ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନୃସିଂହ ପୁରାଣ ପାଠୋତ୍ସବ ଅନୁଷ୍ଠିତ

ପଲନା:୦୫/୦୨ – (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ପଲନା ଗ୍ରାମପଞ୍ଚାୟତ ଅନ୍ତର୍ଗତ କନ୍ଦାଖାଲ ଗ୍ରାମ ସ୍ଥିତ ବଗିଚା ପଡାରେ ଗତ ତା ୨୧/୦୧/୨୦୨୩ ରିଖ ଠାରୁ ଚଳିତ ମାସ ତା ୦୫/୦୨/୨୦୨୩ ରିଖ ପର୍ଯନ୍ତ ୧୬ ଦିନ ଧରି ନୃସିଂହ ପୁରାଣ ପାଠୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ପାଠୋତ୍ସବ ଆଜି ଯଥା ତା ୦୫/୦୨/୨୦୨୩ ରିଖ ରବିବାର ଦିନ ଶେଷ ହୋଇଯାଇଛି। ଏହି ପୁରାଣ ପାଠୋତ୍ସବରେ ଆଖପାଖ ଗ୍ରାମର ଭକ୍ତ ଓ ପୁରାଣ ଶ୍ରୋତା ଓ ପୁରାଣ ପ୍ରେମୀଙ୍କ ସମାଗମ ହେବା ସହିତ ଶତାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।ନୃସିଂହ ପୁରାଣ ପାଠୋତ୍ସବରେ ପୁରାଣ ଗାୟକ ଶ୍ରୀ ବ୍ରଜକିଶୋର ପଣ୍ତା ରହିଥିବା ବେଳେ କର୍ତ୍ତା ଭାବରେ ବିଗ୍ନୁ ବଛା ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ସୂର୍ଯ୍ୟକାନ୍ତି ବଛା ଦାୟିତ୍ୱ ବହନ କରି ସୁରୁଖୁରୁ ଭାବରେ ଶେଷ କରିଥିଲେ। କଳିଯୁଗ ମନୁଷ୍ୟ ପାଇଁ ନିହାତି ଭାବରେ ଏମିତି ପୁରାଣ ପାଠୋତ୍ସବର ଆବଶ୍ୟକତା ରହିଛି ବୋଲି ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଧର୍ମକର୍ମ ଅର୍ଥ ମୋକ୍ଷ ପ୍ରାପ୍ତି ପାଇଁ ମନୁଷ୍ୟ ସମାଜରେ ଭଗବାନଙ୍କ ନାମ ସଂକିର୍ତ୍ତନ ଆହରହ ଆୟୋଜନ କରିବା ଆବଶ୍ୟକତା ରହିବା ଦରକାର। ଯାହା ଫଳରେ ମନୁଷ୍ୟ ଶାନ୍ତିରେ ଜୀବନ ଯାପନ କରିବା ସହିତ ତାହାର ଚଳାପଥ ସୁଗମ ହୋଇଥାଏ। 

ପଲନାରୁ ଡମ୍ବରୁଧର ପାଣିଗ୍ରାହୀ ଙ୍କ ରିପୋର୍ଟ

Related posts

ବସ୍ତରେନ ମାଉଲିଙ୍କ ଆଷାଢ କେନା ମଣ୍ଡେଇ ଯାତ୍ରା, ଲାଠିଯାତ୍ରା ଓ କଣ୍ଟା ଦୋଳିରେ ଝୁଲିଲେ କାଲିସି

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ରଥକାଠ ଅନୁକୂଳ ଶୁଭାରମ୍ଭ 

masiha

ମାଡିଙ୍ଗପଦର ଠାରେ ବିଶ୍ୱଶାନ୍ତି ମହିମା ବ୍ରହ୍ମଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!