ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି କର୍ମକର୍ତ୍ତାପାଳନ କଲେ ଦିନ ଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ

କୋକସରା,୧୨/୦୨ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ଶନିବାର କୋକସରା ବ୍ଲକ ଆମପାଣି ମଣ୍ଡଳ ବିଜେପି କର୍ମକର୍ତ୍ତାଙ୍କ ପକ୍ଷରୁ ପାତ୍ରବସା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟିଙ୍କ ସଭାପତିତ୍ୱରେ ଦଲୀୟ କର୍ମକର୍ତ୍ତା ଯୋଗଦେଇ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ତଥା ଆମପାଣି ମଣ୍ଡଳ ପ୍ରଭାରୀ ଗୋଦାବରୀଶ ପାତ୍ର ଯୋଗଦେଇ ଦିନ ଦୟାଲଙ୍କ ସ୍ମୃତି ଚାରଣ କରିଥିଲେ । ସାଧାରଣ ସମ୍ପାଦକ ମଧୁବନ ପାତ୍ର, ସାଧାରଣ ସମ୍ପାଦକ ସନ୍ତୋଷ ମାଝୀ,। ମହିଳା ମୋର୍ଚ୍ଚା ସଭାନେତ୍ରୀ ଧରିତ୍ରୀ ବାଗ, ନକୁଳ ନାଏକ, କାମଦେବ ମାଝୀ, ଶବର ଚଳାନ, ଭଜମନ ନାଏକ, ବିଶ୍ୱମ୍ବର ନାଏକ, ଗୋବର୍ଦ୍ଧନ ମାଝୀ, ପ୍ରଫୁଲ୍ଲ ନାଏକ, ଟଙ୍କଧର ନାଏକ, ଅରକ୍ଷିତ ଭଞ୍ଜ, ରଘୁମଣୀ ନାଏକ ପ୍ରମୁଖ ବିଜେପିର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଦେଖି ଅନ୍ୟ ଦଳ ମାରୁଅଛି ଆଖି  

masiha

ରାଇରଙ୍ଗପୁରରେ ହଜାର ବିଜୁ ସମର୍ଥକଙ୍କ ଗହଣରେ ଆସି ସାରସକଣା ବିଜେଡି ବିଧାୟକ ପ୍ରାର୍ଥୀ ଡାକ୍ତର ଦେବାଶିଷ ମାରାଣ୍ଡି, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଙ୍କ ନାମାଙ୍କନ ପତ୍ର ଦାଖଲ

masiha

ବିଜେପି କର୍ମୀଙ୍କ ସହିତ ରାଜ୍ୟ ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!