ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସମାଜସେବା ରେ ସାମାଜିକ ସଂଗଠନ “ସମାଜ ପାଇଁ ସମର୍ପିତ” 

କଟକ ସଦର,(ମନିସ),୦୬/୦୨: କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ଅଞ୍ଚଳରେ ନବଗଠିତ ସାମାଜିକ ସଂଗଠନ “ସମାଜ ପାଇଁ ସମର୍ପିତ” ପକ୍ଷରୁ କନ୍ଦରପୁର କୃଷକ ସମବାୟ ସମିତିର କଲ୍ୟାଣ ମଣ୍ଡପ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠତ ହୋଇଯାଇଛି। କନ୍ଦରପୁର ଥାନା ଏସଆଇ ଅସିତ କୁମାର ସାହୁ ଓ ସମାଜସେବୀ ଅମୂଲ୍ୟ ବେହେରା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ସଙ୍ଗଠନ ପକ୍ଷରୁ ଦିବ୍ୟଜ୍ୟୋତି ସାହୁ ଅତିଥିମାନଙ୍କୁ ସମ୍ଭାଷଣ ଜଣାଇବାସହ ସମ୍ବର୍ଦ୍ଧିତ କରିଥିଲେ । ଏହି ରକ୍ତଦାନ ଶିବିରରେ ମ୍ୟାକ୍ୟୁରାନ୍ସ ବୀମା କମ୍ପାନୀର ପରିଚାଳକ ଆଶିଷ ସ୍ୱାଇଁ, ଯୁବ ବ୍ୟବସାୟୀ ଦେବାଶିଷ ନାୟକ ପ୍ରମୁଖଙ୍କ ସହିତ ଦୈନିକ “ସକାଳ”ର ପ୍ରତିନିଧି ସାମ୍ବାଦିକ ତାପସ ରାଉତରାୟ ନିଜେ ରକ୍ତଦାନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରୁ ମୋଟ ୧୦୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସବୁ ରକ୍ତଦାତାମାନଙ୍କୁ ସଂଗଠନ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କେନ୍ଦ୍ରୀୟ ରକ୍ତ ଭଣ୍ଡାରର ଡ଼ା. ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ବରେ ସରୋଜ ମହାନ୍ତି,ସନ୍ଦୀପ ସ୍ୱାଇଁ ଓ ପ୍ରସନ୍ନ ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହ କରିଥିବାବେଳେ “ସମାଜ ପାଇଁ ସମର୍ପିତ” ସଂଗଠନର ସଭ୍ୟ ତଥା କନ୍ଦରପୁର ପଞ୍ଚାୟତର ସମିତି ସଭ୍ୟ ସାରଦା ପ୍ରସନ୍ନ ସ୍ୱାଇଁ,ପ୍ରଭାକର ବେହେରା,ତାପସ ପଣ୍ଡା,ବିସ୍ମୟ ହାତୀ,ଉମାକାନ୍ତ ବେହେରା, ସମ୍ବିତ ସ୍ୱାଇଁ,ବିଶ୍ୱଜିତ ସିଂହ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିବାବେଳେ ଭୁବନାନନ୍ଦ ମଲ୍ଲିକ କେନ୍ଦ୍ରୀୟ ରକ୍ତ ଭଣ୍ଡାରର ଟିମକୁ ଧନ୍ୟବାଦ ଅର୍ପଣ ଓ ରକ୍ତଦାତା ମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ପ୍ରଗତି ମହାବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ

Sunil Chandra Nayak

ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତ ଦାନ ଶିବିର

Sunil Chandra Nayak

ନିଶୁଳ୍କ ଆଣ୍ଠୁଗଣ୍ଠି ରୋଗ ପରୀକ୍ଷା ଶିବିର

Sunil Chandra Nayak

Leave a Comment

error: Content is protected !!