ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଆମ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ଅମ୍ବାଦଳା:୦୮।୦୨,ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ପରିସରରେ ଆମ ପୋଲିସ ଏବଂ ଆମ ଓଡ଼ିଶା ଅନୁକୂଲ୍ୟ ରେ ଏକ ସ୍ବେଚ୍ଛାକୃତ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ପୋଲିସ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରକୁ ସ୍ତାନୀୟ ଥାନାଧିକାରୀ କମଳାକାନ୍ତ ବସନ୍ତ କୁମାର କହଁର ଉଦଘାଟନ କରିଥିବାବେଳେ ଏହି ମହତ କାର୍ଯ୍ୟକ୍ରମରେ ରାୟଗଡା ଜିଲାପରିସଦ ଉପାଧକ୍ଷ ସନ୍ତୋଷ ସୁନା,ଏସଡିପିଓ ଆକାଶ ଚନ୍ଦ୍ର ସାହୁ,ମୁନିଗୁଡା ଥାନା ଅଧିକାରୀ ସୁଜ୍ଞାନୀ ସାହୁ,ମୁନିଗୁଡା ବ୍ଲକ ଉପାଧ୍ୟକ୍ଷ ଆଦର୍ଶ କୋସଲିଆ,ବିଜେଡି ନେତା ଧୀରେନ୍ଦ୍ର ପାଣିଗ୍ରାହୀ,ଜିଲ୍ଲା ଯୁବ ଉପସଭାପତି ଜଗନ୍ନାଥ ଆଚାରି ଏବଂ ପୋଲିସ କର୍ମଚାରିଙ୍କ ସମେତ ସ୍ତାନୀୟ ସାମନ୍ତ ମହାବିଦ୍ୟଳୟର ଛାତ୍ରଛାତ୍ରୀ, ସମାଜ ସେବୀ ଲୋକ ପ୍ରତିନିଧି,ସାମ୍ବାଦିକ, ରାଜନେତା,ବ୍ୟବସାୟୀ, ଡ୍ରାଇଭର ମହାସଂଘ, ଚାକିରିଆ ଆଦି ସବୁ ବର୍ଗର ବ୍ୟକ୍ତିବିଶେଷ ଅଂଶ ଗ୍ରହଣ କରି ରକ୍ତଦାନ କରିଥିଲେ। ପୋଲିସ ପକ୍ଷରୁ ଏସଡିପିଓ ଆକାଶ ଚନ୍ଦ୍ର ସାହୁ,,ଥାନାଧିକାରୀ ଶ୍ରୀ କହଁର ସମେତ ପୋଲିସ କର୍ମଚାରୀ ଉତ୍ସାହୀ ମହିଳାମାନେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ।ମହିଳା ବ୍ୟବସାୟୀ, ଅଙ୍ଗନବାଡି ସହାୟିକା ଏବଂ ସାମ୍ବାଦିକ ଓ ସାମ୍ବାଦିକଙ୍କ ସହଧର୍ମିଣୀମାନେ ରକ୍ତଦାନ କରିଥିବା ଜଣାପଡିଛି।ରାୟଗଡା ଜିଲାପରିସଦ ଉପାଧକ୍ଷ ସନ୍ତୋଷ ସୁନା,ମୁନିଗୁଡା ବ୍ଲକ ଉପାଧ୍ୟକ୍ଷ ଅଦର୍ଶ କସଲିଆ ସମେତ ବିଜେଡି ନେତା ଧୀରେନ୍ଦ୍ର ପାଣିଗ୍ରାହୀ, ଏବଂ କଳିଙ୍ଗ ବୈଶ୍ୟ ସଙ୍ଘର ପ୍ରମୁଖ ସଦସ୍ୟ ଇଂକୁଡୁ ପାତ୍ର ଯୋଗଦେଇ ରକ୍ତଦାନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହ କରିଥିଲେ।ଆଇ ଆଇ ସି ଶ୍ରୀ କହଁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଶିବିରରେ ମୋଟ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାବେଳେ ”ରକ୍ତ ଦାନ ମହତ ଦାନ” ଅଭିଯାନରେ ସାମିଲ ହୋଇ ରକ୍ତଦାତାମାନେ ସନ୍ତୋଷ ପ୍ରକାଶ କରିଛନ୍ତି।ଅମ୍ବାଦଳା ପୋଲିସ ପକ୍ଷରୁ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂସା କରୁଥିବା ଶୁଣିବାକୁ ମିଳୁଛି।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା କମିଟି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଭଲ ଖବର – ଆଜି ଠୁଁ କଲମପୁର ଗୋଷ୍ଟି ସ୍ୱସ୍ଥ୍ୟ କେନ୍ଦ୍ରରେ ମିଳିବ ଜଳାତଙ୍କ ଟୀକା

Sunil Chandra Nayak

ବିଶ୍ବ ରକ୍ତଦାତା ଦିବସ ଅବସରରେ ରକ୍ତଦାନ ଶିବିର , ସଂଗୃହୀତ ହେଲା ୪୨ ୟୁନିଟ୍ ରକ୍ତ

Sunil Chandra Nayak

Leave a Comment

error: Content is protected !!