଲେ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ରାଜନଗର ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେପି ସଙ୍ଗଠନ‌ ପର୍ବ ଓ ସଦସ୍ୟତା ଅଭିଯାନ ୨୦୨୪

masiha

ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ ଉତ୍ସବ ପାଳିତ

Sunil Chandra Nayak

ମୂଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ବିଜେଡ଼ି ଜିଲ୍ଲା ସଭାପତି ଙ୍କ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!