ଥୁଆମୁଳ ରାମପୁର:୦୬/୦୨ – (ମ.ନି.ସ):- କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମିଳିତ ସହଯୋଗରେ ଗରିବ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ନେଇ କୋଟି କୋଟି ଟଙ୍କା ବ୍ଯୟବରାଦରେ ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେଅନୁସାରେ କୋଟି କୋଟି ଟଙ୍କା ମଧ୍ୟ ଯୋଗାଇ ଦିଆଯାଉଛି। ସେଅନୁପାତରେ ଗରିବ ଲୋକେ ଆଜିବି ସେହି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଦେଶ ୭୪ ତମ ସ୍ବାଧୀନତା ଦିବସ ପାଳନ ଶେଷ ହୋଇଯାଇଛି। ତଥାପି ଦୁର୍ଗମ ଅଞ୍ଚଳରେ ଅନେକ ସମସ୍ୟା ରହିଯାଇଛି। ଆଜିବି ଲୋକେ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ,କୃଷି ଭଳି ଅନେକ ସମସ୍ୟା ଭିତରେ ଛନ୍ଦି ହୋଇ ରହିଛନ୍ତି। ପ୍ରଗତି ଶୀଳ ଦେଶର ଅବସ୍ଥା ଏବ ଶୋଚନୀୟ ଅବସ୍ଥାରେ ରହିଅଛି। ସରକାର ଙ୍କ ପକ୍ଷରୁ ବାହାଃସ୍ପଟ ମାରି କୁହାଯାଉଛି ଯେ, ଲୋକଙ୍କୁ ପ୍ରତ୍ୟେକ ସୁବିଧା ସୁଯୋଗ ସୃଷ୍ଟି କରିଅଛୁ, ତେବେ ଲୋକେ କେତେ ସୁବିଧା ପାଇଛନ୍ତି ଯିଏ ଦେଖିଛନ୍ତି ଓ ହୃଦୟଙ୍ଗମ କରିଛନ୍ତି ସେ ହିଁ କହିପାରିବେ ଯାହା ସରକାର କହୁଛନ୍ତି ତାହା ସତ ନା ମିଛ। ଏଠାରେ ତାହାର ଏକ ଜ୍ଜଳନ୍ତ ଉଦାହରଣ ଆପଣ ମାନଙ୍କ ଆଗରେ ଉପସ୍ଥାପନ କରୁଅଛୁ। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୁଳ ରାମପୁର ବ୍ଳକ ଏକ ପାହାଡ ପର୍ବତ ଘେରରେ ଅବସ୍ଥିତ ୨୪ ଗୋଟି ଗ୍ରାମପଞ୍ଚାୟତ କୁ ନେଇ ଗଠିତ ସଦରମୋହକୁମା ଠାରୁ କେତେକ ଗ୍ରାମପଞ୍ଚାୟତ ଅନେକ ଦୂରରେ ଅବସ୍ଥିତ ସେହି ଗ୍ରାମପଞ୍ଚାୟତରେ ଥିବା ଅନେକ ଗ୍ରାମ ରହିଛି ସେହି ଗ୍ରାମ ମାନଙ୍କ ପାଇଁ ଗମନାଗମନ ସୁବିଧା ନଥିବା ଯୋଗୁଁ ଏବେ ମଧ୍ୟ ଲୋକେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଗମନାଗମନ ସୁବିଧା ନଥିବାରୁ ଲୋକେ ଗର୍ଭବତୀ କିମ୍ବା କୌଣସି ସ୍ବାସ୍ଥ୍ୟ ଗତ ସମସ୍ୟା ହେଲେ ଖଟିଆରେ ବୁହାହେବା,ପାନୀୟ ଜଳ ପାଇଁ ଝରଣା ଜଳ ଉପରେ ନିର୍ଭର କରିବା,ରାସ୍ତା ଘାଟ ଅଭାବରେ ଲୋକେ ଚାଉଳ ପାଇଁ ଗ୍ରାମପଞ୍ଚାୟତ କୁ ଯାଇ ବାଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ମୃତ୍ୟୁବରଣ କରିବା ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିବା ଭଳି ଅଭାବନୀୟ ଘଟଣାରେ ଲୋକେ ପଡୁଛନ୍ତି। ଦୁର୍ଗମ ଅଞ୍ଚଳର ଲୋକେ ପାହାଡ ଚଢି ଅନେକ ବାଟ ଚାଲି ଚାଲି ଗ୍ରାମପଞ୍ଚାୟତ କୁ ଯିବା ଭଳି ଦୃଶ୍ୟ ଆଜି ମଧ୍ୟ ରହିଛି। ଅନେକ ଗ୍ରାମ ଏହି ବ୍ଳକରେ ରହିଛି ସେହି ଗ୍ରାମ ଠାରୁ ସିଧାସଳଖ ଗ୍ରାମପଞ୍ଚାୟତ ସହିତ ଯୋଗାଯୋଗ ହୋଇପାରୁନାହିଁ। ସେମାନେ ଅନ୍ଯାନ୍ଯ ବ୍ଳକ ରାସ୍ତାଦେଇ ନିଜ ବ୍ଳକ ଥୁଆମୁଳ ରାମପୁର କୁ ଯିବା ଘଟଣା ଆଗରୁ ଚାଲିଆସିଛି। ସ୍ବାଧୀନତାର ପୂର୍ବେ ଲୋକେ ଯେଉଁ ଭଳି ଭାବରେ ଜୀବନ ନିର୍ବାହ କରୁଥିଲେ ସ୍ବାଧୀନତା ପରବର୍ତ୍ତୀ ସମୟରେ ମଧ୍ୟ ସେହି ଭଳି ତାଙ୍କର ଜୀବନ କଟୁଛି। ଏଠାରେ ଅନେକ ପ୍ରଶ୍ନ ଲୋକଙ୍କୁ ଉଙ୍କି ମାରୁଛି ଆଉ କେତୋଟି ନିର୍ବାଚନ ଆସିବ ତେବେ ଯାଇ ଆମ୍ଭେମାନେ ଏହିସବୁ ସୁବିଧା ଓ ସମସ୍ୟାର ସମାଧାନ ହେବ। ଅନ୍ଯ ପକ୍ଷରେ ଶାସକ ଦଳର ତାଙ୍କର କିଛି ନେତା ଡିଣ୍ତିମ ପିଟି କହୁଛନ୍ତି ପ୍ରଗତି ପଥେ ଓଡିଶା ଏହା ହେଉଛି ପ୍ରଗତି ପଥେ ଓଡିଶାର ନଗ୍ନଚିତ୍ର ଧନ୍ୟବାଦ ତାଙ୍କର ବ୍ଯବସ୍ତାକୁ ଲୋକଙ୍କ ସଚେତନତା ସୁଯୋଗ ନେଇ ଭୋଟ ହାତେଇ ସେମାନେ ହିଁ ନିଜ ପାଇଁ ମାଲାମାଲ ହେବା ହିଁ ପ୍ରଗତିଶୀଳ ଓଡିଶା ବୋଲି କହୁଥିବା ମନେହୁଏ। ଏଠି ଦାଦନ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦାଦନ ସମସ୍ୟା କୁ ରୋକିବାରେ ସରକାର ଫେଲ ମାରିଛନ୍ତି। ଦାଦନ ଖଟିବାକୁ ଯାଇ କିଛି ଯୁବକ ମୃତ୍ୟୁବରଣ କରୁଛନ୍ତି। ଏହା ହେଉଛି ପ୍ରଗତିଶୀଳ ରାଜ୍ଯର କାହାଣୀ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆଉ କେତେ ବର୍ଷ ଲୋକଙ୍କୁ ଉପେକ୍ଷା କରିବାକୁ ପଡିବ ସେନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଯୋଜନା ଅନେକ ସେଅନୁପାତରେ ସମସ୍ୟା ମଧ୍ୟ ଅନେକ ତାହେଲେ ଏହାର ସମାଧାନ ପାଇଁ ସ୍ଥାନୀୟ ଜନପ୍ରତିନିଧି ଚେଷ୍ଟିତ ଅଛନ୍ତି କି ନାହିଁ ତାହା କିଛି ଜଣାପଡୁ ନଥିବା ଭଳି ମନେ ହେଉଛି। କିମ୍ବା ସ୍ଥାନୀୟ ଜନପ୍ରତିନିଧିଙ୍କର ଦୂରଦୃଷ୍ଟି ଅପାରଗତା ଯୋଗୁଁ ଏହି ସବୁ ସମସ୍ୟା ପ୍ରତି ଧ୍ଯାନ ଦେଉନଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନପ୍ରତିନିଧି ଅଞ୍ଚଳର ବିକାଶ ପାଇଁ ଆଗେଇ ଆସନ୍ତୁ ବୋଲି ଅଞ୍ଚଳର ଲୋକେ ଦାବି କରୁଥିବା ଜଣାପଡିଛି।
ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ