ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ଚେତନା ମଞ୍ଚର ଶପଥ ପାଠ ଉତ୍ସବ

କଟକ:୨୯/୦୧ – (ମ.ନି.ସ):- ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ଚେତନା ମଞ୍ଚ ମହା ସମ୍ମିଳନୀ ନିମନ୍ତେ କଟକ ଶତାବ୍ଦୀ ଭବନ ଠାରେ ଏକ ଶପଥ ପାଠ ଉତ୍ସବର ଆୟୋଜନ ଗତ ୨୭ ତାରିଖ ସଂନ୍ଧ୍ୟା ୬ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ଶ୍ରୀ ସରୋଜ ସିଂହ ଅଧ୍ଯକ୍ଷାତା କରିଥିଲେ। ବିଶିଷ୍ଟ ଜନନାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଜମନ ବେହେରା ଉତ୍ସବକୁ ଉଦଘାଟନ କରି ଥିବାବେଳେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ ମୁଖ୍ଯବକ୍ତା ଭାବେ, ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଆନ୍ତର୍ଜାତୀୟ ଆବାହକ ଇଂ. ସୋହନ ପ୍ରଧାନ ବରେଣ୍ଯ ଅତିଥି ଭାବେ ସ୍ବାମୀ ଗିରିଜା ନନ୍ଦ ପର୍ବତ,ସ୍ବାମୀ ବିଷ୍ଣୁଗିରି ମହାରାଜ୍.ଅର୍ଥ କମିଟିର ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ରଥ. ଯୋଗାଯୋଗ କମିଟିର ଅଧ୍ୟକ୍ଷ ଶ୍ରୀ ସରୋଜ୍ ଜେନା ପ୍ରମୁଖ ଯୋଗଦାନ କରି ମହା ସମ୍ମିଳନୀକୁ ସଫଳ କରିବା ନିମନ୍ତେ ବହୁ ଉପାଦେୟ ମନ୍ତବ୍ୟ ପ୍ରଦାନ କରିଥିଲେ।

      ଅନ୍ଯମାନଙ୍କ ମାନଙ୍କ ମଧ୍ୟରେ ଅନୁଷ୍ଠାନର କାର୍ଯ୍ଯକାରୀ ସଭାପତି ଡାଃ, ପ୍ରଦୀପ ମହାନ୍ତି, ମହାସଚିବ ଡାଃ,ଅଭିନ୍ନ ହୋତା, ସ୍ବେଚ୍ଛାସେବୀ କମିଟିର ଅଧ୍ଯକ୍ଷ ଶ୍ରୀ ଲଲାଟେନ୍ଦୁ ବଡୁ, ସାଧାରଣ ସମ୍ପାଦକ ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ବିରଞ୍ଚି ନାରାୟଣ ପଣ୍ତା , ସାଧାରଣ ସମ୍ପାଦକ ଡାଃ,ବସନ୍ତ କୁମାର ଜେନା, ରାଜ୍ଯ ସଭାପତି ଶ୍ରୀ ଗୋଲକ ବିହାରୀ ଦାସ, ସ୍ବାସ୍ଥ୍ୟ କମିଟିର ଉପାଧ୍ୟକ୍ଷ ଡାଃ, ଅଜୟ ମହାପାତ୍ର, ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ସାହୁ, ମହାନଗର ସଭାପତି ଶ୍ରୀ ବିଜୟ ମହାନ୍ତି, କଟକ ପୂର୍ବାଞ୍ଚଳ ସଭାପତି ଶ୍ରୀ ଅରବିନ୍ଦ ସାହୁ, ରାଜ୍ଯ ମହାସଚିବ ଶ୍ରୀ ପ୍ରତାପ ରାୟଗୁରୁ, ପଶ୍ଚିମାଞ୍ଚଳ ସଭାପତି ଶ୍ରୀ ପ୍ରଦୀପ କୁମାର ସାମଲ, ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ବିଜୟ ମହାରଣା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।               

  ସଭା ପ୍ରାରମ୍ଭରେ ମହାନଗର ସାଧାରଣ ସମ୍ପାଦକ ଶ୍ରୀ ମନୋଜ କୁମାର ନାୟକ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ସ୍ବାଇଁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ରାଷ୍ଟ୍ରୀୟ ସମ୍ପାଦିକା ଶ୍ରୀମତୀ ସସ୍ମିତା ମଲିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ମହାସଚିବ ଡାଃ ଅଭିନ୍ନ ହୋତା ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଶପଥ ପାଠ ଉତ୍ସବକୁ ସଫଳ କରିବାରେ ସର୍ବଶ୍ରୀ ସୁଶାନ୍ତ ଦାସ, ରୂପନାରାୟଣ ସିଂହ, କ୍ଷୀରୋଦ କୁମାର ସାହୁ, ଡାଃ ଦିଲ୍ଲୀପ କୁମାର ଶର୍ମା, ନନ୍ଦ କିଶୋର ସାହୁ, ସୁଶାନ୍ତ ଦାସ, ଜଗନ୍ନାଥ ଷଡ଼ଙ୍ଗୀ, ଡାଃ ପ୍ରବୀନ ବରାଳ, ମଞ୍ଜୁରୀ ସ୍ବାଇଁ, ସ୍ମୀତା ମୂଳିଆ,ତୁଙ୍ଗଚରଣ ପ୍ରଧାନ, ସର୍ବେଶ୍ବର ମୂଳିଆ, ପ୍ରଣବ ବିଶ୍ବାଳ, ହେମନ୍ତ ସାହୁ,ଯଶୋବନ୍ତ ବେଉରା,ପ୍ରଶାନ୍ତ ତପନ ବାରିକ,ମୂରଲୀଧର ଶତପଥୀ,ଶ୍ରୀନିବାସ ରାଉତ୍,ଡାଃ ଅନୁଖିଲା,ଅଜୟ କୁମାର ମୁଦୁଲି, ସତ୍ଯନାୟଣ ଜେନା,ହିମାଂଶୁ ସାହୁ, ଶ୍ରୀମତୀ ଦ୍ରୌପଦୀ ବାରିକ, ସୁବାଷ ଚୋବେ,ଅଜୟ ଚୋବେ ଓ ତେଲେଙ୍ଗାନା ରାଜ୍ୟ ସଭାପତି ଡାଃ ଦିଲ୍ଲୀପ ବିଶ୍ବାଳ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।

    ପରବର୍ତ୍ତୀ ସପଥ ପାଠ ଉତ୍ସବ ଆସନ୍ତା ଫେବୃଆରୀ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ କରାଯାଇ ଜିଲ୍ଲା ଓ ରାଜ୍ଯ ସ୍ତରୀୟ ନୂତନ କର୍ମକର୍ତ୍ତାଙ୍କୁ ସପଥ ପାଠ କରାଇବାକୁ ନିଷ୍ପତ୍ତି ନିଆଗଲା। ସର୍ବଶେଷରେ ରାଜ୍ଯର ବିଭିନ୍ନ ଶାଖା ତଥା ଜିଲ୍ଲା ସଭାପତି ମାନଙ୍କ ସମେତ୍ ଅନ୍ଯାନ୍ଯ କର୍ମକର୍ତ୍ତା ମାନଙ୍କୁ ଅଧ୍ୟକ୍ଷ, ମୁଖ୍ଯ ଅତିଥି ସମ୍ମାନୀତ ଅତିଥି ମାନେ ସପଥ ପାଠ କରାଇବା ସଙ୍ଗେ ସଙ୍ଗେ ଉତ୍ତରୀୟ ପ୍ରଦାନ କରି ସମ୍ବୋର୍ଦ୍ଧତ କରିଥିଲେ।

ମସିହା ନିଉଜ ସର୍ଭିସ୍

Related posts

କଳାକାର ଭବନ ନିର୍ମାଣ ପାଇଁ କଳାକାରଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ

masiha

ଡକ୍ଟର ପବନ କୁମାର ଅଗ୍ରୱାଲ ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

Sunil Chandra Nayak

ଆମ୍ବଦଳା ଠାରେ ରେଳରୋକ ଆନ୍ଦୋଳନ କୁ ସମର୍ଥନ ଜଣାଇ ରେଳ ଷ୍ଟେସନ ମେନେଜର ଜରିଆରେ ସମ୍ବଲପୁର ଡିଆରଏମଙ୍କୁ ବିଶ୍ଵନାଥପୁର ସିଟିଜେନ ଫୋରମ କମିଟି ଦ୍ବାରା ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!