ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀଙ୍କୁ ଲୁଟୁଛନ୍ତି ଅଙ୍ଗନୱାଡ଼ି କର୍ମୀ

ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ରତନପୁର ପଞ୍ଚାୟତର ଏରପଦା ଖ ଅଂଚଳର ଅଙ୍ଗନୱାଡ଼ି କର୍ମୀ ଓ ସହାୟକ ନିରିହ ଆଦିବାସୀମାନଙ୍କୁ ଦିର୍ଘଦିନ ଧରି ଠକି ତଥା ବିଭିନ୍ନ ଆଳ ଦେଖାଇ କେନ୍ଦ୍ରକୁ ଆସୁନାହାଁନ୍ତି। ଏହି କେନ୍ଦ୍ରର କର୍ମୀ ୩/୪ ମାସ ହେଲାଣି ଆଦୌ ନ ଆସି ହେଲେ ପର ମଝିରେ ମଝିରେଆସି ମନ ଇଛା ଯାଆନ୍ତି , ତାଙ୍କୁ ଲୋକମାନେ ପଚାରିଲେ ସେ କୁହନ୍ତି ଆମର ଷ୍ଟ୍ରାଇକ ଚାଲିଛି, ଆଜି ମିଟିଂ ଅଛି ଇତ୍ୟାଦି । ଅଣ୍ଡା ପାଳି ଦିନ ଏଭଳି ଘଟଣା ଘଟୁ ଅଛି । ଏଠାରେ ସୂଚନାଯୋଗ୍ୟ ଯେ ଏହିଏର ପଦା-ଖ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ଆଜି ପର୍ଯ୍ୟନ୍ତ ନିର୍ମାଣ ନ ହୋଇଥିବା ହେତୁ ଏହା କୋଠଘରେ ଚାଲୁଅଛି କିନ୍ତୁ ଗରିବ ଆଦିବାସୀଙ୍କ ପାଇଁ ଆସୁଥିବା ଖାଦ୍ୟକୁ ଏମାନେ ହଡପ କରି ଦିର୍ଘଦିନ ଧରି ଚଲାଇଛନ୍ତି ଏଭଳି କାର୍ଯ୍ୟ। ଏ ବାବଦରେ ଗ୍ରାମର ରଂଜନ ସାମଲ, ନିରଞ୍ଜନ ସାମଲ, ରବିନ୍ଦ୍ର ପ୍ରଧାନ, ଉଚ୍ଚବ ଦେହୁରୀ, କାଶିନାଥ ଦେହୁରୀ, କୋଳି ସାମଲ ଇତ୍ୟାଦି ନୀରିହ ଜନସାଧାରଣ ସ୍ଥାନୀୟ ସରପଞ୍ଚ ରତନପୁର, ସିଡିପିଓ ଗନ୍ଦିଆ , ଉପଜିଲ୍ଲାପାଳ ଢେଙ୍କାନାଳ ଓ ବିଧାୟକ ଢେଙ୍କାନାଳଙ୍କ ଦୃଷ୍ଟି ଆକର୍ଷଣ କରି ଏହି କେନ୍ଦ୍ରର ସୁରକ୍ଷା ଓ ପ୍ରକୃତ ତଦନ୍ତ କରିବାକୁ ବିନମ୍ର ନିବେଦନ କରିଅଛନ୍ତି।

ଢେ଼ଙ୍କାନାଳ ଗନ୍ଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ 

Related posts

ନୀରବ ସେବା ସଂଗଠନ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ 

masiha

ଡୁମୁନିଗୁଡା ଗ୍ରାମରେ ମା ଦୁଲାରଦେଇଙ୍କ ଚୈତ୍ର ଯାତ୍ରା 

Sunil Chandra Nayak

ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର  ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ତଥା ନୈତିକ ମୂଲ୍ୟବୋଧର ବିକାଶର ମୂଳାଧାର 

Sunil Chandra Nayak

Leave a Comment

error: Content is protected !!