ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ATM ସ୍ଥାପନ ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦାବି

ନବରଙ୍ଗପୁର—(ମସିହା)ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ନବରଙ୍ଗପୁର ଜିଲ୍ଲା ଓ ଦୌରା ଜଜ ଙ୍କ ଅଦାଲତ ନିକଟରେ ଏକ ATM ସ୍ଥାପନ କରିବା ପାଇଁ ଦାବି କରାଯାଇଛି । ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସଭାପତି ଶ୍ରୀ ନରସିଂହ ତ୍ରିପାଠୀଙ୍କ ଦ୍ଵାରା ଏହି ଦାବି ଉପସ୍ଥାପନ କରାଯାଇଛି । ସୂଚନାଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲା କୋର୍ଟ ନବରଙ୍ଗପୁର ସହର ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଅବସ୍ଥିତ ଓ କୋର୍ଟ ତଥା ଆଖପାଖ ଅଞ୍ଚଳ ର ଲୋକେ ତଥା ଜନସାଧାରଣ ଏଠାକୁ ଆସି ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏଣୁ ଅତିଶୀଘ୍ର ନବରଙ୍ଗପୁର ଜିଲ୍ଲା କୋର୍ଟ ନିକଟରେ ଏକ ATM ସ୍ଥାପନ କରିବା ପାଇଁ ସରକାର, ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ ନିକଟରେ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ ଦାବି କରିଛନ୍ତି।ଏପରି ଦାବୀ ଉପସ୍ଥାପନ ସ୍ଵାଗତଜୋଗ୍ୟ ହୋଇ ଥିବାରୁ ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ତ୍ରିପାଠୀ ମହୋଦୟଙ୍କୁ ସବୁରି ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

38th National Convention at IEI Rourkela Rourkela

Sunil Chandra Nayak

କୁଲିହାରି ୫ ଟି ସ୍କୁଲ କାର୍ଯ୍ଯ ତଦାରଖ କଲେ ବିଧାୟକ

Sunil Chandra Nayak

ବିଜେପି ରୁପ୍ରା ମଣ୍ଡଳର ସାଙ୍ଗଠନିକ ବୈଠକ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

Leave a Comment

error: Content is protected !!