ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ସୂଚନା ଫଳକ ରେ ପୂର୍ତ୍ତ ବିଭାଗ ରାସ୍ତା କାମ । ଠିକା ସଂସ୍ଥାର ମନମାନି; ଧୂଳି ମାଡ ରେ କଲବଲ ଜନତା

ଧର୍ମଗଡ:୧୧/୨/୨୩ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପୁର୍ତ୍ତ ବିଭାଗ ଅଧିନରେ କୋକସରା ବ୍ଲକ ଛିଲିପାମାଲ ଠାରୁ ଡହଗାଁ ଭାୟା ଦେଇ ବେହେରା ପର୍ଯ୍ୟନ୍ତ ପ୍ରାୟ ୭. କିମି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଯାରି ରହିଛି। ବିନା ସୂଚନା ଫଳକ ରେ ରାସ୍ତା କାମ ଚାଲିଥିବା ଯୋଗୁ ରାସ୍ତା ରେ କଣ ସବୁ କାମ ହେବ? କେତେ ଟଙ୍କା ରେ ହେବ ? ଓ କିଏ କାମ କରୁଛି ଲୋକେ ଜାଣି ପାରୁ ନାହାଁନ୍ତି । ପ୍ରଥମ ପର୍ଯ୍ୟାୟରେ ବର୍ତ୍ତମାନ ରାସ୍ତାର ଉଭୟ ପାର୍ଶ୍ବରେ ମାଟି ମୁରୁମ ଫିଲିଙ୍ଗ କରିବା ସହିତ ମଝିରେ ରାସ୍ତା ଖେଲାଯାଇ ଡଷ୍ଟ ଗୁଣ୍ଡ ପକାଚାଳିଛି। ହେଲେ ଠିକା ସଂସ୍ଥା ପକ୍ଷରୁ ରାସ୍ତାରେ ପାଣି ଛିଞ୍ଚନ କରାଯାଉ ନଥିବାରୁ ଡଷ୍ଟ ଗୁଣ୍ଡ ପ୍ରବଳ ମାତ୍ରାରେ ଉଡୁଛି। ଯାହା ଫଳରେ ରାସ୍ତାରେ ଗାଡ଼ି ମୋଟର ଚଳାଚଳ କଲେ ପ୍ରବଳ ଡଷ୍ଟ ଗୁଣ୍ଡ ଉଡ଼ିବା ଯୋଗୁଁ ଯାତ୍ରୀମାନେ ଅଣନିଃଶ୍ବାସୀ ହେଉଛନ୍ତି । ଏଣେ ରାସ୍ତାରେ ଏତେ ମାତ୍ରାରେ ଗୁଣ୍ଡ ଉଡୁଛି ଯେ’ ଲୋକଙ୍କ ଆଖି କାନରେ ପସିଯିବା ସହିତ ଡଷ୍ଟ ଗୁଣ୍ଡ ଉଡି କୁହୁଡି ର ଭ୍ରମ ସୃଷ୍ଟି କରୁଛି। ଠିକା ସଂସ୍ଥା କାଁ ଭାଁ କେବେ କେମିତି ପାଣି ସିଞ୍ଚନ କରୁଥିବାବେଳେ ବାରମ୍ବାର ଲୋକଙ୍କ କହିବା ସତ୍ବେ ମଧ୍ୟ ନିୟମିତ ପାଣି ସିଞ୍ଚନ ନକରି ମନମାନି କରି ଆସୁଛି। ଅନ୍ୟପଟେ ଗୁଣ୍ଡ ଉଡ଼ିବା ଯୋଗୁଁ ଲୋକଙ୍କୁ ସମସ୍ୟା ସୃଷ୍ଟି ହେବା ସହିତ ଦୁର୍ଘଟଣା ଘଟିବାର ସମ୍ଭାବନା କୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ରାସ୍ତାର ଅନେକ ସ୍ଥାନରେ ପୋଲ ସହିତ ଗାର୍ଡୱଲ କାମ ମଧ୍ୟ କରାଯାଉଛି। ହେଲେ କୈାଣସି ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟ ସ୍ଥଳରେ ଦେଖା ଦର୍ଶନ ନଥିବାବେଳେ ଠିକା ସଂସ୍ଥା ନିଜ ମନଇଚ୍ଛାରେ କାର୍ଯ୍ୟ କରିଚାଲିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁ ଛନ୍ତି । ଯାହା ଫଳରେ କାର୍ଯ୍ୟର ସ୍ଥାୟୀତ୍ବ କୁ ନେଇ ପ୍ରଶ୍ନ ଉଠିଥିବାବେଳେ ପୁର୍ତ୍ତ ବିଭାଗ କାହିଁକି ଠିକା ସଂସ୍ଥା କୁ ଏତେ ଅନୁକମ୍ପା ଦେଖାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେ କୌଣସି ସରକାରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସୂଚନା ଫଳକ ଲଗାଇବା ନିୟମ ବାଧ୍ୟତାମୂଳକ ରହିଛି। ହେଲେ ଏଠାରେ ଠିକା ସଂସ୍ଥା ସରକାରୀ ନିୟମ କୁ ଫୁ କରି ବିନା ସୂଚନା ଫଳକରେ ରାସ୍ତା କାର୍ଯ୍ୟ କରି ଚାଳିଛି ଫଳରେ କେତେ ବ୍ୟୟ ଅଟକଳରେ କାର୍ଯ୍ୟ ଚାଳିଛି ତାହା ଜନ ସାଧାରଣ ଜାଣି ପାରୁ ନାହାନ୍ତି। ଏଣେ ସୂଚନା ଫଳକ ନ ଲଗାଇ କାହିଁକି ଲୋକଙ୍କୁ ଅନ୍ଧାରରେ ରଖାଯାଇଛି ତାହାକୁ ନେଇ କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି ହେଉଛି। ଏନେଇ ଧର୍ମଗଡ଼ ପୁର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ନବ ପ୍ରକାଶ ବେହେରାଙ୍କ ପ୍ରତିକ୍ରିୟା ନେବାରୁ ପାଣି ସିଞ୍ଚନ କରିବାକୁ ଠିକା ସଂସ୍ଥା କୁ କୁହାଯାଇଛି। କେତ ବ୍ୟୟ ଅଟକଳ ର କାର୍ଯ୍ୟ ବୋଲି ପଚାରିବାରୁ କହି ପାରି ନଥିବାବେଳେ କାଲି ସୁଦ୍ଧା ସୂଚନା ଫଳକ ଲଗାଇ ଦିଆଯିବ ବୋଲି କହି ଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ପରିବେଶ ଦିବସରେ ୱାଇଏମଏଫଆଇ କୁ ମିଳିଲା ‘ପ୍ରକୃତି ମିତ୍ର ପୁରସ୍କାର

ଧର୍ମଗଡ ଜାଗୃତି ଗୃହ-୨ ପରିସରରେ ମିଳିତ ଯୋଗାଭ୍ୟାସ କଲେ ଅନ୍ତେବାସୀ

masiha

ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିରର ୪ ଜଣ ଏ (୧) ସହ ଶତ ପ୍ରତିଶତ ସଫଳତା

Leave a Comment

error: Content is protected !!